ବିଗ୍‌ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…

ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଛାତି ପିଞ୍ଜରାରେ ଆଘାତ ଲାଗିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ସହ ଅଭିନୟ କରୁଛନ୍ତି।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ଶୁଟିଂ ସମୟରେ ଅମିତାଭ ବଚ୍ଚନ ଆକ୍ସନ ସୁଟ କରିବା ସମୟରେ ଆହତ ହୋଇଛନ୍ତି। ତାଙ୍କର ରିବ କାର୍ଟିଲେଜରେ ଆଘାତ ଲାଗିଛି। ଛାତିର ଡାହାଣ ପଟର ମାଂସପେଶୀରେ ଆଘାତ ହୋଇଥିବା କୁହାଯାଇଛି। ଏହା ପରେ ଫିଲ୍ମର ଶୁଟିଂ ବାତିଲ କରାଯାଇଛି। ଶୁଟିଂ ସେଟର ସଦସ୍ୟମାନେ ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ନେଇଥିଲେ। ଡାକ୍ତରଙ୍କ ସହିତ ପରାମର୍ଶ କରାଯାଇ ବିଗ ବିଙ୍କର ସିଟି ସ୍କାନ କରାଯାଇଛି। ବର୍ତ୍ତମାନ ସେ ଘରକୁ ଫେରିଛନ୍ତି ।

ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଲେଖିଛନ୍ତି, ନିଃଶ୍ୱାସ ନେବାରେ କିଛି କଷ୍ଟ ଅନୁଭବ ହେଉଛି। ସେଥିପାଇଁ ଶୁଟିଂ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅମିତାଭ ବଚ୍ଚନ କହିଛନ୍ତି ଯେ ସେ ମୋବାଇଲରେ ଉପଲବ୍ଧ ହେବେ। ତାଙ୍କୁ ସମ୍ପୂର୍ଣ୍ଣ ବେଡ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ସନ୍ଧ୍ୟାରେ ତାଙ୍କ ବାସଭବନ ଜଲସା ବାହାରେ ପ୍ରଶଂସକଙ୍କୁ ଦେଖାଦେବା କଷ୍ଟକର ହେବ ଏବଂ ତାଙ୍କ ବଙ୍ଗଳାକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି। ପ୍ରତି ରବିବାର, ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ଜଲସା ବାହାରେ ଭିଡ କରିଥାନ୍ତି। ସୁପରଷ୍ଟାର ତାଙ୍କ ପ୍ରଶଂସକମାନଙ୍କୁ ଅଭିବାଦନ କରିଥାନ୍ତି।

ଗତ ବର୍ଷ ଅମିତାଭ ବଚ୍ଚନ ମଧ୍ୟ କେବିସି ସେଟରେ ଆହତ ହୋଇଥିଲେ, ପରେ ସେଟରେ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଯାହା ପରେ ସେ ବ୍ଲଗରେ ସୂଚନା ଦେଇଥିଲେ ଯେ ସେ ବର୍ତ୍ତମାନ ଭଲ ଅଛନ୍ତି। ଶୀଘ୍ର କାମକୁ ଫେରିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?