ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ ଦଳର ମେଣ୍ଟର ହୋଇଥିବା ନେଇ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକୃତରେ ଆଜି (ମଙ୍ଗଳବାର) IPLର ସମସ୍ତ ଦଳ ନିଜ ନିଜର ରିଲିଜ ଓ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିବାର ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ରିଟେନ୍ସନ ତାଲିକା ଜାରି କରିବା ପୂର୍ବରୁ ଏମଏସ ଧୋନୀଙ୍କ ଅବସର ଏବଂ ଦଳର ମେଣ୍ଟର ହେବା ନେଇ ଘୋଷଣା କରି ପ୍ରଶଂସକଙ୍କୁ ବଡ଼ ଝଟ୍କା ଦେଇଛି।
ଧୋନୀ IPL ୨୦୨୬ରେ ଗୋଟିଏ ବି ମ୍ୟାଚ ଖେଳିନଥିଲେ। ତଥାପି ସେ ଦଳ ସହ ଷ୍ଟାଡିୟମକୁ ଆସୁଥିଲେ। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ହଜାର ପ୍ରଶଂସକ ଷ୍ଟାଡିୟମରେ ପହଞ୍ଚୁଥିଲେ।
ଏବେ କୌଣସି ଫେୟାରୱେଲ ମ୍ୟାଚ ନଖେଳି ହିଁ ସେ IPLରୁ ଅବସର ନେଇଛନ୍ତି। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ସାଥ୍ ଛାଡ଼ିନାହାନ୍ତି ଧୋନୀ। IPL ୨୦୨୭ରେ ସେ ଦଳର ମେଣ୍ଟର ଭୂମିକାରେ ନଜର ଆସିବେ।
ଧୋନୀଙ୍କ IPL କ୍ୟାରିୟର ବେଶ ଚମତ୍କାର ରହିଛି। ଏହି କିମ୍ବଦନ୍ତୀ ଖେଳାଳି ୨୭୮ଟି ମ୍ୟାଚରେ ୩୮.୩୦ ହାରରେ ମୋଟ ୫୪୩୯ ରନ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟରୁ ୨୪ଟି ଅର୍ଦ୍ଧଶତକ ଆସିଥିବା ବେଳେ ୨୬୪ଟି ଛକା ମଧ୍ୟ ମାରିଛନ୍ତି। ଏହାସହ ଧୋନୀ ୧୫୮ଟି କ୍ୟାଚ ମଧ୍ୟ ଧରିଛନ୍ତି।
OFFICIAL ANNOUNCEMENT 🦁💛
A once-in-a-lifetime player.
A new role. A bond that lasts forever 💛
Mahendra Singh Dhoni takes charge as the Team Mentor of Chennai Super Kings!
Through countless victories, challenging times, and memories that will stay in our hearts forever, MS has been at the heart of our journey from the very beginning.
From leading us to glory to guiding the next generation of Super Kings, Thala will always be a part of our identity. And Chennai will always be his home.
Read more : https://t.co/YKsoHYE51A
#WhistlePodu
— Chennai Super Kings (@ChennaiIPL) November 17, 2026