Categories: ରାଜ୍ୟ

ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୧।୭: ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଅଫ୍‌ଲାଇନ ପରୀକ୍ଷା। ଅଫ୍‌ଲାଇନ ପରୀକ୍ଷା ପାଇଁ ଅନ୍‌ଲାଇନରେ ଫର୍ମ ପୂରଣ କରିବାକୁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫିସ ଛାଡ଼ କରିଛନ୍ତି ସରକାର।

ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ହୋଇନଥିଲା। ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳକୁ ଭିତ୍ତି କରି ଗତ ୨୫ ତାରିଖରେ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଥିଲା ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ସର୍ବାଧିକ ୯୭.୮% ଛାତ୍ରଛାତ୍ରୀ ପାସ କରିଥିଲେ। ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।