୫୦ ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବି ବୋଲି ଦେଉଥିଲେ ଧମକ, ଅଭିଯୁକ୍ତଙ୍କୁ ବାନ୍ଧିଲା କଟକ ପୋଲିସ

କଟକ ଅଫିସ,୨।୨: କଟକର ଜଣେ ଡାକ୍ତରଙ୍କୁ ଫୋନ୍‌ରେ ଧମକ ଦେବା ସହ ମାଓବାଦୀ ଏବଂ ଲାଲ୍‌ ସଲାମ ନାମରେ ଟଙ୍କା ମାଗି ଗିରଫ ହୋଇଛନ୍ତି ଜଣେ ଅଭିଯୁକ୍ତ। ସେ ହେଲେ ଏମ୍‌ରୋଜ ଅନ୍‌ସାରୀ। ତାଙ୍କ ଘର ଝାଡ଼ଖଣ୍ଡର ମଝଗାଁ ଥାନା ଅନ୍ତର୍ଗତ ଖରପୋଷ୍ଟ ଗ୍ରାମରେ। ସିଫା ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତର ସାମି ସଲିମଙ୍କୁ ସେ ଫୋନ୍‌ କରି ୫୦ ଲକ୍ଷ ଟଙ୍କା ଦେବାକୁ କହୁଥିଲେ। ଟଙ୍କା ନ ଦେଲେ ତାଙ୍କୁ ଅପହରଣ କରିବା ଧମକ ମଧ୍ୟ ଦେଉଥିଲେ। ଏହାକୁ ନେଇ ଡାକ୍ତର ବିଡ଼ାନାସୀ ଥାନାରେ ଏକ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି କଟକ ପୋଲିସ ଝାଡ଼ଖଣ୍ଡ ପୋଲିସର ସହାୟତାରେ ଫୋନ୍‌କୁ ଟ୍ରାକ୍‌ କରି ଅଭିଯୁକ୍ତ ଏମ୍‌ରୋଜଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଅଭିଯୁକ୍ତଜଣଙ୍କ ପୂର୍ବରୁ ଅନେକ ଲୋକଙ୍କୁ ଏମିତି ଧମକ ଦେଇଛନ୍ତି। ଏପରିକି ସେ ଝାଡ଼ଖଣ୍ଡର ଜଣେ ବିଧାୟକଙ୍କୁ ଧମକାଇ ତାଙ୍କଠାରୁ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଏବେ ଏହି ମାମଲାରେ ଝାଡ଼ଖଣ୍ଡ ପୋଲିସ ସହାୟତା କରିଥିବା କଟକ ଜୋନ୍‌-୩ ଏସ୍‌ପି ତାପସ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ରଥଯାତ୍ରା ହେଉ: ରଘୁନାଥ ମହାପାତ୍ର

ପୁରୀ ଅଫିସ, ୧୩।୬: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନକୁ ନେଇ ଆଶା ଆଶଙ୍କା ଲାଗିରହିଛି। ରଥଯାତ୍ରାକୁ ଆଉ ମାତ୍ର ୯ ଦିନ ରହିଥିବା...

ଓଡ଼ିଆରେ ଲେଖାଯିବ ନାମଫଳକ

ଖୋର୍ଦ୍ଧା ଅଫିସ,୧୮ା୩:ଏପ୍ରିଲ ୧ରେ ଖୋର୍ଦ୍ଧା ସଦର ମହକୁମାରେ ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ କରାଯିବ। ଏ ନେଇ ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ...

ମହୁଲ ଚୋରାଚାଲାଣ: ଗାଡ଼ି ଜବତ, ଜଣେ ଗିରଫ

ବାଲିଗୁଡ଼ା,୧୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୫୨ ବସ୍ତା ମହୁଲ ଜବତ ହୋଇଛି। ଏହି ମହୁଲ ଚୋରାଚାଲାଣ ହେଉଥିବା କୌଣସି...

ରାୟପୁରରେ ଓଡ଼ିଶାର କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ବର,୨୫ା୨(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ୮୫ ତମ ମହା ଅଧିବେଶନରେ ଯୋଗଦେବା ଲାଗି ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି...

ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌

ପାଟଣା,୧୦।୫(ସ୍ବ.ପ୍ର.): ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲା ପାଟଣା ବ୍ଲକ ନିହ୍ନୁଆଁ ଛକରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା...

ବିଦ୍ୟାଳୟରେ ଶିକ୍ଷକଙ୍କୁ ମୋବାଇଲ ମନା

ଭୁବନେଶ୍ୱର, ୨୮-୮(ବ୍ୟୁରୋ):ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶିକ୍ଷକଙ୍କ ଉପରେ କେତେକ କଟକଣା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଶିକ୍ଷକମାନେ...

ଗଁ। ରେ ପଶିଲେ ହାତୀପଲ

ରାସୋଳ, ୧୩।୬(ଡି.ଏନ୍‌.ଏ.)- ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନ ଅଁଳାବେଡ଼ା ଗ୍ରାମର କୁମ୍ଭୀରାଢିପ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ ମଦନ ଦେହୁରୀ...

ଯାତ୍ରୀଙ୍କ ଅଭିଯୋଗ: ବସ୍‌ରୁ ତଳକୁ ଠେଲିଦେଲେ ‘ମୋ ବସ୍‌’ କର୍ମଚାରୀ

ଭୁବନେଶ୍ବର, ୩୧।୩(ବ୍ୟୁରୋ): ହଂସପାଳ ନିକଟରେ ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ତଳକୁ ଠେଲି ଦେଲେ ‘ମୋ ବସ’ କର୍ମଚାରୀ। ବସ୍‌ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ...

Advertisement
Archives

Model This Week