ୟୁରିଆ ସାର ସଙ୍କଟ ପଛରେ ବଡ଼ କେଳେଙ୍କାରୀ

ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। କେତେବେଳେ ଧାନ ବିକ୍ରିବଟା ତ ଆଉକେବେ ଧାନବିକ୍ରି ପାଇଁ ପଞ୍ଜୀକରଣ ନୀତିକୁ ନେଇ ଚାଷୀଙ୍କ ହଟହଟା ହେବାକୁ ପଡ଼ୁଛି। ଏବେ ଜିଲାରେ ଖରିଫ୍‌ ଚାଷକୁ ୨ମାସ ବିତିଯାଇ ଥିବାବେଳେ ଚାଷୀଙ୍କୁ ଆବଶ୍ୟକ ମୁତାବକ ୟୁରିଆ ସାର ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗତବର୍ଷ ଖରିଫ୍‌ ତୁଳନାରେ ଏଥର ଅଧିକ ୟୁରିଆ ସାର ଆବଣ୍ଟିତ କରାଯାଇଥିବା କୃଷି ବିଭାଗ ସୂଚନା ଦେଇଛି। ଏଭଳି ସ୍ଥଳେ ଜିଲାକୁ ଆସିଥିବା ୟୁରିଆ ସାର ଚାଷୀଙ୍କୁ ଅପହଞ୍ଚ ହୋଇପଡ଼ି କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିଥିବାବେଳେ ଏହାକୁ ନେଇ ଦେଖାଯାଇଥିବା ଚାଷୀ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଛି। ଏହି କ୍ରମରେ ଶନିବାର ଜିଲାର ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍‌ ଏବଂ ଛୁରିଆପାଲି ନିକଟ ଲେଖାପଥରରେ ଅସନ୍ତୁଷ୍ଟ ଚାଷୀମାନେ ୟୁରିଆ ସାର ବୋଝେଇ ଟ୍ରକକୁ ଅଟକ ରଖିଥିଲେ। ବିଭାଗୀୟ ଅଧିକାରୀଙ୍କଠାରୁ ୟୁରିଆ ସାର ଯୋଗାଣ ନେଇ ନିର୍ଭର ପ୍ରତିଶୃତି ମିଳିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଜିଲା କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଖରିଫ୍‌ ଚାଷ ପାଇଁ ବରଗଡ଼ ଜିଲାରେ ୟୁରିଆ ସାର ୩୩ହଜାର ୮୦୦, ଡିଏପି ସାର ୧୭ହଜାର, ପଟାସ୍‌ ସାର ୪ହଜାର ଏବଂ ବିଭିନ୍ନ ଯୌଗିକ ସାର ୨୧ହଜାର ୩୦୦ ମେଟ୍ରିକ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। କିନ୍ତୁ ଜିଲାକୁ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ତଦୁର୍ଦ୍ଧ୍ୱ ଅର୍ଥାତ୍‌ ୟୁରିଆ ସାର ୪୦ହଜାର ୫୭୧, ଡିଏପି ସାର ୧୮ହଜାର ୫୦୪, ପଟାସ୍‌ ସାର ୪୪୪୨ ଏବଂ ବିଭିନ୍ନ ଯୌଗିକ ସାର ୩୪ହଜାର ୫୯୮ ମେଟ୍ରିକ ଟନ୍‌ ଯୋଗାଇ ଦିଆଯାଇଛି। ଏହାସତ୍ତ୍ୱେ ଜିଲାରେ ଚାଷୀଙ୍କ ଆବଶ୍ୟକବେଳେ ସାର ସଙ୍କଟ କାହିଁକି ଉପୁଜିଛି, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଜିଲାରେ ବର୍ତ୍ତମାନ ୟୁରିଆ ସମେତ ଅନ୍ୟ ସାର ବିକ୍ରିରେ ଏକ ବଡ଼ ଧରଣର ଅନିୟମିତତା ଚାଲିଥିବା ଏବଂ ଜାଣିଶୁଣି ଏହା ଉପରେ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲା ପାଇଁ ଆସିଥିବା ୟୁରିଆ ସାର ପଡ଼ୋଶୀ ଛତିଶଗଡ଼କୁ କଳାବଜାରରେ ବିକ୍ରି କରାଯାଇଛି ଏବଂ ଏଥିରେ ଏକ ବଡ଼ ଧରଣର ଅନିୟମିତତା ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବତା ପଦାକୁ ଆସିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି।
