ବଡ଼ ବିତର୍କ ଲୋଡ଼ା

Dillip Cherian

କେନ୍ଦ୍ର ସରକାରଙ୍କ ଲାଟେରାଲ ଏଣ୍ଟ୍ରି ନୀତିରେ ଘରୋଇ ଏବଂ ସାର୍ବଜନୀନ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ଆଣି ସରକାରରେ ନିଯୁକ୍ତି ଦିଆଯାଉଛି। କିନ୍ତୁ ଧୀରେଧୀରେ ବରିଷ୍ଠ ବାବୁମାନେ ସର୍ଭିସ ଛାଡି କର୍ପୋରେଟ ଜଗତରେ ପ୍ରବେଶ କରିବା ଦ୍ୱାରା ଏହି ନୀତି ପ୍ରଭାବହୀନ ହେବାରେ ଲାଗିଛି। ଅନେକ ଘଟଣାରେ,ଏହି ବାବୁମାନେ ସିଭିଲ୍‌ ସର୍ଭିସ ଛାଡିବା କିମ୍ବା ଅବସର ନେବାର ଠିକ୍‌ ପରେ ଲାଭଦାୟକ ଦାୟିତ୍ୱରେ ରହିଛନ୍ତି। ଯଦିଓ ଏକ ବର୍ଷ ‘କୁଲିଂ ଅଫ୍‌’ ପିରିୟଡ (ଅବସର ପରେ ଓ ଘରୋଇ ଫାର୍ମରେ ଯୋଗ ଦେବା ପୂର୍ବର ଅମଲାତନ୍ତ୍ରୀଙ୍କ ପାଇଁ ନିଶ୍ଚିତ କରାଯାଇଥିବା ସମୟ)ରେ ରହିବାର ନିୟମ ଥିତ୍ଲେ ମଧ୍ୟ ତାହା ନ କରି ସେମାନେ ଏଭଳି କରିଛନ୍ତି। ନୀତି ଆୟୋଗ ଏବଂ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ (ସିସିଆଇ)ର ପୂର୍ବତନ ସଦସ୍ୟ ଅର୍ଚ୍ଚନା ଗୋୟଲ ଗୁଲାଟି ନିକଟରେ ଗୁଗଲ୍‌ରେ ପବ୍ଲିକ୍‌ ପଲିସି ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଓ ଏହାକୁ ନେଇ ପୁନର୍ବାର କୁଲିଂ ଅଫ୍‌ ପିରିୟଡ ଉପରେ ବିତର୍କ ଉଙ୍କି ମାରିଛି। ସୂତ୍ରରୁ ଜଣାପଡ଼ିଛି, ଗୁଗଲ୍‌ର ମୂଳ କମ୍ପାନୀ ଆଲ୍‌ଫାବେଟ ଇଙ୍କ୍‌ ସମ୍ପର୍କରେ ତଦନ୍ତ କରିବା ଲାଗି ସିସିଆଇ ନିର୍ଦ୍ଦେଶ ଦେଇଥିଲାବେଳେ ଗୁଲାଟି ସିସିଆଇରେ ନିଯୁକ୍ତି ପାଇଥିଲେ। ତେବେ ଗୁଲାଟି ସୂଚାଇ ଦେଇଛନ୍ତି ଯେ, ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡ ଶେଷ ହେବା ପରେ ହିଁ ସେ ଗୁଗଲ୍‌ରେ ଯୋଗ ଦେଇଛନ୍ତି। ଯାହାହେଉ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଥିବା ଅନ୍ୟ ବାବୁମାନଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ଗୁଲାଟି। ଅମଲାତନ୍ତ୍ରରେ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ୨୦୧୯ରେ ଆନନ୍ଦବିଜୟ ଝା ତାହା ଛାଡି ଏକ ବହୁ ରାଷ୍ଟ୍ରୀ୍ରୟ ଓ ପୁନଶ୍ଚ ଏକ ଇଣ୍ଟର୍‌ନ୍ୟାଶନାଲ ଇନ୍‌ଭେଷ୍ଟମେଣ୍ଟ ପାଓ୍ବାର୍‌ହାଉସକୁ ଯାଇଥିଲେ। ଗତବର୍ଷ ଉତ୍ତରପ୍ରଦେଶ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ରାଜୀବ ଅଗ୍ରଓ୍ବାଲ ଏକ ଗ୍ଲୋବାଲ ସୋସିଆଲ ମିଡିଆର ନୀତି ମୁଖ୍ୟ ଭାବେ ଯୋଗ ଦେଇଥିଲେ। ତେବେ ଅବସର ପରେ ରାଜନୀତି କିମ୍ବା କର୍ପୋରେଟରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଥିବା ବାବୁମାନଙ୍କ କ୍ଷେତ୍ରରେ ଥିବା ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡକୁ ନେଇ ପୂର୍ବରୁ ବିତର୍କ ଲାଗି ରହିଥିଲେ ବି ଏଥିପାଇଁ ଏବେ ଏକ ବଡ଼ ବିତର୍କ ଲୋଡ଼ା।
ଆଇନ ମନ୍ତ୍ରଣାଳୟରେ ଆଇଏଏସ୍‌ କ୍ୟାଡର
କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସଚିବ ଭାବେ ଇଣ୍ଡିଆନ୍‌ ଲିଗାଲ ସର୍ଭିସ(ଆଇଏଲ୍‌ଏସ୍‌)ର ଅଧିକାରୀ କିମ୍ବା ଆଇନ ବଶାରଦମାନଙ୍କୁ ନିଯୁକ୍ତି ନ ଦେବା ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଛି। କେନ୍ଦ୍ର ଭରସାଯୋଗ୍ୟ ତଥା କଠିନ ପରିଶ୍ରମୀ ଆଇଏଏସ୍‌ କ୍ୟାଡର ଉପରେ ନିର୍ଭର କରିବାକୁ ପସନ୍ଦ କରିଛି। ଆଇନ ସଚିବ ଭାବେ ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ନୀତିନ ଚନ୍ଦ୍ରାଙ୍କୁ ନିଯୁକ୍ତି ଦେଇ ଏହା ପ୍ରମାଣ ବି କରିଛି। ଯଦିଓ ସର୍ବଭାରତୀୟ ସେବା ଭାବେ ଆଇଏଲ୍‌ଏସ୍‌ ୧୯୫୬ରୁ ରହିଛି। ଆଇଏଲ୍‌ଏସ୍‌ ଅଧିକାରୀମାନଙ୍କୁ ମନ୍ତ୍ରଣାଳୟର ଆଇନ ବ୍ୟାପାର ବିଭାଗ, ବ୍ୟବସ୍ଥାପିକା ବିଭାଗ ଏବଂ ନ୍ୟାୟ ବିଭାଗର ଅଣ୍ଡର୍‌ସେକ୍ରେଟାରିଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ନିଯୁକ୍ତି ଦିଆଯାଇଥାଏ। ଏହି ଅଧିକାରୀମାନଙ୍କୁ ଡେପୁଟେଶନରେ ମଧ୍ୟ ନିଆଯାଇଥାଏ। ଚନ୍ଦ୍ରାଙ୍କୁ ଜୁଡ଼ିସିଆଲ ସର୍ଭିସ ଅଧିକାରୀ ଏ.କେ.ମେନ୍ଦିରତ୍ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। କୌତୂହଳର କଥା, ମେନ୍ଦିରତ୍ତା କୃଷି ଆଇନଗୁଡ଼ିକର ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ ଯାହାକୁ ନେଇ ଦୀର୍ଘ ଏକ ବର୍ଷ ବ୍ୟାପୀ କୃଷକମାନେ ପ୍ରତିବାଦ ଜାରି ରଖିଥିଲେ। ସ୍ମରଣଯୋଗ୍ୟ,ପ୍ରଧାନ ବିଚାରପତି (ସିଜେଆଇ) ଆଇନର ଗୁଣବତ୍ତା ଏବଂ ଆଇନ ଡ୍ରାଫ୍ଟିଂର ସ୍ପଷ୍ଟତାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସମ୍ଭବତଃ, ଏହା ଚନ୍ଦ୍ରାଙ୍କ ନିଯୁକ୍ତି ପାଇଁ ପଥ ସୁଗମ କରିଥିଲା ଓ କେନ୍ଦ୍ର ଅନୁଭବ କରିଥିଲା ଯେ, ଜଣେ ଆଇଏଏସ୍‌ ଅଧିକାରୀ ହିଁ ଏହି ପଦବୀ ପାଇଁ ଯୋଗ୍ୟ। ବିଶେଷ ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ଆଇନ ସଚିବ ଆଲୋକ ଶ୍ରୀବାସ୍ତବଙ୍କ ଅତି ଉତ୍ତମ ସଫଳତା ସେହି ପଦବୀକୁ ଆଇଏଏସ୍‌ କ୍ୟାଡରକୁ ଫେରାଇ ଦେବା ଲାଗି ବିଶ୍ୱାସ ଜନ୍ମାଇଛି।
କିଏ ଜିତିବ
ନିଯୁକ୍ତିକୁ ନେଇ ହରିୟାଣାର ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଲାଗି ରହିଥିବା ଲଢ଼େଇ କେନ୍ଦ୍ରର ହସ୍ତକ୍ଷେପ ପରେ ତୀବ୍ର ହୋଇଛି। ପୂର୍ବରୁ ମନୋହରଲାଲ ଖଟ୍ଟର ସରକାର କ୍ୟାଡର ପଦବୀରେ ଅଣକ୍ୟାଡର ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇଆର୍‌ଏସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି କରିଚାଲିଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ମଧ୍ୟ କ୍ୟାଡର ପଦବୀ ପାଇଁ ୧୧ ଜଣ ଅଣ କ୍ୟାଡର ଅଧିକାରୀଙ୍କ ନିଯୁକ୍ତି ଲାଗି କେନ୍ଦ୍ର ଅନୁମୋଦନ ମାଗିଥିଲେ। ଏବେ କେନ୍ଦ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓ କହିଛି ଯେ, ପୂର୍ବରୁ କେନ୍ଦ୍ରର ଅନୁମୋଦନ ନ ନେଇ ରାଜ୍ୟ ସରକାର ୩ ମାସରୁ ଅଧିକ ଯାଏ କ୍ୟାଡର ପଦବୀରେ ଅଣ କ୍ୟାଡର୍‌ ଅଧିକାରୀମାନଙ୍କୁ ନିଯୁକ୍ତ କରିପାରିବେ ନାହିଁ। କ୍ୟାଡର ପଦବୀରେ ରହିଥିବା ସମସ୍ତ ଅଣକ୍ୟାଡର ଅଧିକାରୀଙ୍କ ସବିଶେଷ ବିବରଣୀ କେନ୍ଦ୍ର ରାଜ୍ୟ ସରକାରଙ୍କୁ ମାଗିଛି। ସୂତ୍ରରୁ ପ୍ରକାଶ, କେନ୍ଦ୍ରର ଏହି ନିର୍ଦ୍ଦେଶର ଉତ୍ତରଦେବାକୁ ବାକି ରହିଛି। କିନ୍ତୁ ଆଇପିଏସ୍‌ ଅଧିକାରୀ ସଂଘ ରାଜ୍ୟ ମୁଖ୍ୟ ଶାସନ ସଚିବ ସଞ୍ଜୀବ କୌଶଲଙ୍କୁ ଲେଖିଛି ଯେ, କ୍ୟାଡର ନିୟମର କୌଣସି ଉଲ୍ଲଂଘନ ହୋଇନାହିଁ। ଆଇପିଏସ୍‌ ଅଧିକାରୀମାନେ ଯୁକ୍ତି ବାଢିଛନ୍ତି ଯେ, ଅଣ ଆଇଏଏସ୍‌ କ୍ୟାଡର ଅଧିକାରୀମାନେ ଥିବା ତିନୋଟି ପ୍ରିନ୍ସିପାଲ ସେକ୍ରେଟାରି ପଦବୀ କ୍ୟାଡର ପଦବୀ ନୁହନ୍ତି। କିନ୍ତୁ ଏଭଳି ମତ ଦିଲ୍ଲୀରେ ବାବୁମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ନାହିଁ। ଆଇଏଏସ୍‌ ଅଧିକାରୀମାନେ ଖଟ୍ଟର ସରକାରଙ୍କ ଉପରେ ପ୍ରତି ଆକ୍ରମଣ କରିବା ସ୍ପଷ୍ଟ ହୋଇଛି, କିନ୍ତୁ ଏଥିରେ କିଏ ବିଜୟୀ ହେବ? କେନ୍ଦ୍ରର ନିର୍ଦ୍ଦେଶର କୌଶଲ କିଭଳି ଉତ୍ତର ଦେବେ ତାହା ମଧ୍ୟ ଏକ ସଂକେତ ଦେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri