ହଷ୍ଟେଲରେ ନ ରହି ପରୀକ୍ଷା ଦେଲେ ବିଦ୍ୟାଭାରତୀ

ବଲାଙ୍ଗୀର ଅଫିସ,୨୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ଦିବଂଗତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ବୁଧବାର ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଫାଇନାଲ ପରୀକ୍ଷା ଦେଇଛନ୍ତି। ବୁଧବାରଠାରୁ ଫାଇନାଲ ପରୀକ୍ଷା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ଆନିମଲ ହେଲ୍‌ଥ ମ୍ୟାନେଜ୍‌ମେଣ୍ଟ ଓ ଫାଷ୍ଟଆଡ କେୟାର ବିଷୟରେ ସେ ପରୀକ୍ଷା ହୋଇଥିଲେ। ଏହି ପରୀକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ବିଦ୍ୟାଭାରତୀ ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରର ଛାତ୍ରୀଭାବେ ତାଲିମ ଗ୍ରହଣ କରୁଥିଲେ। ତାଙ୍କର ଫାଇନାଲ ପରୀକ୍ଷା ପାଇଁ ସେ ଏବେ ବଲାଙ୍ଗୀର ଆସିଛନ୍ତି। ଏସିଏଫ୍‌ ମୃତ୍ୟୁ ମାମଲାକୁ ନେଇ ଗତ ଜୁଲାଇ ମାସରେ ପାରଳାଖେମୁଣ୍ଡି ପୋଲିସ ଟିମ୍‌ ବଲାଙ୍ଗୀର ପହଞ୍ଚତ୍ ତଦନ୍ତ କରିଥିଲେ। ଏହି ତାଲିମ କେନ୍ଦ୍ର କ୍ୟାମ୍ପସ ଅନ୍ତର୍ଗତ ଛାତ୍ରୀନିବାସରେ ବିଦ୍ୟାଭାରତୀ ରହୁଥିବା ରୁମ୍‌କୁ ପୋଲିସ ସିଲ୍‌ କରିଦେଇଥିଲା। ସେହି ଦିନରୁ ଉକ୍ତ ଛାତ୍ରୀନିବାସ ରୁମ୍‌ ସିଲ୍‌ ରହିଛି। ଏଣୁ କ୍ୟାମ୍ପସ ଭିତର ହଷ୍ଟେଲ ରୁମ୍‌ରେ ନ ରହି ବିଦ୍ୟାଭାରତୀ ବାହାରେ କୁଆଡେ ରହୁଥିବା ଜଣାପଡିଛି। ପୂର୍ବାହ୍ନ ୧୦ଟା ପୂର୍ବରୁ ସେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେଠାରୁ ସେ ଚାଲିଯାଇଥିଲେ। ପରୀକ୍ଷା କେନ୍ଦ୍ରକୁ ଆସିବାବେଳେ ଏବଂ ଗଲାବେଳେ ମୁହଁକୁ ସେ ଓଢ଼ଣିରେ ଘୋଡାଇ ରଖିଥିବା ଦେଖାଯାଇଥିଲା। ପରୀକ୍ଷା ସମୟରେ ସେ ତାଙ୍କର କୌଣସି ସହପାଠୀ କିମ୍ବା ସହପାଠିନୀଙ୍କ ସହ କଥାବାର୍ତ୍ତା କରି ନ ଥିବା ଜଣାପଡିଛି। ବିଦ୍ୟାଭାରତୀ ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରୁ ପରୀକ୍ଷା ଦେଇ ଫେରୁଛନ୍ତି।