ଏସ୍‌ସି, ଏସ୍‌ଟି ଛାତ୍ରୀଙ୍କ ପାଇଁ ବୃହତ୍‌ ନିଯୁକ୍ତି ମେଳା

ଭବାନୀପାଟଣା,୨୦।୯(ସ୍ବ.ପ୍ର.): ଭବାନୀପାଟଣାସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ତାମିଲନାଡୁର ହୋସୁରଠାରେ ଥିବା ପ୍ଲାଣ୍ଟ ପାଇଁ ଏକ ବୃହୃତ ନିଯୁକ୍ତି ମେଳା ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଓସୱାନ କେନ୍ଦ୍ରରେ ଭର୍ଚୁଆଲ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାସ୍ତରୀୟ ଅଧିକାରଙ୍କ ସମେତ ଜିଲାର ସମସ୍ତ ବିଡିଓମାନେ ସାମିଲ ହୋଇଥିଲେ। ଏଥିରେ ୩୦।୯।୨୦୨୨ ସୁଦ୍ଧା ୧୮ରୁ ୨୦ ବର୍ଷ ବୟସ ପ୍ରାପ୍ତ ହୋଇଥିବା ଅନୁସୂଚିତଜାତି ଓ ଜନଜାତି ବର୍ଗର କେବଳ ଛାତ୍ରୀମାନେ ଯେଉଁମାନେ କି ୨୦୨୧ କିମ୍ବା ୨୦୨୨ରେ ଯୁକ୍ତ ୨ (କଳା, ବାଣିଜ୍ୟ, ବିଜ୍ଞାନ ବିଭାଗ) ପରୀକ୍ଷାରେ ଉର୍ତ୍ତିଣ୍ଣ ହୋଇଥିବେ, ସେମାନେ କମ୍ପାନୀ ପକ୍ଷରୁ ଆୟୋଜିତ ଏହି ପରୀକ୍ଷାରେ ଭାଗ ନେଇପାରିବେ। ପ୍ରାଥିନୀଙ୍କ ଓଜନ ୪୩ରୁ ୬୫ କେଜି ଏବଂ ଉଚ୍ଚତା ୧୫୦ ସିଏମ ହୋଇଥିବେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ହୋସୁର୍‌ଠାରେ ୧୨ ଦିନିଆ ତାଲିମ ନେଇ ଡାଟା ଏଣ୍ଟ୍ରି ଅପରେଟର ରୂପେ ମାସିକ ୧୫୦୦୦ ଟଙ୍କା ଦରମାରେ ନିଯୁକ୍ତି ପାଇବେ। ସେମାନଙ୍କ ଖାଇବା, ରହିବା ଓ ସମସ୍ତ ସୁବିଧା କମ୍ପାନୀ ପକ୍ଷରୁ କରାଯାଉଛି। ବିଡିଓମାନଙ୍କୁ ନିଜ ବ୍ଲକରେ ପଢୁଥିବା ଇଛୁକ ଛାତ୍ରୀମାନଙ୍କୁ ବସରେ ଆଣି ୨୪।୯।୨୦୨୨ ତାରିଖ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭବାନୀପାଟଣା ଆଇଟିଆଇଠାରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପ୍ରକାଶ ଥାଉକି, ରାଜ୍ୟର ୪ଟି ଜିଲା ସୁନ୍ଦରଗଡ଼, କୋରାପୁଟ, ମୟୂରଭଞ୍ଜ ଓ କଳାହାଣ୍ଡିରେ ଟାଟା ଇଲେକ୍ଟ୍ରୋନିକ୍ସ ପାର୍ଥି ଚୟନ କରିବ। ଏଥିରୁ କଳାହାଣ୍ଡି ଜିଲାରୁ ୨୦୦ଜଣ ପ୍ରାର୍ଥିନୀଙ୍କୁ ଚୟନ କରିବ। ପ୍ରସ୍ତୁତି ବୈଠକରେ ଜିଲା ଉନ୍ନୟନ ଅଧିକାରୀ ଜିଲା ପରିଷଦ ସୁଶାନ୍ତ କୁମାର ପଟେଲ, ଧର୍ମଗଡ଼ ଉପଜିଲାପାଳ ସଚିନ ପାୱାର, ଡିଏସଡବ୍ଲୁଓ ଜ୍ୟୋସ୍ନାରାଣୀ ପାତ୍ର, ପିଏଆଇଟିଡିଏ ବିରଞ୍ଚତ୍ନାରାୟଣ ଦରୱାନ, ଡିଡବ୍ଲୁଓ ଅରବିନ୍ଦ ରାୟ, ଡିଆଇପିଆରଓ ମନୋଜ କୁମାର ବେହେରା, ଆରଟିଓ ଶ୍ରୀନିବାସ ର୍ସିକା, ମ୍ୟୁନିସିପାଲଟି ଇଓ ବଳୟ ଦେହୁରୀ, ଏପିଡି ବିମ୍ବାଧର ସାହୁ, ଜିଲା କର୍ମ ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri