ଭୁବନେଶ୍ୱର ଜୋନ ଯୁବ ବିଜେଡି କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର,୩୧ା୩(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜୋନ ବିଜୁ ଯୁବ ଜନତା ଦଳର ସଭାପତି ବିଜୟ କେତନ ସାହୁଙ୍କ ଦ୍ୱାରା ଗଠିତ ଜୋନ କମିଟିକୁ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଅନୁମୋଦନ କରିଛନ୍ତି। ଜୋନ କମିଟିର ବରିଷ୍ଠ ଉପସଭାପତି ଭାବେ କୁମାର ସଞ୍ଜିତ ମହାନ୍ତି, ସୁଜନ କୁମାର ଜେନା, ନିଶିକାନ୍ତ ସାମନ୍ତରାୟଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଜିତେନ୍ଦ୍ର ରାଓ, ଅନିଲ ବଳିଆରସିଂ,ବିରଜା ପ୍ରସାଦ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ,ମନୋଜ କୁମାର ଦାସ,ଗୋପାଳ କୃଷ୍ଣ ପଣ୍ଡା, ରମାକାନ୍ତ ଜେନା, ରୋଜାଲିନ ରଥ,ରାଜେଶ ହୋତା,ଦୀପ୍ତିରଞ୍ଜନ ସାହୁ, ଦୀପକ କୁମାର ରାଉତ ଏବଂ ପ୍ରତାପ ରାଉତଙ୍କୁ ମନୋନୀତ କରାଯାଇଛି। ସେହିପରି ସାଧାରଣ ସମ୍ପାଦକ ଭାବେ ବିଜୟାନନ୍ଦ ବିଶ୍ୱାଳ, ଚନ୍ଦ୍ରଜିତ ରାଉତରାୟ, ଦେବଦତ୍ତ ଗୋପାଳକୃଷ୍ଣ, ଶ୍ରୀକାନ୍ତ କୁମାର ତ୍ରିପାଠୀ, ମନୋରଞ୍ଜନ ରଥ,ଶିବ ପ୍ରସାଦ ପାତ୍ର,ଚିନ୍ତାମଣି ବରାଳ,ଅରବିନ୍ଦ କାନୁନଗୋ, ପ୍ରଶାନ୍ତ କୁମାର ସେଠୀ, ବିଟୁ ଜେନା, ଅମର ପୁହାଣ, ଶକ୍ତିପ୍ରସାଦ ଜି, ରାଘବ ବଳିଆରସିଂ, ସମୀର କୁମାର ରାଉତ,ସ୍ବଦେଶ ରଞ୍ଜନ ସିଂ, ଅସିତ କୁମାର ମେକାପ,ମୁକେଶ ସୁନ୍ଦରା, ଭବାନୀ ଶଙ୍କର ମହାରଣା,ପ୍ରତାପ କୁମାର ମାନସିଂହ,ରଞ୍ଜନ ଲେଙ୍କା,ସମ୍ପାଦକ ଭାବେ ପ୍ରଦୀପ ନାୟକ, ପ୍ରତୀକ ରଞ୍ଜନ ଦଳାଇ, ତ୍ରିଲୋଚନ ନାୟକ, ଅଭିଜିତ ଶାହା, ସିଦ୍ଧାର୍ଥ ବିଶୋଇ,ବଳରାମ ଝାଲି, ପ୍ରଶାନ୍ତ କୁମାର ପ୍ରଧାନ, ସ୍ବାଗତ ମହାପାତ୍ର, ସୁଶାନ୍ତ ନାୟକ, ପୂଜା ପ୍ରିୟଦର୍ଶିନୀ, ଅମ୍ଳାନ ଦାସ, ଅନନ୍ୟା ରାଉତରାୟ, ପ୍ରଭୁପାଦ ଜେନା, ସୌମ୍ୟ ସାମନ୍ତ, ଅଭିଜିତ ମହାପାତ୍ର, ଅଜୟ କୁମାର ସ୍ବାଇଁଙ୍କ ନାମ ଘୋଷଣା କରାଯାଇଛି।