ଧାନ ସଂଗ୍ରହ ଆରମ୍ଭ ନ ହେଉଣୁ ବଢ଼ିଲା ଅଡୁଆ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ମଧ୍ୟ ବସି ନାହିଁ। ଅନ୍ୟପକ୍ଷେ ରବିବାର ବରଗଡ଼ରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନର ବୈଠକ ବସିଛି। ଆସୋସିଏଶନର ଦାବି ପୂରଣ ନ ହେଲେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ମିଲର୍ସମାନେ ସହଯୋଗ କରିବେ ନାହିଁ ବୋଲି ବୈଠକର ନିଷ୍ପତ୍ତିରୁ ବାରି ହୋଇ ପଡୁଛି। ଏଭଳି ହେଲେ ଏଥର ଆରମ୍ଭରୁ ଧାନ କିଣାବିକା ଜଟିଳ ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ରାଜ୍ୟର ପ୍ରତି ଜିଲାର ମିଲର୍ସମାନେ ବରଗଡ଼ ସହର ଉପକଣ୍ଠ ଏକ ହୋଟେଲ ସମ୍ମିଳନୀ କକ୍ଷରେ ସମବେତ ହୋଇଥିଲେ। ସେଠାରେ ପ୍ରତି ଜିଲାରେ ମିଲର୍ସଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା। ତେବେ ରାଇସ୍‌ ମିଲ ଗୁଡ଼ିକରୁ ଏଫସିଆଇ ଚାଉଲ ଉଠାଉ ନଥିବା ଏକ ବଡ଼ ସମସ୍ୟା ପାଲଟିଛି ବୋଲି ମିଲର୍ସମାନେ ମତ ରଖିଥିଲେ। ଚାଉଳ ଉଠାଯାଉ ନଥିବାରୁ ତାହା ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି ଏବଂ ଏଥିପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି ବୋଲି ମିଲର୍ସମାନେ ମତବ୍ୟକ୍ତ କରିଥିଲେ।

ସେହିପରି ନିର୍ଦ୍ଧାରିତ ସମୟରେ ମିଲର୍ସମାନଙ୍କୁ ମିଲିଂ ବାବଦକୁ ପ୍ରାପ୍ୟରାଶି ମିଳୁ ନ ଥିବାବେଳେ ବାରମ୍ବାର ଦାବି ସତ୍ତ୍ୱେ ତାହା ବୃଦ୍ଧି କରାଯାଉ ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଏହି ଦୃଷ୍ଟିରୁ ସରକାର ନିଜେ ଧାନ କିଣି ରଖନ୍ତୁ ଏବଂ ଆବଶ୍ୟକ ହେଲେ ମିଲର୍ସମାନେ ଭଡ଼ାରେ ଗୋଦାମ ଯୋଗାଇ ଦେବେ ବୋଲି କହିଥିଲେ।

ସେହିପରି ସରକାର ନିର୍ଦ୍ଧାରିତ ସମୟରେ ଯେତେ ପରିମାଣର ଚାଉଲ ଉଠାଇ ପାରିବେ, ସେହି ପରିମାଣର ଧାନ ମିଲର୍ସମାନଙ୍କୁ ଦିଅନ୍ତୁ ବୋଲି ମିଲର୍ସମାନେ କହିଥିଲେ। ଅନ୍ୟଥା ମିଲର୍ସମାନେ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ। ଏହି କ୍ରମରେ ଏକ ପ୍ରସ୍ତାବ ନିଆଯାଇ ସରକାରଙ୍କୁ ତୁରନ୍ତ ଜଣାଇ ଦିଆଯିବ ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri