ନୂଆଦିଲ୍ଲୀ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ୭ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିରେ ଓଡ଼ିଶାର ବରିଷ୍ଠ ନେତା ତଥା ଭାଜପାର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ OBC ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ମିଳିଛି। ଭାଜପାର ଏହି ନିଯୁକ୍ତିକୁ ସଂଗଠନକୁ ମଜବୁତ କରିବାର ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।
କାହାକୁ ମିଳିଲା କେଉଁ ମୋର୍ଚ୍ଚାର ଦାୟିତ୍ୱ?
ଯୁବ ମୋର୍ଚ୍ଚା: ହରିଶ ଦ୍ୱିବେଦୀ
ମହିଳା ମୋର୍ଚ୍ଚା: ଡି. ପୁରନ୍ଦେଶ୍ୱରୀ
SC ମୋର୍ଚ୍ଚା: ସଞ୍ଜୟ ଭାଟିଆ
OBC ମୋର୍ଚ୍ଚା: ବୈଜୟନ୍ତ ପଣ୍ଡା
କୃଷକ ମୋର୍ଚ୍ଚା: ଲାଲ ସିଂହ ଆର୍ଯ୍ୟ
ST ମୋର୍ଚ୍ଚା: ସତୀଶ ପୁନିଆ
ଓଡ଼ିଶାର ବରିଷ୍ଠ ଭାଜପା ନେତା ବୈଜୟନ୍ତ ପଣ୍ଡାଙ୍କୁ OBC ମୋର୍ଚ୍ଚାର ପ୍ରଭାରୀ କରାଯାଇଛି। ସେ ବର୍ତ୍ତମାନ ଭାଜପାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ନୂଆ ଜାତୀୟ ଟିମରେ ମଧ୍ୟ ତାଙ୍କୁ ଉପାଧ୍ୟକ୍ଷ ଭାବେ ସ୍ଥାନ ମିଳିଥିଲା। ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ଲୋକ ସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ଭାଜପାର ସଂଗଠନ ବିସ୍ତାର ଏବଂ ଦଳର ନିର୍ବାଚନୀ ସଫଳତାରେ ତାଙ୍କ ଭୂମିକା ରହିଛି।
ହରିଶ ଦ୍ୱିବେଦୀଙ୍କୁ ଯୁବ ମୋର୍ଚ୍ଚା, ଡି. ପୁରନ୍ଦେଶ୍ୱରୀଙ୍କୁ ମହିଳା ମୋର୍ଚ୍ଚା ଏବଂ ସଞ୍ଜୟ ଭାଟିଆଙ୍କୁ SC ମୋର୍ଚ୍ଚାର ପ୍ରଭାରୀ କରାଯାଇଛି। ଅନ୍ୟପଟେ ଲାଲ ସିଂହ ଆର୍ଯ୍ୟଙ୍କୁ କୃଷକ ମୋର୍ଚ୍ଚା, ସତୀଶ ପୁନିଆଙ୍କୁ ST ମୋର୍ଚ୍ଚା ଏବଂ ଗଜେନ୍ଦ୍ର ପଟେଲଙ୍କୁ ଅଳ୍ପସଂଖ୍ୟକ ମୋର୍ଚ୍ଚାର ଦାୟିତ୍ୱ ମିଳିଛି।
ଉଲ୍ଲେଖଯୋଗ୍ୟ, ଭାଜପା ଅଗଷ୍ଟ ୧୭ରେ ନୂଆ ଜାତୀୟ ସଂଗଠନ ଟିମ ଘୋଷଣା କରିଥିଲା। ଏହି ନୂଆ ଟିମରେ ହରିଶ ଦ୍ୱିବେଦୀ, ସତୀଶ ପୁନିଆ ଓ ସଞ୍ଜୟ ଭାଟିଆଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଏବଂ ବୈଜୟନ୍ତ ପଣ୍ଡାଙ୍କ ସମେତ ୧୩ ଜଣଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା।