ସଚେତନତା ବାର୍ତ୍ତା ବାଣ୍ଟୁଛି ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୧୪।୧୨: ରୁଟ୍‌ସ ଅଫ ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ମିଶନ ଓଡ଼ିଶା ସହଯୋଗରେ ଗତ ୧୧ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରୁ ଟୁର ଦି କଳିଙ୍ଗ ସାଇକେଲ ଶୋଭଯାତ୍ରା ବାହାରିଛି। ଶୋଭାଯାତ୍ରାରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀମାନେ ସାଇକେଲରେ ଦୀର୍ଘ ୧୩୦୦ କିମି ଯାତ୍ରା କରି ଓଡ଼ିଶାର ପ୍ରତ୍ୟେକ ପର୍ଯ୍ୟଟନସ୍ଥଳରୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ଟିମ ଲିଡ଼ର ତଥା ରୁଟସ୍‌ ଅଫ ଓଡ଼ିଶା ଫାଉଣ୍ଡେସନ ଅଧ୍ୟକ୍ଷ ସୁଧୀର କୁମାର ଦାଶ କହିଛନ୍ତି। ଏଥିସହ ବିଶ୍ୱତାପନକୁ ରୋକିବା, ନିଶା ନିବାରଣ ଓ ପରିବେଶ ପ୍ରଦୂଷଣର ରୋକିବାବହୁ ସଚେତନତା ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। ଏହି ଟିମ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁରରେ ପହଞ୍ଚିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଟିମକୁ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ଓ ବ୍ରହ୍ମପୁର ଡ଼ିଏଫଓ ଅମ୍ଲାନ ନାୟକ ଇଞ୍ଜିନିୟରିିଂ ସ୍କୁଲ ଛକ ସ୍ଥିତ ରାଜସ୍ବ ନିରୀକ୍ଷଣ ବଙ୍ଗଳାରେ ସ୍ବାଗତ ଜଣାଇଥିଲେ। ଟିମ ଏହି ଅଭିନବ ପ୍ରୟାସ ମାଧ୍ୟମରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ଉଭୟ ଏସପି ଓ ଡ଼ିଏଫଓ ସାଧୁବାଦ ଜଣାଇଛନ୍ତି। ମିଳିଥିବା ସୁଚନା ଅନୁସାରେ ଏହି ଟିମ୍‌ ପ୍ରଥମ ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ବାହାରିଛି। ତୃତୀୟ ଦିନ ସୁଦ୍ଧା ପ୍ରାୟ ୪୫୦ କିମି ରାସ୍ତା ଅତିକ୍ରମ କରିଛନ୍ତି। ଏହି ସାଇକେଲ ଶୋଭାଯାତ୍ରା ଡ଼ିସେମ୍ବର ୨୩ ତାରିଖରେ ଉଦଯାପିତ ହେବ। ଶୋଭାଯାତ୍ରା ଓ ସଚେତନ ବାର୍ତ୍ତା ସହ ଏହି ଟିମ ପଥ ମଧ୍ୟରେ ବହୁ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ସାଧାରଣ ଲୋକଙ୍କ ସହ ମିଶି ପରିବେଶ ସଚେତନା, ପ୍ଳାଷ୍ଟିକ ବର୍ଜନ, ସାଇକେଲର ବହୁଳ ଉପଯୋଗ ଭଳି ବହୁ ବିଷୟରେ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri