Posted inଜାତୀୟ

ପିଏମ ଇନର୍ଟନଶିପ୍‌ ଯୋଜନାକୁ ନେଇ ବଡ଼ ଘୋଷଣା, ବୟସସୀମାରେ ହେଲା ବଡ଼ ପରିବର୍ତ୍ତନ, ମାସକୁ ମିଳିବ…

ନୂଆଦିଲ୍ଲୀ,୩।୧୨: ଉଦ୍‌ଘାଟନ ପୂର୍ବରୁ ସ୍ଥଗିତ ହେଲା ପିଏମ ଇନର୍ଟନଶିପ୍‌ ଯୋଜନା। ୫ ବର୍ଷରେ ୧ କୋଟି ଯୁବପିଢିଙ୍କୁ ଦେଶର ଶ୍ରେଷ୍ଠ ୫୦୦ କମ୍ପାନିରେ ଇନର୍ଟନଶିପ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ପିଏମ ଇନର୍ଟନଶିପ ଯୋଜନା । ଯୋଜନାର ପାଇଲଟ ପ୍ରୋଜେକ୍ଟରେ ୧.୨୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ୧୨ ମାସର ଇନର୍ଟନଶିପ ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ, କମ୍ପାନିମାନେ ମଧ୍ୟ ୧.୨୭ ଲକ୍ଷ ଇନର୍ଟନଶିପ ଅଫର ବାହାର କରିଥିଲେ। ଏଥିପାଇଁ ପ୍ରାୟ ୬.୨୧ ଲକ୍ଷ ଆବେଦନ ମଧ୍ୟ ହୋଇଥିଲା। ହେଲେ ଡିସେମ୍ବର ୨ରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ସାମୟିକ ଭାବରେ ସ୍ଥଗିତ କରାଯାଇଛି।

ତେବେ ଏହି ଯୋଜନା କେବେ ଲଞ୍ଚ ହେବ ? ତାହାର ପରବର୍ତ୍ତୀ ଘୋଷଣାରେ ଜଣାପଡ଼ିବ। ସୂଚନା ଅନୁସାରେ ସରକାର ଅଧିକ ଆବେଦନକାରୀଙ୍କୁ ଯୋଜନାର ଅନ୍ତର୍ଭୁକ୍ତ କରିବାକୁ ଚାହୁଛନ୍ତି। ଏଥିପାଇଁ ସ୍କିମରେ କିଛିଟା ପରବର୍ତ୍ତନ କରିବାକୁ ଏହି ସାମୟିକ ସ୍ଥଗିତ ଲଗାଯାଇଛି।

ସୂଚନା ଅନୁଯାୟୀ, ସରକାର ଯୋଜନାରେ ଅଧିକ ଆବେଦନକାରୀଙ୍କୁ ଯୋଡ଼ିବା ପାଇଁ ବୟସ ସୀମା ବୃଦ୍ଧି କରିବା ଏବଂ ଶିକ୍ଷାଗତ ଯୋଗ୍ୟତାକୁ କୋହଳ କରିବା ଉପରେ ବିଚାର କରୁଛନ୍ତି । କର୍ପୋରେଟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଏହି ଯୋଜନାରେ ଆବେଦନ ପାଇଁ ବୟସ ସୀମା ୨୧ରୁ ୨୪ ବର୍ଷ ରହିଛି । ଯାହାକୁ ୧୮ରୁ ୨୬ ବର୍ଷ କରିବାକୁ ଯୋଜନା କରାଯାଉଛି। ସେହିଭଳି ଶିକ୍ଷାଗତ ଯୋଗ୍ୟତାରେ ମଧ୍ୟ କୋହଳ କରିବାକୁ ଯୋଜନା କରାଯାଉଛି। କାରଣ ଏବେ ଇନର୍ଟନଶିପ ପାଇଁ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା, ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ, ଆଇଟିଆଇ ସାର୍ଟିଫିକେଟ, କେଣସି ପଲିଟେକନିକ ସଂସ୍ଥାରୁ ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀର ଆବଶ୍ୟକତା ରହିଛି।

ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ୨ ହଜାର କୋଟ ଟଙ୍କା ଆବଣ୍ଟିତ କରାଯାଇଥିବାବେଳେ, ନଭେମ୍ବର ୨୦ ସୁଦ୍ଧା ୬.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସ୍କିମ ପାଇଁ ଚୟନ ହୋଇଥିବା ଆଶାୟୀଙ୍କୁ ୬ ହଜାର ଟଙ୍କାର ଏକ ନିଶ୍ଚିତ ରାଶି ଏବଂ ପ୍ରତି ମାସରେ ୪,୫୦୦ ଟଙ୍କାର ମାସିକ ଷ୍ଟାଇପେଣ୍ଡ ୧୨ ମାସ ପର୍ଯ୍ୟନ୍ତ ମିଳିବ। ଏହା ବାଦ୍‌ କମ୍ପାନିମାନେ ମଧ୍ୟ ପ୍ରତି ଆଶାୟୀଙ୍କୁ ପ୍ରତି ମାସରେ ଅତିରିକ୍ତ ୫୦୦ ଟଙ୍କାର ଷ୍ଟାଇପେଣ୍ଡ ଦେବା ନେଇ ଲକ୍ଷ୍ୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri