ଦିଲ୍ଲୀରୁ ଫେରି ଶୁଦ୍ଧି ହେଲେ ଭୁଞ୍ଜିଆ ଦମ୍ପତି

ନୂଆପଡ଼ା ଅଫିସ,୪।୨: ଦିଲ୍ଲୀରେ ୭୪ତମ ଜାତୀୟ ସାଧାରଣତନ୍ତ୍ର ଦିବସରେ ନୂଆପଡ଼ା ଜିଲାର ଆଦିବାସୀ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝି ରାଜଅତିଥି ଭାବେ ଯୋଗଦେଇ ଗୁରୁବାର ଗଁାକୁ ଫେରିଛନ୍ତି। ଦିଲ୍ଲୀରୁ ଫେରି ଭୁଞ୍ଜିଆ ଦମ୍ପତି ସୁନାବେଡାରେ ପହଞ୍ଚତ୍ବା ପରେ ଗ୍ରାମବାସୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ଶୁକ୍ରବାର ସମ୍ପ୍ରଦାୟର ପରମ୍ପରା ଅନୁସାରେ ଗାଁରେ ଶୁଦ୍ଧି ହୋଇ ଇଷ୍ଟଦେବୀ ସୁନାଦେଈଙ୍କୁ ମୁଣ୍ଡିଆ ମାରିଥିଲେ। ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଘରକୁ ଯାଇଥିଲେ। ପାରମ୍ପରିକ ରୀତିନୀତିିରେ ନିଜ ଘରେ ଶୁଦ୍ଧି ହେବା ପରେ ଲାଲବଙ୍ଗଳାରେ ଥିବା ନିଜ ଇଷ୍ଟଦେବୀଙ୍କୁ ମୁଣ୍ଡିଆ ମାରି କ୍ଷମା ପ୍ରାର୍ଥନା କରିଥିଲେ।
ଜାନୁୟାରୀ ୨୧ରେ ନୂଆପଡାରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଭୁଞ୍ଜିଆ ଦମ୍ପତି ଦିଲ୍ଲୀ ପହଞ୍ଚତ୍ବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ୨୬ ତାରିଖ ସାଧାରଣତନ୍ତ୍ର ପରେଡରେ ଅତିଥି ଭାବେ ଉପସ୍ଥିତ ଥିଲେ। ୨୮ ତାରିଖରେ ଏନ୍‌ସିସି ପରେଡରେ ମଧ୍ୟ ଯୋଗଦାନ କରିଥିଲେ। ଏହା ବ୍ୟତୀତ ସେମାନେ ଦିଲ୍ଲୀ ନିକଟବର୍ତ୍ତୀ ସ୍ଥାନରେ ବୁଲିବା ସହ ବିଭିନ୍ନ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ସହିତ ମିଶିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ଅନେକ ଜନଜାତିର ଲୋକଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ବେଶଭୂଷା, ଚାଲିଚଳନ, ସାଂସ୍କୃତି, ପରମ୍ପରା ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଥିଲେ। ରାଷ୍ଟ୍ରପତିଙ୍କ ନୈଶଭୋଜିରେ ଯୋଗଦେଇଥିଲେ। ଶେଷରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ତାଙ୍କଠାରୁ ପ୍ରମାଣପତ୍ର ତଥା ଉପହାର ଗ୍ରହଣ କରି ନୂଆପଡା ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆପଡା ଜନସାଧାରଣଠାରେ ଦିଲ୍ଲୀ ଗସ୍ତର ସମ୍ପୂର୍ଣ୍ଣ ଅନୁଭୂତି ବଖାଣି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri