ଭୁବନେଶ୍ୱର ଦ୍ୱିତୀୟ ବାସୋପଯୋଗୀ

ନୂଆଦିଲ୍ଲୀ, ୫ା୩(ପିଆଇବି):ଭାରତରେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବାସପୋଯୋଗୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ରାଜଧାନୀ ଭୁବନେଶ୍ୱର। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ଜାରି କରିଥିବା ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ-୨୦୨୦ ତାଲିକାରୁ ଏହା ଜଣାପଡ଼ିଛି। ଜୀବନ ଜୀବିକାର ଗୁଣବତ୍ତା, ସହରର ଆର୍ଥିକ ଦକ୍ଷତା, ସ୍ଥିରତା, ରାଜନୀତି ଆଦି ମାନଦଣ୍ଡ ଆଧାରରେ ମୋଟ୍‌ ୧୦୦ ନମ୍ବରରୁ ଭୁବନେଶ୍ୱରକୁ ୫୯.୮୫% ମିଳିଛି। ଏଥିରେ ଭାଗ ନେଇଥିବା ୧୧୧ ଗୋଟି ସହର ମଧ୍ୟରୁ ନାଗରିକଙ୍କ ମତାମତ ସ୍ତମ୍ଭରେ ଭୁବନେଶ୍ୱରକୁ ୯୪.୮୦ ମିଳିଛି। ଯାହା ଦେଶରେ ସର୍ବାଧିକ। ଭୁବନେଶ୍ବର ଦ୍ବିତୀୟ ସ୍ଥାନ ଅଧିକାର କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି। ଏହି ତାଲିକାରେ ଶିମ୍‌ଲା ପ୍ରଥମରେ ଥିବାବେଳେ ଏହା ତଳକୁ ସିଲ୍‌ଭାସା, କାକିନାଡା, ସାଲେମ, ଭେଲ୍ଲୋର, ଗାନ୍ଧୀନଗର,ଗୁରୁଗ୍ରାମ, ଦେବାନାଗରେ ଏବଂ ତିରୁଚିରାପଲ୍ଲୀ ରହିଛି। ତାଲିକାର ନିମ୍ନରେ ବିହାରର ମୁଜାଫରପୁର ସ୍ଥାନିତ ହୋଇଛି।
ଭାରତର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ସହରଗୁଡ଼ିକ ମଧ୍ୟରୁ ବସବାସ ତଥା ଉତ୍କୃଷ୍ଟମାନର ଜୀବନ ଧାରଣ ପାଇଁ କର୍ନାଟକର ବେଙ୍ଗାଲୁରୁ ସର୍ବୋତ୍କୃଷ୍ଟ। ଏହା ପରେ ପୁଣେ, ଅହମଦାବାଦ, ଚେନ୍ନାଇ, ସୁରଟ, ନଭି ମୁମ୍ବାଇ, କୋଏମ୍ବାଟୁର, ବଡୋଦରା, ଇନ୍ଦୋର ଓ ଗ୍ରେଟର ମୁମ୍ବାଇ ଯଥାକ୍ରମେ ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ ବା ଜୀବନଧାରଣ ମାନକ ତାଲିକାରେ ସ୍ଥାନିତ ହୋଇଛି। ଅନ୍ୟପକ୍ଷରେ ବରେଲି, ଧାନବାଦ, ଶ୍ରୀନଗର ଆଦି ସହର ଏହି ତାଲିକାର ଶେଷ ଆଡ଼କୁ ରହିଛି। ଏହି ତାଲିକାରେ ଦିଲ୍ଲୀ ୧୩ତମ ସ୍ଥାନରେ ରହିଛି। ୧୦ ଲକ୍ଷରୁ କମ୍‌ ଲୋକ ରହୁଥିବା ‘ମ୍ୟୁନିସିପାଲ ପରଫରମାନ୍ସ ଇଣ୍ଡେକ୍ସ’ରେ ନୂଆଦିଲ୍ଲୀ ଶୀର୍ଷରେ ରହିଛି। ୧୦ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ‘ମ୍ୟୁନିସିପାଲ ପରଫରମାନ୍ସ ଇଣ୍ଡେକ୍ସ’ ବର୍ଗରେ ଉନ୍ନତ ମାନର ଜୀବନଧାରଣ ପାଇଁ ଇନ୍ଦୋର ପ୍ରଥମ ସ୍ଥାନରେ ରହିଥିବା ତଳେ ଏହା ତଳକୁ ସୁରଟ, ଭୋପାଳ ସହର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri