ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରେ ମିଶିଛନ୍ତି। ତେବେ ସୁଜାତାଙ୍କ ବିଜେଡିରେ ସାମିଲ ଉତ୍ସବକୁ ବିଜେଡି ନେତା ବବି ଦାସ, ବଦ୍ରି ନାରାୟଣ ପାତ୍ର, ରାଜା ସ୍ବାଇଁ , ପ୍ରସନ୍ନ ଆଶ୍ଚର୍ଯ୍ୟ, ଲତିକା ପ୍ରଧାନ, ବିକ୍ରମ ଆରୁଖ, ଭୂପିନ୍ଦର ସିଂ ଆସିନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସେପଟେ ସୁଜାତା ବିଜେଡିରେ ମିଶିବା ପରେ ଦଳର ସୁପ୍ରିମୋ ନବୀନ ବଡ଼ ବୟାନ ଦେଇଛନ୍ତି।  ସେ କହିଛନ୍ତି, ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଛନ୍ତି। ଆସନ୍ତା ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ୱ ନେବି। ଏହା ସହ ବିଜେଡିରେ ମିଶିବା ପରେ ସୁଜାତା ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ନବୀନଙ୍କ ନେତୃତ୍ୱରେ ମୁଁ ରାଜ୍ୟବାସୀଙ୍କ ପାଇଁ କାମ କରିବି। ଓଡ଼ିଶାବାସୀଙ୍କ ସେବା ପାଇଁ ପୁଣି ସୁଯୋଗ ମିଳିଛି। ବିଜେଡି ନେତା ଓ ଅଗଣିତ କର୍ମୀଙ୍କ ଆଶୀର୍ବାଦରେ ମୁଁ ସାମିଲ ହୋଇଛି।

Odisha’s No.1 Odia Daily

Share