ବାଇଡେନ୍‌ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ

ହରେକୃଷ୍ଣ ପଣ୍ଡା

ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର ମସ୍ତିଷ୍କର ବୋଲି ଜଣାଥିଲେ ହେଁ ଆଗାମୀ ଯୁଗ ଗଠନ ପାଇଁ ସାମର୍ଥ୍ୟଯୋଗ୍ୟ ନୁହନ୍ତି, ଯାହା ତାଙ୍କ ବୈଦେଶିକ ନୀତିରୁ ଅନୁମେୟ। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କରୋନା ମହାମାରୀକୁ ସମ୍ମୁଖୀନ ହେବା ସହିତ ଚାଇନା ପ୍ରତି କେବେହେଲେ କୋହଳ ମନୋଭାବ ପ୍ରଦର୍ଶନ କରି ନଥିଲେ। ଚାଇନାର ବିସ୍ତାରବାଦକୁ ନେଇ ଟ୍ରମ୍ପ ସବୁବେଳେ କହି ଆସିଥିଲେ। ଚାଇନାର ଯାବତୀୟ ଆକ୍ରମଣାମତ୍କ କାର୍ଯ୍ୟକ୍ରମକୁ ଆମେରିକା ବିରୋଧ କରିବ। ଚାଇନାର ବିଭିନ୍ନ କ୍ଷେତ୍ରରେ ଯୁଦ୍ଧଖୋର ମନୋବୃତ୍ତିକୁ ସେ କଡ଼ା ବିରୋଧ କରୁଥିଲେ। ଆମେରିକାର ବୈଦେଶିକ ବିଭାଗ କହୁଥିଲା, ଚାଇନା କାହାଠାରୁ ବୈଷୟିକ ଜ୍ଞାନକୌଶଳ, କାହାଠାରୁ ସୂଚନା ପ୍ରଯୁକ୍ତି ଚୋରିକରି ନେଉଛି ତ ଅନ୍ୟ ଦେଶର ସୀମାକୁ ନେଇ ହସ୍ତକ୍ଷେପ କରୁଛି ଏବଂ ସେହି ଦେଶର ସାର୍ବଭୌମତ୍ୱ ଉପରେ ଆଞ୍ଚ ଆଣୁଛି। ତେବେ ଆମେରିକା ଏଭଳି ଉଦ୍ୟମକୁ ବରଦାସ୍ତ କରିବ ନାହିଁ। ବିଶେଷକରି ଭାରତର ସୀମା ଲଦାଖକୁ ନେଇ ଟ୍ରମ୍ପ ଶ୍ୱାନ ଦୃଷ୍ଟି ରଖିଥିଲେ। କିନ୍ତୁ ବାଇଡେନ୍‌ ରାଷ୍ଟ୍ରପତି ହେବା ପରଠାରୁ ଚାଇନା ପ୍ରତି ଥିବା ବୈଦେଶିକ ନୀତିର ଘୋର ପରିବର୍ତ୍ତନ ହୋଇଥିବା ଅନୁଭୂତ ହୁଏ।
ବାରାକ ଓବାମାଙ୍କର ସେହିଭଳି ନମ୍ର ସ୍ବଭାବର ସୁଯୋଗ ହାସଲ କରିଥିଲା ଚାଇନା। ଦୀର୍ଘ ୧୨୦ ବର୍ଷ ଧରି ଆମେରିକା ସମଗ୍ର ବିଶ୍ୱର ନେତୃତ୍ୱକାରୀ ଦେଶ ଭାବେ ପରିଚୟ ସୃଷ୍ଟି କରିଆସିଥିଲା। ମିଳିତ ବିଶ୍ୱ ଜାତିସଂଘର ଆମେରିକା ଥିଲା ସର୍ବେସର୍ବା। ଏବେ ଯାହା ଜଣାପଡ଼େ ଚାଇନା କଳେବଳେ କୌଶଳେ ସେ ସ୍ଥାନ ନେଇ ସାରିଛି। ଏ କଥା ଆମେରିକାର ବୈଦେଶିକ ବିଭାଗ ଜାଣି ସାରିଛି। ସେଥିପାଇଁ ଟ୍ରମ୍ପ ହଠାତ ଜାତିସଂଘକୁ ଦେଉଥିବା ବାର୍ଷିକ ଦେୟ ବନ୍ଦ କରିଦେଇଥିଲେ। କିନ୍ତୁ କରୋନା ମହାମାରୀର ଜନକ ବୋଲି ଚାଇନାକୁ ଆଖ୍ୟା ଦେବା ସହିତ ବିଭିନ୍ନ ଦେଶକୁ ନେଇ ଚାଇନାର ଗବେଷଣାଗାର ତଦନ୍ତ କରାଯିବାକୁ ଘୋଷଣା କରିଥିଲେ। କିନ୍ତୁ ବାଇଡେନ ଆସିବା ପରେ ବୈଦେଶିକ ଚାପ କମିଗଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଲୋକେ ଯେଉଁମାନେ ଚାଇନାକୁ ସମର୍ଥନ କରନ୍ତି ସେମାନେ ତଦନ୍ତ ଭାର ନେଇ ଶେଷରେ ରିପୋର୍ଟ ଦେଲେ ୨୦୧୯ ମସିହା ପୂର୍ବରୁ ଚାଇନାରେ କରୋନା ଭାଇରସ୍‌ ନଥିଲା। ଅବଶ୍ୟ ତାକୁ କୌଣସି ରାଷ୍ଟ୍ର ବିଶ୍ୱାସକୁ ନେଲେ ନାହିଁ କିମ୍ବା ପ୍ରତିବାଦ କଲେ ନାହିଁ, ଯାହା ବିଶ୍ୱ ପାଇଁ ଚାଇନାର ଷଡ଼ଯନ୍ତ୍ର କାଏମ ରହିଲା। ଏବେ ଚାଇନା ବାଣିଜି୍ୟକ ସମୃଦ୍ଧି ପାଇଁ ଜୋରସୋର ଉଦ୍ୟମ ଚଳାଇଥିବା ଦେଖାଯାଉଛି। ବାଇଡେନ ନୀରବ ଥିବା ବେଳେ ଦକ୍ଷିଣ ଏସିଆରେ ଚାଇନାର ଦାଦାଗିରି ଆରମ୍ଭ ହୋଇଗଲାଣି। ବାଂଲାଦେଶ ଉପରେ ଚାଇନାର ନାଲିଆଖି ଅନ୍ୟ ଛୋଟ ଛୋଟ ଦେଶ ପାଇଁ କାଳ ହେବାକୁ ବସିଲାଣି। ବାଣିଜି୍ୟକ କ୍ଷେତ୍ରରେ ଏବେ ସବୁ ଦେଶ ବିଶେଷତଃ ଜି-୪ ଦେଶ ସମୂହ ତଳିତଳାନ୍ତ ହେବା ଉପରେ। ଚାଇନା ୨୦୧୫ ମସିହାରୁ ଜୈବିକ ଅସ୍ତ୍ର ପ୍ରସ୍ତୁତି ଆରମ୍ଭ କରି ଆସିଥିବା କଥା ଏବେ ଚାଇନାର ଜଣେ ବୈଜ୍ଞାନିକ ପ୍ରମାଣ ଦର୍ଶାଇଥିବା ବେଳେ ଅଷ୍ଟ୍ରେଲିଆ ଓ ଆମେରିକା ତା’ର ପ୍ରମାଣ ପାଇସାରିଛନ୍ତି। କିନ୍ତୁ ଟ୍ରମ୍ପ ତାଙ୍କ ସମୟରେ ଯେପରି ଅନ୍ତର୍ଜାତୀୟ ସମୁଦାୟକୁ ନେଇ ଚାଇନା ବିରୋଧରେ ଏକ ଅଘୋଷିତ ଯୁଦ୍ଧ ଆରମ୍ଭ କରିଥିଲେ ଏବେ ତାହା ବାଇଡେନ୍‌ଙ୍କ ସମୟରେ ହଠାତ ଠପ୍‌ ହୋଇଯାଇଥିବା ମନେହୁଏ। କିନ୍ତୁ କାହିଁକି, ବାଇଡେନ୍‌ଙ୍କ ଏପରି ଆଭିମୁଖ୍ୟ? ସମଗ୍ର ବିଶ୍ୱକୁ ଧ୍ୱଂସମୁଖକୁ ଠେଲିଦେଇଥିବା ଗୋଟିଏ ଦେଶ ଯେ କି ବିଶ୍ୱ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ହୋଇ ମଧ୍ୟ ଏକାଧିପତ୍ୟ ନୀତି ଅବଲମ୍ବନ କରିଚାଲିଛି ତା’ ବିରୋଧରେ ସମଗ୍ର ବିଶ୍ୱ ନୀରବ କାହିଁକି? ଯାହା ମନେହୁଏ ତାହା କେବଳ ଆମେରିକାର ବୈଦେଶିକ ନୀତିର ନମନୀୟତା ପାଇଁ। ଯେତେ ଯାହା କହିଲେ ମଧ୍ୟ ବିଭିନ୍ନ ଦୃଷ୍ଟିକୋଣରୁ ଆମେରିକା ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ। ଦୀର୍ଘ ଗୋଟିଏ ଶତାବ୍ଦୀରୁ ଊର୍ଦ୍ଧ୍ୱ କାଳ ବିଶ୍ୱର ନେତୃତ୍ୱ ନେଇ ଆସିଛି। କେତେବେଳେ ନିଜର ସ୍ବାର୍ଥକୁ ନେଇ ତ କେତେବେଳେ ଅନ୍ୟାୟ ବିରୋଧରେ ପ୍ରତିରୋଧ କରିଆସିଛି। ଆମେରିକାର ପାରମ୍ପରିକ ଶତ୍ରୁ ବୋଲାଉଥିବା ରୁଷିଆକୁ ବାଣିଜ୍ୟ କ୍ଷେତ୍ରରେ ହେଉ କିମ୍ବା ରାଜନୈତିକ କ୍ଷେତ୍ରରେ ଆମେରିକା ଗତିରୋଧ କରିଆସିଛି। ଏବେ ବାସ୍ତବରେ ରୁଷିଆ ଆଉ ସେଭଳି ମନୋବୃତ୍ତିରେ ନାହିଁ। ସେ ସ୍ଥାନ ଦଖଲ କରିନେଇଛି ଚାଇନା। ଯେ କି ସେ ଶତ୍ରୁ ସ୍ଥାନରେ ଠିଆହୋଇ ସମ୍ମୁଖ ଯୁଦ୍ଧ ଚଳାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ ବାଇଡେନ୍‌ ଆମେରିକା ତଥା ବିଶ୍ୱର ଗଣତାନ୍ତ୍ରିକ ଦେଶ ପ୍ରତି ସଚେତନ ହୋଇପାରି ନାହାନ୍ତି ନା ଇତିହାସ ସମ୍ପର୍କରେ ଅଜ୍ଞ ରହିଛନ୍ତି? ନା ନିଜକୁ ଦୁର୍ବଳ ମନେକରୁଛନ୍ତି?
କାରଣ ଭାରତ ଓ ଆମେରିକା ମଧ୍ୟରେ ଅତୀତରେ ଯେତେଗୁଡ଼ିଏ ଚୁକ୍ତି ସମ୍ପାଦିତ ହୋଇଛି ତାହା ଅନ୍ୟ କୌଣସି ଦେଶ ସହିତ ଏପରି ଚୁକ୍ତି ହୋଇ ନଥିବ। ଭାରତ ଆମେରିକାର ଏକ ସହଯୋଗୀ ଓ ସହଭାଗୀ ଦେଶ ବୋଲି ସମସ୍ତେ ଜାଣନ୍ତି। ନିକଟରେ ଟ୍ରମ୍ପ ମଧ୍ୟ ଭାରତର ବିଶ୍ୱସ୍ତତାକୁ ସ୍ବୀକାର କରିଯାଇଛନ୍ତି। ଏପରି ସ୍ଥଳେ କରୋନା ମହାମାରୀ ଏକ ସମ୍ବେଦନଶୀଳ ଓ ମାନବୀୟ ବିଷୟ ହୋଇଥିବା ବେଳେ ଭାରତର ସଂକ୍ରମଣତା ବୃଦ୍ଧି ଘଟୁଥିବା ଦେଖି ଆମେରିକାର ରାଷ୍ଟ୍ରପତି ସାହାଯ୍ୟ ସହଯୋଗ ନ ଦେବାକୁ କହିବା ପରିତାପର ବିଷୟ। ଅବଶ୍ୟ ଚାପ ପଡ଼ିବା ଯୋଗୁ ସେ ପରେ ଭାରତକୁ ଏକାନ୍ତ ନିଜର କହିବା ଆରମ୍ଭ କରି ଦେଇଥିଲେ। ସହଯୋଗର ହାତ ବଢ଼ାଇ ପୁଣି ବନ୍ଦ କରିଦେଲେ। କିନ୍ତୁ ସେ ପୂର୍ବାପର ସମ୍ପର୍କ ତଥା ଚୁକ୍ତି ସମ୍ପର୍କରେ ହୁଏତ ଅଜଣା ରହିଯାଇଥିବେ। ଏହା ପୂର୍ବରୁ ଭାରତ-ଆମେରିକା ମ୍ୟୁଚୁଆଲ ଲଜିଷ୍ଟିକ ଆରେଞ୍ଜମେଣ୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ପରସ୍ପର ସାମରିକ ସହଯୋଗ ରହିବ। ସାମରିକ ଭିତ୍ତିଭୂମିକୁ ଦୁଇ ଦେଶ ବ୍ୟବହାର କରି ପାରିବେ। ଏ ଦିଗରେ ବାଇଡେନ୍‌ ଏବେ ନିଷ୍କ୍ରିୟ। ଗଲଓାନ୍‌ ଉପତ୍ୟକାରେ ଚାଇନାର ସାମରିକ ପ୍ରସ୍ତୁତିକୁ ନେଇ ଦକ୍ଷିଣ ଚୀନ ସାଗର ଏବେ ବି ଅଶାନ୍ତମୟ ହୋଇ ରହିଛି। ପୂର୍ବେ ଭାରତ ଓ ଆମେରିକା ଦୀର୍ଘ ୧୧ ବର୍ଷ ଧରି କଡ଼ା ଟକ୍କର ଦେଇ ଆସିଥିଲେ। ଆମେରିକାର ଆକ୍ରମଣ ଭୟରେ ଚାଇନା ଆଗକୁ ଯାଇପାରି ନଥିଲା। ୨୦୦୯ ମସିହାରୁ ଦକ୍ଷିଣଚୀନ ସାଗରରେ ଚାଇନା କୃତ୍ରିମ ଦ୍ୱୀପ ଏବଂ ସାମରିକ ଘାଟି ସ୍ଥାପନକରି ଯେଭଳି ଏକଚାଟିଆ ଅଧିକାର ଜାହିର କରି ଆସିଥିଲା ତାହାକୁ ମୁଖ୍ୟତଃ ଭାରତ-ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ବିରୋଧ କରିଥିଲେ। ଏବେ ଆମେରିକାର ସେଭଳି ନେତୃତ୍ୱ ନେବା ପ୍ରତୀୟମାନ ହେଉ ନ ଥିବା ବେଳେ ଭାରତ ଆମେରିକାକୁ ସଙ୍ଗରେ ନେଇ ଜାପାନ, ଅଷ୍ଟ୍ରେଲିଆ ସହ ମେଣ୍ଟ ଗଠନ କରି ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଚାଇନାକୁ ଟକ୍କର ଦେଇ ଚାଲିଛି। ୨୦୦୭ରେ ଏହି ସଂଗଠନ ଗଠନ କରାଯାଇ ୨୦୧୭ରେ ତାହା ପୁନର୍ଗଠିତ ହୋଇଛି। ଏହି କ୍ଷେତ୍ରରେ ଆମେରିକାର ଭୂମିକା ଗୁରୁତ୍ୱପୁର୍ଣ୍ଣ । ଆଗାମୀ ଦନରେ ବାଇଡେନ୍‌ କିପରି ଠିକ୍‌ ପନ୍ଥା ଗ୍ରହଣ କରିବେ ତାହା ସମୟ ହିଁ କହିବ। ତେବେ ଭାରତ, ଜାପାନ ତାଙ୍କ ନୀତିରେ କଠୋର ଥିବା ବେଳେ ଆମେରିକା ଓ ଅଷ୍ଟ୍ରେଲିଆର ନୀତି ସଂଶୟପୂର୍ଣ୍ଣ । ଏବେ କୋଭିଡ ମହାମାରୀ କ୍ଷେତ୍ରରେ ଆମେରିକାର ନେତୃତ୍ୱ ସେପରି ଜଣାପଡୁ ନ ଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରତି ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ, ଯାହା ବିଶ୍ୱର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏବେ ଚାଇନାର ଏକାଧିପତ୍ୟକୁ ନ ରୋକିଲେ ତା’ର ବିଧ୍ୱଂସାତ୍ମକ କାର୍ଯ୍ୟ ସେତେ ବଲବତ୍ତର ହୋଇ ଚାଲିଥିବ। ସେଥିପାଇଁ ଆମେରିକାର ବୈଦେଶିକ ନୀତି ନମନୀୟ ହୋଇପଡ଼ିଲେ ବିଶ୍ୱଶାନ୍ତି ପ୍ରତିଷ୍ଠା ପରିବର୍ତ୍ତେ ବିଶ୍ୱ ଧ୍ୱଂସ ଆଡକୁ ମୁହଁାଇବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏହା ବ୍ୟତୀତ ମିଳିତ ଜାତିସଂଘର ପୁନର୍ଗଠନ, ଆଫଗାନ୍‌, ଇରାନ, ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ଆମେରିକାର ବୈଦେଶିକ ନୀତି କ’ଣ ହେବ ତାହା ନିର୍ଭର କରୁଛି ବାଇଡେନ୍‌ ସରକାରଙ୍କ ଉପରେ।
ଯାଜପୁର, ମୋ-୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri