ଏହି ମାରାତ୍ମକ ରୋଗ ସହ ସଂଘର୍ଷ କରୁଛନ୍ତି ବାଇଡେନ

ଓ୍ବାଶିଂଟନ,୧୯ା୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏକ ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି। ବାଇଡେନଙ୍କୁ ପ୍ରୋଷ୍ଟେଟ୍‌ କ୍ୟାନସର ରୋଗ ହୋଇଛି। ଡାକ୍ତରୀ ପରୀକ୍ଷା ଅନୁସାରେ, ଡାକ୍ତରମାନେ ପ୍ରଥମେ ଏକ ଛୋଟ ଗଣ୍ଠି ବା ଫୁଲା ପାଇଥିଲେ, ଯାହା ପରେ ଏହା କ୍ୟାନସର ରୋଗରେ ପରିଣତ ହେଲା।

ବାଇଡେନଙ୍କ ମୁଖପାତ୍ର କହିଛନ୍ତି ଯେ, ତାଙ୍କ କ୍ୟାନସର ରୋଗ ଗ୍ଲେସନ ସ୍କୋର ୯ ଥିଲା ଅର୍ଥାତ୍‌ ଏହା ଏକ ମାରାତ୍ମକ କ୍ୟାନସର ରୋଗ ଥିଲା। ଏହି କ୍ୟାନସର ବ୍ୟାପି ସାରିଛି, ଯାହାକୁ ଡାକ୍ତରୀ ଭାଷାରେ ମେଟାଷ୍ଟାସିସ୍‌ କୁହାଯାଏ, କିନ୍ତୁ ଏହା ହରମୋନ-ସମ୍ବେଦନଶୀଳ, ଯାହା ପ୍ରଭାବଶାଳୀ ଚିକିତ୍ସା ଆବଶ୍ୟକ କରେ।
ଯଦିଓ ପରିସ୍ଥିତି ଗମ୍ଭୀର, ଚିକିତ୍ସା ବିକଳ୍ପ ଉପଲବ୍ଧ ଅଛି, ଏବଂ ବାଇଡେନଙ୍କ ପରିବାର ବର୍ତ୍ତମାନ ସେଗୁଡ଼ିକୁ ବିଚାର କରୁଛନ୍ତି।

ବାଇଡେନଙ୍କ ସ୍ବାସ୍ଥ୍ୟାବସ୍ଥା ଖବର ପାଇବା ପରେ, ବହୁ ପୂର୍ବତନ ଏବଂ ବର୍ତ୍ତମାନର ଆମେରିକୀୟ ନେତା ତାଙ୍କୁ ସମର୍ଥନ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବାରାକ ଓବାମା କହିଛନ୍ତି, ମିଚେଲ ଏବଂ ମୁଁ ବାଇଡେନ ଏବଂ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛୁ। ଆମେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମେଲାନିଆ ଏବଂ ମୁଁ ଜୋ ଏବଂ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛୁ। ଆମେ ତାଙ୍କର ଶୀଘ୍ର ଏବଂ ସଫଳ ଚିକିତ୍ସା କାମନା କରୁଛୁ। ପୂର୍ବତନ ଆମେରିକା ଉପରାଷ୍ଟ୍ରପତି ଏବଂ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ କହିଛନ୍ତି, ଜୋ ବାଇଡେନ ଜଣେ ଫାଇଟର। ମୁଁ ନିଶ୍ଚିତ ଯେ, ସେ ଏହି ଚ୍ୟାଲେଞ୍ଜକୁ ମଧ୍ୟ ତାଙ୍କର ଶକ୍ତି ଏବଂ ଦୃଢ଼ ନିଷ୍ପତ୍ତି ସହିତ ପରାସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri