୫-ଟି ନାଁରେ ହରିଲୁଟ ଚାଲିଛି: ବିରୋଧୀ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ପୁରୁଣା ସ୍କୁଲ ଘରେ ରଙ୍ଗ ମାରି ବିଜେଡି ଲୋକ କୋଟି କୋଟି ଟଙ୍କା ହଡ଼ପ କରୁଛନ୍ତି। ସ୍କୁଲ ଶିକ୍ଷାର ଭିତ୍ତିିଭୂମି ଭୁଶୁଡ଼ିି ପଡ଼ିଛି। କୌଣସି ଟେଣ୍ଡର କରାଯାଉ ନାହିଁ। ୫-ଟି ନଁାରେ ହରିଲୁଟ ଚାଲିଛି। କାମ ହେବାର ଅଳ୍ପ ଦିନ ମଧ୍ୟରେ ସ୍କୁଲ ଘର, ପାଚେରି ଭୁଶୁଡ଼ି ପଡ଼ିଛି। ଉପର ଚକଚକିଆ ହେଉଥିବା ବେଳେ ଭିତର ଫମ୍ପା। ସ୍କୁଲରେ ଶିକ୍ଷକ ନାହାନ୍ତି। ଗୋଟିଏ ଗୋଟିଏ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। କେବଳ ଯୋଜନା କଲେ ହେବ ନାହିଁ। ଶିକ୍ଷକ ନିଯୁକ୍ତି କରିବା ସହ ଗୁଣାତ୍ମକ ଶିକ୍ଷା ଦେବା ଦରକାର। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ସରକାରଙ୍କୁ ଘେରିଛନ୍ତି।
‘ଗୁଣାତ୍ମକମାନ ନାହିଁ…ଭିତ୍ତିିଭୂମି ଫମ୍ପା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ସରକାରଙ୍କର କୌଣସି ଶିକ୍ଷାନୀତି ନାହିଁ। ଗୁଣାତ୍ମକ ଶିକ୍ଷା ଆସିବ କେଉଁଠୁ। ସ୍କୁଲରେ ଯେଉଁ ସାମଗ୍ରୀ ଲଗାଯାଇଛି ସେଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହେଉଛି। ଗୋଟିଏ ଗୋଟିଏ ସ୍କୁଲରେ ୫୦ ଲକ୍ଷରୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାକୁ ଟେଣ୍ଡର କରା ନ ଯାଇ ବିଜେଡି ଲୋକଙ୍କୁ ଠିକାଦାରି ଦିଆଯାଉଛି। ଭଲ କଣ୍ଟ୍ରାକ୍ଟରଙ୍କୁ କାମ ନ ଦେଲେ ଗୋଟିଏ କାଳବୈଶାଖୀରେ ସବୁ ଉଡ଼ିଯିବ। ୟୁନେସ୍କୋ ରିପୋର୍ଟ ଅନୁସାରେ ରାଜ୍ୟରେ ୨ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୩ ହଜାର ସ୍କୁଲରେ ଜଣେ ଶିକ୍ଷକ ରହିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ସଂଖ୍ୟା ବଢୁଛି। ଭାଜପା ସଭ୍ୟ ସୁବାସ ପାଣିଗ୍ରାହୀ କହିଲେ, ରାଜ୍ୟର ସଂଖ୍ୟାଧିକ ଲୋକ ମୂର୍ଖ ହୋଇଗଲେ ବିଜେଡିକୁ ଫାଇଦା ହେବ। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭଶୁଡ଼ି ପଡିଛି। ଗୁଣାତ୍ମକ ଶିକ୍ଷା ଦେବା ସରକାରଙ୍କ ଇଚ୍ଛାଶକ୍ତି ନାହିଁ। ଅନେକ ସ୍କୁଲରେ ପାଚେରି ନାହିଁ। ଶିକ୍ଷକ ନାହାନ୍ତି।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ଅନେକ ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି। କୋରାପୁଟ ଜିଲାର ୮୫ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ୭୭୦ ସ୍କୁଲରେ ୨ ଜଣ ଲେଖା ଶିକ୍ଷକ ଅଛନ୍ତି। ରଙ୍ଗ ମାରିଦେଲେ ଶିକ୍ଷା ବଢ଼ିବ ନାହିଁ। ରଙ୍ଗଦିଆ ୫-ଟି ଚାଲିଛି। ଲୋକଙ୍କ ଟିକସ ପଇସା କୋଟି କୋଟି ଟଙ୍କା ବିଜେଡି ଲୋକ ହଡପ କରୁଛନ୍ତି। ୬୧,୮୦୦ ଖାଲି ପଦବୀରୁ ୬ ହଜାର ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ବାଣ୍ଟିବା ଇତିହାସରେ କେବେ ନ ଥିଲା। ୫-ଟି ନାଁରେ ହରିଲୁଟ ଚାଲିଛି। