SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେ ରଖି CEO ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ ନ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଏପରିକି ସକାଳ ୬ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କାମ କରିବା ପରେ ଅପରାହ୍ନ ୪ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରିବାକୁ କର୍ମଚାରୀଙ୍କୁ ଅବଗତ କରାଯାଇଛି। ଏନେଇ CEOଙ୍କ ପକ୍ଷରୁ ସମସ୍ତ ଜିଲାପାଳ, BMC କମିଶନର ଏବଂ DEOଙ୍କୁ ଚିଠି କରାଯାଇଛି।

ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟଓ୍ବେଭ ପାଇଁ ଆଗାମୀ ୪ ଦିନ ଯାଏ ରାଜ୍ୟର ୩ଟି ପ୍ରମୁଖ ଜିଲାକୁ ରେଡ ଚେତାବନୀ (Red Warning) ଜାରି କରାଯାଇଛି। ସେହି ଜିଲାଗୁଡିକ ହେଲା ବଲାଙ୍ଗୀର, ବୌଦ୍ଧ ଏବଂ ସମ୍ବଲପୁର। ଏହା ସହିତ ୪ ଜିଲାକୁ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୯ ତାରଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Share
Tags: CEOSIR