ଚର୍ଚ୍ଚା ହେଉଛି ନିର୍ମଳା ସୀତାରମଣ ହୋଇପାରନ୍ତି ଦେଶର ପରବର୍ତ୍ତୀ ଶିକ୍ଷା ମନ୍ତ୍ରୀ । ଦୀର୍ଘ ବର୍ଷ ଧରି ଅର୍ଥ ମନ୍ତ୍ରୀ ଅଛନ୍ତି ନିର୍ମଳା ସୀତାରମଣ । ସେହିଭଳି ସୀତାରମଣଙ୍କ ସ୍ଥାନରେ ପୀୟୂଷ ଗୋୟଲ ହୋଇପାରନ୍ତି ଦେଶର ପରବର୍ତ୍ତୀ ଅର୍ଥ ମନ୍ତ୍ରୀ । ସେହିଭଳି ସମ୍ଭାବ୍ୟ ତାଲିକାରେ କିଛି ନୂଆ ମୁହଁଙ୍କ ନାଁ ମଧ୍ୟ ରହିଛି । ସମ୍ଭାବ୍ୟ ତାଲିକାରେ ନୀତିଶ କୁମାର, ଅନୁରାଗ ଠାକୁର, ରାଘବ ଚଢା, ତୁରଣ ଚୁଗ୍, ଶ୍ରୀକାନ୍ତ ସିନ୍ଦେଙ୍କ ନାଁ ରହିଛି ।
ଗୁରୁବାର ଦିଲ୍ଲୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଥିଲେ ଯେ ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ୀକରଣ ଏବଂ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେଲା । ଶୁକ୍ରବାର ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ଯେଉଁ ବୟାନ ଦେଇଛନ୍ତି, ତାହା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାକୁ ବଳ ଦେଇଛି ।