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ କହିଲେ, ୯୦୪ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି। ୧୨୮୬୭ ସ୍କୁଲରେ ଶିକ୍ଷକ ନାହାନ୍ତି। ୬୦୩୮ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ଭୁବନେଶ୍ୱରରେ ଡ୍ରପ୍‌ଆଉଟ ହେଉନାହିଁ। କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁରରେ ଡ୍ରପ୍‌ଆଉଟ ହେଉଛି। ବିଜେଡି ସଭ୍ୟ ଅମର ଶତପଥୀ, ଧ୍ରୁବ ଚରଣ ସାହୁ, ଦେବେଶ ଆଚାର୍ଯ୍ୟ ପ୍ରମୁଖ ମୁଲତବୀ ପ୍ରସ୍ତାବକୁ ବିରୋଧ କରି କହିଲେ ଯେ ସ୍କୁଲ ରୂପାନ୍ତରଣ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ପିଲାଙ୍କ ପାଇଁ ଏକ ଉତ୍ତମ ଶୈଖିକ ପରିବେଶ ସୃଷ୍ଟି କରାଯାଇଛି। ପିଲାମାନେ କିପରି ଭଲ ପଢ଼ିବେ ସେଥିପାଇଁ ସୁଯୋଗ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉତ୍ତରରେ କହିଲେ, ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତୀକରଣ କରିବା ପାଇଁ ସରକାରୀ ସ୍କୁଲରେ ୩,୧୨,୪୮୨ ବିଭିନ୍ନ ସଂରଚନା ଭିତ୍ତିଭୂମି ନିମନ୍ତେ ୬୨୬୭ କୋଟି ୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୧୨,୪୬୬ ସ୍କୁଲର ଭିତ୍ତିଭୂମି ନିମନ୍ତେ ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓମ୍ବାଡସି) ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାର ସମସ୍ତ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପାଇଁ ୯୨୫ କୋଟି ୧୫ ଲକ୍ଷ ଟଙ୍କାର ଟେଣ୍ଡର ଅନୁମୋଦନ କରାଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୪,୫୩୬ଟି ହାଇସ୍କୁଲକୁ ରୂପାନ୍ତରଣ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ସେଥିରୁ ୨୪ଟି ଜିଲାର ୩,୦୫୧ ହାଇସ୍କୁଲକୁ ମୋ ସ୍କୁଲ ଯୋଜନାରେ ୧୪୨୮ କୋଟି ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଉନ୍ନତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ୧୭ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ଡିଜିଟାଲ ଲାଇବ୍ରେରି ସୁବିଧା ପାଇଁ ସ୍କୁଲ ପିଛା ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ୩୩୫ ଶିକ୍ଷକ ପଦବୀ ପୂରଣ ପାଇଁ ଚୟନ ପ୍ରକ୍ରିୟା ଚାଲୁ ରହିଛି। ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକର ବିଭିନ୍ନ ଉପକରଣ କ୍ରୟ ପାଇଁ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୧ କୋଟି ୪୮ ଲକ୍ଷ ୭୧ ହଜାର ପ୍ରଦାନ କରାଯାଇଛି। ଶିକ୍ଷା ନୀତିର ଆଧାର ହେଉଛି ଆତ୍ମନୋ ମୋକ୍ଷାର୍ଥମ୍‌ ଜଗତ ହିତାୟ ଚ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭା କକ୍ଷଛାଡ଼ି ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri