ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ

ଭୁବନେଶ୍ୱର, ୩୦।୯: ଫୁଲ-ଭଗବାନ ଫାଉଣ୍ଡେଶନ ଆନୁକୂଲ୍ୟରେ ବିଶିଷ୍ଟ ସାହିତି୍ୟକ ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ସ୍ଥାନୀୟ ଏକ ହୋଟେଲରେ ବୁଧବାର ଉନ୍ମୋଚିତ ହୋଇଯାଇଛି। ଏହି ସାରସ୍ବତ ସଭାରେ ଫୁଲ-ଭଗବାନ ଫାଉଣ୍ଡେସନ ତରଫରୁ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ସୁରପ୍ରଭା ପଟ୍ଟନାୟକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ତରରେ ପଟ୍ଟନାୟକ କହିଥିଲେ, ତାଙ୍କ ଜୀବନରେ ଲେଖିଥିବା ୧୦୦ରୁ ଊର୍ଦ୍ଧ୍ୱ ଉପନ୍ୟାସ ମଧ୍ୟରେ ‘ବଧୂ-ନରୁପମା’ ତାଙ୍କୁ ପାଠକମାନଙ୍କ ନିକଟରେ ପରିଚିତ କରାଇପାରିଛି। ପ୍ରାରମ୍ଭରୁ ଫାଉଣ୍ଡେଶନର ସଭାପତି ପୀତବାସ ରାଉତରାୟ ପଟ୍ଟନାୟକଙ୍କ ସାରସ୍ବତ ସୃଷ୍ଟି ସମ୍ପର୍କରେ ପରିଚିତ କରିଥିଲେ। ପଟ୍ଟନାୟକ କହିଥିଲେ, ତାଙ୍କ ଜୀବନର ଆଦ୍ୟ ପ୍ରେରଣାଦାତା ହେଉଛନ୍ତି ସାରଙ୍ଗଧର ଦାସ। ସେ କଲମଧାରୀଙ୍କୁ ଲଙ୍ଗଳଧାରୀଙ୍କ ପାଖକୁ ଯିବାକୁ ଉପଦେଶ ଦେଇଥିଲେ। ସେଥିପାଇଁ ଲେଖକ ଗଳ୍ପ ଓ ଉପନ୍ୟାସ ଲେଖିବା ପୂର୍ବରୁ ବହୁ ତଥ୍ୟ ସଂଗ୍ରହ କରନ୍ତି ବୋଲି ସ୍ବୀକାର କରିଥିଲେ। ମାକର୍‌ସସଙ୍କ ଅର୍ଥନୈତିକ ବିଶ୍ଳେଷଣ ଓ ଗାନ୍ଧୀଙ୍କ ଅହିଂସା ଦ୍ୱାରା ବେଶିମାତ୍ରାରେ ପ୍ରଭାବିତ। ସେ ତାଙ୍କ ଜୀବନରେ ରାଜନୈତିକ ଆନ୍ଦୋଳନରେ ଯୋଗଦେଇ ଥିବାରୁ ଶୋଷଣମୁକ୍ତ ସାମଜ ସପକ୍ଷରେ କଲମ ଚାଳନା କରିଆସିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ସାହିତି୍ୟକ ଅସିତ ମହାନ୍ତି, କୃପାସାଗର ସାହୁ, ଡ. ଅରବିନ୍ଦ ରାୟ, ସଦାନନ୍ଦ ତ୍ରିପାଠୀ, କ୍ଷୀରୋଦ ଦାସ, ସ୍ବାଗତିକା ସ୍ବାଇଁ, ସୁଧାଂଶୁ ଶେଖର ସ୍ବାଇଁ, ଅରବିନ୍ଦ ପଟ୍ଟନାୟକ, କେଦାର ପୃଷ୍ଟି, ଅରୁଣ କାନୁନ୍‌ଗୋ ତଥା ଫୁଲ-ଭଗବନା ଫାଉଣ୍ଡେଶନ ତରଫରୁ ଲେଖିକା କୁସୁମ ପଟେଲ ଓ ଅନୁବାଦିକା ମୀନାକ୍ଷୀ ରାଉତରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri