ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଭୁବନେଶ୍ବରରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲ୍‌ସିଅସ୍‌ ରେକର୍ଡ କରାଯାଇଛି। ଫଳରେ ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର. ବିଶ୍ୱାସ କହିଛନ୍ତି। ୨୦୧୧ରୁ ଏଯାବତ୍‌ ଚତୁର୍ଥ ଥର ପାଇଁ ଫେବୃୟାରୀରେ ତାପମାତ୍ରା ୩୮ ଡିଗ୍ରୀ ଟପିଛି। ୨୦୧୬ ଫେବୃୟାରୀ ୨୦ରେ ଭୁବନେଶ୍ୱରରେ ସର୍ବାଧିକ ୪୦.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ସମେତ ଟିଟିଲାଗଡ଼ ଓ ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ଶୁକ୍ରବାର ରାଜ୍ୟର ଅନ୍ୟ ସହରରେ ଯେପରିକି ବାରିପଦାରେ ୩୮.୬, ଅନୁଗୋଳରେ ୩୮.୧, ବଲାଙ୍ଗୀର ଓ ନୟାଗଡ଼ରେ ୩୮, ବାଲେଶ୍ୱରରେ ୩୭.୬, ଭବାନୀପାଟଣାରେ ୩୭.୫, ତାଳଚେରରେ ୩୭.୪, କଟକ, ଚାନ୍ଦବାଲି, ଟିଟିଲାଗଡ଼ ଓ ସୋନପୁରରେ ୩୭.୨, ସମ୍ବଲପୁର ୩୭.୧, ଝାରସୁଗୁଡ଼ାରେ ୩୭, ହୀରାକୁଦରେ ୩୬.୩, ସୁନ୍ଦରଗଡ଼ରେ ୩୬, ମାଲକାନଗିରିରେ ୩୫.୫ ଡିଗ୍ରୀ ସେଲ୍‌ସିଅସ୍‌ ରେକର୍ଡ କରାଯାଇଛି।