ବଡ଼ ନିଷ୍ପତ୍ତି, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ଉପରେ ଗବେଷଣା ପାଇଁ ଅନୁମତି…

ନୂଆଦିଲ୍ଲୀ, ୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ମିଶ୍ରିତ ଡୋଜ୍‌ ଉପରେ ଅଧିକ ଗବେଷଣା ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ମିଶ୍ରିତ ଡୋଜ୍‌ ଉପରେ ଅଧିକ ଗବେଷଣା ଲାଗି ଜୁଲାଇ ୧୯ରେ ଡିସିଜିଆଇ ନିକଟରେ ଆବେଦନ କରାଯାଇଥିଲା। ଏହି ଗବେଷଣା ଭେଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି) ଦ୍ୱାରା କରାଯିବ। ଏଥିରେ ୩୦୦ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବ। ଏହି ଗବେଷଣା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ଠାରୁ ଭିନ୍ନ ହେବ।
ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ କରୋନା ବିରୋଧରେ ବେଶ୍‌ ପ୍ରଭାବଶାଳୀ ବୋଲି ଏନେଇ ପୂର୍ବରୁ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଆଇସିଏମଆର ଅଧ୍ୟୟନରୁ ଜଣାପଡିଛି ଯେ କୋଭିଶିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ ଦେବା ଦ୍ୱାରା ଶରୀରରେ କରୋନା ମହାମାରୀ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ। ଅଧ୍ୟୟନରେ ୯୮ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରୁ ୪୦ ଜଣଙ୍କୁ କୋଭିଶିଲ୍ଡର ଉଭୟ ଡୋଜ ଏବଂ ୪୦ ଜଣଙ୍କୁ କୋଭାକ୍ସିନର ଉଭୟ ଡୋଜ୍‌ ଦିଆଯାଇଥିଲା। ଅପରପକ୍ଷରେ ୧୮ ଜଣଙ୍କୁ କୋଭିସିଲ୍ଡର ପ୍ରଥମ ଡୋଜ ଏବଂ କୋଭାକସିନର ଦ୍ୱିତୀୟ ଡୋଜ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଏବଂ ୭ ଜଣ ମହିଳା ଥିଲେ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରିତ ଟିକା ପରୀକ୍ଷାରୁ ସୁଫଳ ମିଳିଛି। ଦୁଇଟି ଭିନ୍ନ ଭିନ୍ନ ଟିକାର ଡୋଜ୍‌ ସୁରକ୍ଷିତ ଏବଂ ଏହାକୁ ନେଲେ ଶରୀରରେ କରୋନା ମହାମାରୀ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।
ଗବେଷଣାର ଅନ୍ତିମ ରିପୋର୍ଟର ଫଳାଫଳ ଭଲ ମିଳିଲେ, ସରକାର କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ପ୍ରଦାନକୁ ମଞ୍ଜୁରୀ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି…

ହର୍ମୁଜରେ ଖୋଲିଲା ନୂଆ ରାସ୍ତା, ଯୁଦ୍ଧ ମଧ୍ୟରେ ଜାହାଜଗୁଡ଼ିକୁ ମିଳିଲା ନିରାପଦ ପଥ, ଇରାନକୁ ଘାରିଲାଣି ଚିନ୍ତା

ତେହରାନ,୪ା୪: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହର୍ମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ପଥ ଖୋଲିଥିବା ପରି ମନେ ହେଉଛି, ଯାହା ବାଣିଜି୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri