ଅମିଷାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ନାୟିକାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି। ଅମିଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଦାଏର କରାଯିବା ପରେ ଝାଡ଼ଖଣ୍ଡର ଏକ କୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏ ସମ୍ପର୍କରେ ଜଷ୍ଟିସ୍‌ ବି.ଆର୍‌. ଗାଭାଇ ଏବଂ ପି.ଏସ୍‌. ନରସିଂହ୍ମା ଝାଡ଼ଖଣ୍ଡ ସରକାରଙ୍କୁ ନୋଟିସ୍‌ ପଠାଇଥିଲେ। ଭାରତୀୟ ଦଣ୍ଡ ସଂହିତା ଧାରା ୧୩୮ (ଚେକ୍‌ ବାଉନ୍ସ) ଅଧୀନରେ ମାମଲାର ଯାଞ୍ଚ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଧାରା ୪୦୬ ଏବଂ ୪୨୦ ଅଧିନରେ ଯାଞ୍ଚ କରାଯିବା ଉପରେ କୋର୍ଟ ବର୍ତ୍ତମାନ ପାଇଁ ରହିତାଦେଶ ଲଗାଇଛନ୍ତି। ‘ଦେଶୀ ମ୍ୟାଜିକ୍‌’ ନାମରେ ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଝାଡ଼ଖଣ୍ଡର ଅଜୟ କୁମାର ସିଂ ଅମିଷାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୫ କୋଟି ଟଙ୍କା ଜମା କରିଥିଲେ। ଟଙ୍କା ନେବା ପରେ ଅମିଷା ଫିଲ୍ମରେ କାମ କରି ନ ଥିଲେ କି ଟଙ୍କା ଫେରାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଛକୁ ଘୃଣା କରେ: ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା।...

ଫିଲ୍ମରେ ଆକ୍ସନ ସିନ୍‌ରେ ସୋନୁଙ୍କ ଉପରେ ହାତ ଉଠାଇବାକୁ ମନାକଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ସେ ହଜାର ହଜାର...

ନିଶାସକ୍ତ ଅବସ୍ଥାରେ ଯେତେବେଳେ ସେଟ୍‌ରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ: ଶ୍ରୀଙ୍କ ଥିଲା ଏଭଳି ପ୍ରତିକ୍ରିୟା…

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଭାବେ ବେଶ୍‌ ଜଣାଶୁଣା। ଶ୍ରୀ ତାଙ୍କ କ୍ୟାରିୟରରେ ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ କରି ବେଶ୍‌...

କରୋନାକୁ ନେଇ ପିଟ୍‌ବୁଲଙ୍କ ନୂଆ ଗୀତ ରିଲିଜ୍‌

ଆମେରିକାନ ଫେମସ୍‌ ରାପର ପିଟ୍‌ବୁଲ ନିଜର ନୂଆ ସଙ୍ଗ୍‌ ରିଲିଜ୍‌ କରିଛନ୍ତି। ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଯେଉଁ ମୃତ୍ୟୁ ତାଣ୍ଡବ ସୃଷ୍ଟି କରିଛି,...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟ ଗିରଫ

ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗବରିଏଲା ଡେମେଟ୍ରିଏଡଙ୍କ ଭାଇଙ୍କୁ ଗିରଫ କରିଛି। ସେ ହେଲେ...

ସଲମାନଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ, ଭାଇଜାନ କହିଲେ…

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ ମୁକ୍ତିଲାଭ କରିଛି। ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ବହୁତ ସମୟ ପରେ ସଲମାନ...

ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ ଭଉଣୀ ପାଇଁ ତିଆରି କଲେ କେକ୍‌

ମା’ ହେବାର ଅନୁଭବ ସବୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର। ଅଧିକାଂଶ ମହିଳା ସେମାନଙ୍କର ପ୍ରଥମ ସନ୍ତାନ ଭାବେ ପୁଅ ଚାହିଁଥାନ୍ତି। ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା...

Advertisement
Archives

Model This Week