Posted inଜାତୀୟ

ସମ୍ବିଧାନର ୩ ସ୍ତମ୍ଭ ସମାନ: ସିଜେଆଇ

ମୁମ୍ବାଇ,୧୯ା୫: ନ୍ୟାୟପାଳିକା କି କାର୍ଯ୍ୟପାଳିକା ନୁହେଁ, ବରଂ ଦେଶର ସମ୍ବିଧାନ ସବୁଠୁ ଉଚ୍ଚରେ। ସମ୍ବିଧାନର ୩ ସ୍ତମ୍ଭ ଏକାଠି ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି ରବିବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍‌. ଗବଇ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସପ୍ତାହରେ ୫୨ତମ ସିଜେଆଇ ରୂପେ ଶପଥ ନେଇଥିବା ଜଷ୍ଟିସ୍‌ ଗବଇ ମହାରାଷ୍ଟ୍ର ଓ ଗୋଆ ବାର୍‌ କାଉନ୍ସିଲ ପକ୍ଷରୁ ମୁମ୍ବାଇରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସମ୍ବୋଧିତ କରି କହିଛନ୍ତି, ସମ୍ବିଧାନର ୩ ସ୍ତମ୍ଭ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ସମାନ। ପ୍ରତ୍ୟେକ ସ୍ତମ୍ଭ ପରସ୍ପରକୁ ସମ୍ମାନ ଦେଇ ସହଯୋଗୀ ଭାବେ କାର୍ଯ୍ୟ କରିବା ଉଚିତ। ଯଦିଓ ସଂସଦର ସମ୍ବିଧାନ ସଂଶୋଧନ କ୍ଷମତା ରହିଛି, ତଥାପି ସାମ୍ବିଧାନିକ ଢାଞ୍ଚାର ମୌଳିକ ସିଦ୍ଧାନ୍ତକୁ ପାର୍ଲାମେଣ୍ଟ ସ୍ପର୍ଶ କରିପାରିବ ନାହିଁ।
ନ୍ୟାୟପାଳିକାର ଭୂମିକାକୁ ନେଇ ବିତର୍କ ଜାରି ରହିଥିବାବେଳେ ନିଜ ରାଜ୍ୟ ମହାରାଷ୍ଟ୍ରକୁ ଗସ୍ତ ଅବସରରେ ସିଜେଆଇ ଗବଇ ପ୍ରଟୋକଲରେ ରହିଥିବା ବ୍ୟବଧାନକୁ ରେଖାଙ୍କିତ କରିଛନ୍ତି। ଯେତେବେଳେ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସିଜେଆଇ ହୋଇ ନିଜ ରାଜ୍ୟକୁ ଆସୁଛନ୍ତି, ସେତେବେଳେ ପୋଲିସ ମହାନିର୍ଦ୍ଦେଶକ କିମ୍ବା ପୋଲିସ କମିଶନର ଉପସ୍ଥିତ ନ ରହିବା ଦୁର୍ଭାଗ୍ୟଜନକ। ପ୍ରଟୋକଲ କିଛି ନୂଆ କଥା ନୁହେଁ। ଏହା ଏକ ସାମ୍ବିଧାନିକ ସଂସ୍ଥା ଅନ୍ୟ ଏକ ସାମ୍ବିଧାନିକ ସଂସ୍ଥାକୁ ଦେଉଥିବା ସମ୍ମାନ। ସିଜେଆଇ ଆହୁରି କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୪୨ ସୁପ୍ରିମକୋର୍ଟଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି। ବିଚାରପତିମାନେ ପ୍ରଟୋକଲ ଭାଙ୍ଗିଲେ ମଧ୍ୟ ଅନୁଚ୍ଛେଦ ୧୪୨ ଲାଗୁହେବ। ସେହିପରି ‘ବୁଲ୍‌ଡୋଜର ନ୍ୟାୟ’ କଥା ଉଠାଇ ଆଶ୍ରୟ ଅଧିକାରକୁ ସର୍ବୋପରି ବୋଲି ସିଜେଆଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri