ଗ୍ରନ୍ଥାଗାରିକ: ଶ୍ରେଣୀଗୃହ ବିନା ଶିକ୍ଷକ

ନିରଞ୍ଜନ ମହାପାତ୍ର

ସମୟର ସୁଅ ସହିତ ଟେକ୍ନୋଲୋଜିର ଉନ୍ନତି ହୋଇଛି, ଯାହା ଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ଆସିଛି। ପରିବହନ, ଦକ୍ଷତା ଏବଂ ନିରାପତ୍ତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା, ସାମାଜିକୀକରଣ ଏବଂ ଉତ୍ପାଦକତା ପର୍ଯ୍ୟନ୍ତ ଟେକ୍ନୋଲୋଜି ଜୀବନର ସମସ୍ତ ଦିଗକୁ ପ୍ରଭାବିତ କରିଛି। ଇଣ୍ଟରନେଟ୍‌ର ଶକ୍ତି ଦ୍ୱାରା ସହଜରେ ବିଭିନ୍ନ ବିଚାର, ଗବେଷଣା ଏବଂ ସଂସାଧନଗୁଡ଼ିକୁ ସହଜରେ ବାଣ୍ଟିବା ବା ଆଦାନପ୍ରଦାନ କରିବା ପାଇଁ ବିଶ୍ୱସ୍ତରୀୟ ସମୁଦାୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। କିନ୍ତୁ ଏବେ ବି ମହତ୍ତ୍ୱ ଅଛି ପୁସ୍ତକର, ପୁସ୍ତକ ପଢ଼ିବାର ମହତ୍ତ୍ୱକୁ କେବେ ବି ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ବଦଳା ଯାଇ ପାରିବ ନାହିଁ। ପଢ଼ିବା ପାଇଁ ଉପଯୁକ୍ତ ପରିବେଶ, ଏକ ପାଠାଗାର ବ୍ୟତୀତ ଆଉ କ’ଣ ହେଇପାରେ! ପାଠାଗାର ହେଉଛି ଏକ ଅନୁଷ୍ଠାନର ହୃଦୟ ସଦୃଶ, ଯାହାକି ଏକ ଶିକ୍ଷା ବ୍ୟବସ୍ଥାର ଏକ ପ୍ରଧାନ ଅଙ୍ଗ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଶ୍ରେୟ ଏହାର ପାଠାଗାରର ସଂସାଧନ, ଭିତ୍ତିଭୂମି ଏବଂ କର୍ମଚାରୀମାନଙ୍କ ଉପରେ ନିର୍ଭର କରେ। ପାଠାଗାରକୁ ବିଭିନ୍ନ ଶବ୍ଦ ଯଥା ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ଲାଇବ୍ରେରି ଆଦି ନାମରେ ସମସ୍ତେ ଜାଣନ୍ତି। ପାଠାଗାର ମଧ୍ୟରେ ଅତିବାହିତ ଯାହାର ଜୀବନ; କର୍ମସ୍ଥଳୀ ଯାହାର ପାଠାଗାର, ଯାହାର ମନ ପାଠାଗାରରେ ଲୀନ; ସେ କିଏ ସମସ୍ତେ ଜାଣନ୍ତି।
ଗ୍ରନ୍ଥାଗାରର ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ୍‌, ଯାହାକୁ କି ପାଠାଗାରର ସଂରକ୍ଷକ, ପରିଚାଳକ ଏବଂ ପାଠକଙ୍କ ଭବିଷ୍ୟତର ମାର୍ଗଦର୍ଶକ; କିନ୍ତୁ ସରକାରଙ୍କୁ ଲାଗୁଛି ବୋଧେ ଦରକାର ନାହିଁ ଗ୍ରନ୍ଥାଗାର ପାଇଁ ଗ୍ରନ୍ଥାଗାରିକ। ପାଠକଙ୍କୁ ମିଳୁନି ଆଶାନୁରୂପ ପାଠାଗାର ସେବା, ବିଦ୍ୟମାନ ପାଠାଗାରଗୁଡ଼ିକୁ ମିଳୁନି ତାଲିମପ୍ରାପ୍ତ ଗ୍ରନ୍ଥାଗାରିକର ସେବା। ଏହିପରି ଭାବରେ ଗ୍ରନ୍ଥାଗାର ସହ ଗ୍ରନ୍ଥାଗାରିକଙ୍କ ଅବସ୍ଥା, ସରକାରଙ୍କର ଦୃଷ୍ଟି ଆକର୍ଷଣ କରିପାରିଲେ ହୋଇପାରନ୍ତା କିଛି ବ୍ୟବସ୍ଥା।
ପ୍ରସିଦ୍ଧ ବ୍ରିଟିଶ୍‌ ଉପନ୍ୟାସିକ ନିଲ ଜି’ଆଇମାନ କହିଛନ୍ତି ଯେ, ଗୁଗଲ ଆପଣଙ୍କୁ ଏକ ଶହ ହଜାର ଉତ୍ତର ଖୋଜି ବାହାର କରିଦେଇପାରେ, କିନ୍ତୁ ଜଣେ ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ୍‌ ଆପଣଙ୍କୁ ସଠିକଟି ହିଁ ଦେଇପାରିବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ନିୟମ ଅନୁସାରେ ଲାଇବ୍ରେରିଆନ ପଦବୀକୁ ଶିକ୍ଷଣିକ (ଏକାଡେମିକ) ସ୍ତରର ପଦମାନଙ୍କ ସହ ତୁଳନା କରାଯାଇଛି। ବିଭିନ୍ନ ଅନୁସନ୍ଧାନ ବା ରିସର୍ଚ୍ଚ ସଂସ୍ଥାରେ ଲାଇବ୍ରେରିଆନ ପଦମାନଙ୍କୁ ସୂଚନା ଅଧିକାରୀ, ସୂଚନା ବୈଜ୍ଞାନିକ, ସୂଚନା ବିଜ୍ଞାନୀ ଆଦି ନାମରେ ନିଯୁକ୍ତି ମିଳୁଛି। ସାଧାରଣତଃ ବହୁ ଲୋକଙ୍କ ମନର ଭାବନା ଲାଇବ୍ରେରିଆନ୍‌ ଏକ କିରାଣି ସ୍ତରୀୟ ପଦ, ପ୍ରକୃତରେ ଲାଇବ୍ରେରିଆନ୍‌ମାନଙ୍କୁ ଯେତିକି ସମ୍ମାନ ମିଳିବା ଦରକାର ସେତିକି ମିଳୁନି। ଜଣେ ଲାଇବ୍ରେରିଆନର ଗୁରୁତ୍ୱ କ’ଣ, ଏହା କେବଳ ଜଣେ ଲାଇବ୍ରେରିକୁ ଭଲ ପାଉଥିବା, ଲାଇବ୍ରେରି ସହିତ ଜଡ଼ିତ ଥିବା ଏବଂ ଲାଇବ୍ରେରିକୁ ବ୍ୟବହାର କରୁଥିବା ଲୋକ ହିଁ ବୁଝିପାରିବ। ଲାଇବ୍ରେରିଆନ୍‌ କେବଳ ପାଠକଙ୍କୁ ପୁସ୍ତକ ଆଦାନ ପ୍ରଦାନ କରନ୍ତି ନାହିଁ, ଏହା ସହିତ ପାଠାଗାରରେ ଉପଯୁକ୍ତ ସଂସାଧନକୁ ଉପଯୁକ୍ତ ସମୟରେ ଉପଲବ୍ଧ କରାଇ ଉପଯୁକ୍ତ ବ୍ୟକ୍ତିଙ୍କୁ ସୂଚିତ କରିବା, ପାଠକଙ୍କ ମାନସିକ ଅଧ୍ୟୟନ, ପାଠକଙ୍କୁ ମାର୍ଗଦର୍ଶନ, ପୁସ୍ତକ ଏବଂ ଅନ୍ୟ ପଠନ ଉପଯୋଗୀ ସଂସାଧନର ଚୟନ, ପାଠାଗାର ଶୃଙ୍ଖଳା ଏବଂ ପରିଚାଳନା ଆଦି ଅନେକ କାର୍ଯ୍ୟଭାର ତୁଲାଇ ଥାଆନ୍ତି। ଏତଦ୍‌ ବ୍ୟତୀତ ପାଠାଗାରର ଟେକ୍ନିକାଲ କାର୍ଯ୍ୟ ଏପରିକି ସୂଚୀକରଣ, ବର୍ଗୀକରଣ, ଅନୁକ୍ରମଣ, ଅଟୋମେଶନ, ଡିଜିଟାଲାଇଜେସନ ଇତ୍ୟାଦି ଦାୟିତ୍ୱ ନିଭାଇଥାନ୍ତି। ଆମେରିକୀୟ ପାଣିପାଗ ଉପସ୍ଥାପକ ତଥା ରେଡିଓ/ ଟିଭି ବ୍ୟକ୍ତିତ୍ୱ ୱିଲାର୍ଡ ସ୍କଟ କହିଛନ୍ତି ଯେ, ଲାଇବ୍ରେରିଆନ୍‌ମାନେ ସର୍ବଦା ସର୍ବାଧିକ ଚିନ୍ତିତ ଏବଂ ସାହାଯ୍ୟକାରୀ ଲୋକମାନଙ୍କ ମଧ୍ୟରେ ରହିଆସିଛନ୍ତି। ସେମାନେ ଶ୍ରେଣୀଗୃହ ବିନା ଶିକ୍ଷକ ।
ଭାରତରେ ଲାଇବ୍ରେରି ବିକାଶର ନେତୃତ୍ୱ ନେଇଥିବା ପାଠାଗାର ବିଜ୍ଞାନ ବା ଲାଇବ୍ରେରି ସାଇନ୍ସର ଜାତୀୟ ପ୍ରଫେସର, ଶିକ୍ଷାବିତ୍‌ ଗଣିତଜ୍ଞ ତଥା ଜଣେ ମହାନ୍‌ ଗ୍ରନ୍ଥାଗାରିକ ଡକ୍ଟର ଏସ୍‌.ଆର. ରଙ୍ଗନାଥନ୍‌ଙ୍କ ସ୍ମୃତିରେ ଅଗଷ୍ଟ ୧୨ ତାରିଖକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବରେ ପାଳନ କରାଯାଏ। ଲାଇବ୍ରେରି ସାଇନ୍ସରେ ତାଙ୍କର ବହୁ ଅବଦାନ ପାଇଁ ରଙ୍ଗନାଥନ୍‌ଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ପୂରା ନାମ ଶିୟାଲି ରାମାମ୍ରିତ ରଙ୍ଗନାଥନ, ଯିଏକି ଭାରତରେ ପାଠାଗାର ବିଜ୍ଞାନ, ଡକ୍ୟୁମେଣ୍ଟେସନ ଏବଂ ସୂଚନା ବିଜ୍ଞାନର ଜନକ ଭାବରେ ପରିଗଣିତ ହୋଇଛନ୍ତି।
ମୋ: ୯୦୧୫୮୧୨୩୪୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri