କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ ମୂର୍ତ୍ତି ଏବଂ କବାଟ ବନ୍ଧରୁ ସୁନା ଗାଏବ ହୋଇଥିବା ନେଇ ମାମଲା ରୁଜୁ କରିଛି।
ମନ୍ଦିରର ଅଧିକ କାଳକୃତିରୁ ସୁନା ଗାଏବ୍ ହୋଇଥିବା ନେଇ ଏସ୍ଆଇଟି କୋଲାମସ୍ଥିତ ଭିଜିଲାନ୍ସ କୋର୍ଟରେ ରିପୋର୍ଟ ଦାଖଲ କରିଛି। ଏଥିସହିତ ସୁନା ଗାଏବ ଘଟଣା ୨ଟି କଳାକୃତିରେ ସୀମିତ ନୁହେଁ ବୋଲି ତଦନ୍ତକାରୀ ଟିମ୍ କହିବା ସହ ଅଭିଯୁକ୍ତମାନଙ୍କୁ ଅଧିକ ଜେରା ପାଇଁ ହାଜତକୁ ନେବା ନିମନ୍ତେ ନିବେଦନ କରିଛି।
ରିପୋର୍ଟ ଅନୁଯାୟୀ, ମନ୍ଦିରର ପ୍ରଭାରେ ଥିବା ୭ଟି ତମ୍ୱା ପ୍ଲେଟ୍ରେ ଲାଗିଥିବା ସୁନା ନ ଥିବା ସୂଚନା ମିଳିଛି।