ସାର ଯୋଗାଣ ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ପ୍ରାଥମିକ କୃଷି ସମବାୟ ସମିତି ଏବଂ ଡିଲରଙ୍କୁ ଦାୟିତ୍ୱ ଦିଆଯାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ, ଜିଲାର ୫୭ ପ୍ରାଥମିକ କୃଷି ସମବାୟ ସମିତିକୁ ମାର୍କଫେଡ୍‌ ମାଧ୍ୟମରେ ଇତିମଧ୍ୟରେ ୯୫୧୪ ମେଟ୍ରିକ ଟନ୍‌ ୟୁରିଆ, ୨୩୯୬ ମେଟ୍ରିକ ଟନ୍‌ ଡିଏପି, ୪୯୭ ମେଟ୍ରିକ ଟନ୍‌ ପଟାସ୍‌ ଏବଂ ୪୦୨୮ ମେଟ୍ରିକ ଟନ୍‌ ବିଭିନ୍ନ ଯୌଗିକ ସାର ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ସମବାୟ ସଂସ୍ଥା ଇଫ୍‌କେ ଦ୍ୱାରା ଅନୁବନ୍ଧିତ ୧୨ପ୍ରାଥମିକ କୃଷି ସମବାୟ ସମିତିକୁ ୨୬୩୪ ମେଟ୍ରିକ ଟନ୍‌ ସାର ଅତିରିକ୍ତଭାବେ ଯୋଗାଇ ଦିଆଯାଇଛି। ସେହିପରି କୃଷି ବିଭାଗ ଦ୍ୱାରା ଲାଇସେନ୍ସପ୍ରାପ୍ତ ୨୮୭ଜଣ ବେସରକାରୀ ଖୁଚୁରା ବିକ୍ରେତାଙ୍କ ମାଧ୍ୟମରେ ସାର ବିକ୍ରି ଜାରି ରହିଥିବା କୃଷି ବିଭାଗ ସୂଚନା ଦେଇଛି। ଅନ୍ୟପଟେ ଜିଲାର ଚାଷୀମାନେ ସାର ସଙ୍କଟ ଏବଂ ସାର କଳାବଜାରକୁ ନେଇ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି। ସାର ବିକ୍ରିରେ କଳାବଜାର ଚାଲିଥିବା ନେଇ ଚାଷୀ ସଙ୍ଗଠନ ଜୟ କିଶାନ ଆନ୍ଦୋଳନ, ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରି ଆସିଛନ୍ତି। ବିଭିନ୍ନ ସ୍ଥାନରେ ଚାଷୀମାନେ ସାର ପାଇଁ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଚାଷକାର୍ଯ୍ୟ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇବା ପରେ ହିଁ ସେମାନଙ୍କୁ ସରକାରୀ ନିର୍ଦ୍ଧାରୀତ ଦରରେ ସାର ମିଳୁଛି, ନଚେତ୍‌ ଚଢ଼ାଦରରେ କିଣିବା ପାଇଁ ବାଧ୍ୟ ହେବାକୁ ପଡ଼ୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଅନୁରୂପଭାବେ ଶନିବାର ଘେଁସ୍‌ ଏବଂ ଲେଖାପଥର ଗ୍ରାମରେ ସାର ସଙ୍କଟ ପ୍ରତିବାଦରେ ଅସନ୍ତୁଷ୍ଟ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ। ରାସ୍ତାରେ ଯାଉଥିବା ୟୁରିଆ ସାର ବୋଝେଇ ଟ୍ରକକୁ ଘେଁସ୍‌ ଏବଂ ଲେଖାପଦରରେ ସେମାନେ ଅଟକ ରଖିଥିଲେ। ତେବେ ଘେଁସ୍‌କୁ ବିଭାଗୀୟ ଅଧିକାରୀମାନେ ପହଞ୍ଚି ୟୁରିଆ ସାର ଯୋଗାଣ ଆରମ୍ଭ କରିଥିଲେ। ସେହିପରି ଲେଖାପଦରରେ ସାର ବୋଝେଇ ଟ୍ରକକୁ ଅଟକ ରଖିଥିବା ଛୁରିଆପାଲି ଅଞ୍ଚଳର ଚାଷୀଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମଧ୍ୟ ସାର ଯୋଗାଣ ନେଇ ତ୍ୱରିତ୍‌ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଜିଲାରେ ସାରବିକ୍ରି ନେଇ ଚାଲିଥିବା ଅନିୟମିତତା ରୋକିବାକୁ ଜିଲାସ୍ତରରେ ୨ଟି ଏବଂ ବ୍ଳକସ୍ତରରେ ୧୨ଟି ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ମାଝୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଜିଲାରେ ୯ଜଣ ଡିଲରଙ୍କ ଲାଇସେନ୍ସ ରବ୍ଦ କରାଯାଇ ଥିବାବେଳେ ୪୮ଜଣ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri