ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଭୁବନେଶ୍ବରରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲ୍‌ସିଅସ୍‌ ରେକର୍ଡ କରାଯାଇଛି। ଫଳରେ ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର. ବିଶ୍ୱାସ କହିଛନ୍ତି। ୨୦୧୧ରୁ ଏଯାବତ୍‌ ଚତୁର୍ଥ ଥର ପାଇଁ ଫେବୃୟାରୀରେ ତାପମାତ୍ରା ୩୮ ଡିଗ୍ରୀ ଟପିଛି। ୨୦୧୬ ଫେବୃୟାରୀ ୨୦ରେ ଭୁବନେଶ୍ୱରରେ ସର୍ବାଧିକ ୪୦.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ସମେତ ଟିଟିଲାଗଡ଼ ଓ ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ଶୁକ୍ରବାର ରାଜ୍ୟର ଅନ୍ୟ ସହରରେ ଯେପରିକି ବାରିପଦାରେ ୩୮.୬, ଅନୁଗୋଳରେ ୩୮.୧, ବଲାଙ୍ଗୀର ଓ ନୟାଗଡ଼ରେ ୩୮, ବାଲେଶ୍ୱରରେ ୩୭.୬, ଭବାନୀପାଟଣାରେ ୩୭.୫, ତାଳଚେରରେ ୩୭.୪, କଟକ, ଚାନ୍ଦବାଲି, ଟିଟିଲାଗଡ଼ ଓ ସୋନପୁରରେ ୩୭.୨, ସମ୍ବଲପୁର ୩୭.୧, ଝାରସୁଗୁଡ଼ାରେ ୩୭, ହୀରାକୁଦରେ ୩୬.୩, ସୁନ୍ଦରଗଡ଼ରେ ୩୬, ମାଲକାନଗିରିରେ ୩୫.୫ ଡିଗ୍ରୀ ସେଲ୍‌ସିଅସ୍‌ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ୧୨ ବଖରା ଭସ୍ମୀଭୂତ

ବ୍ରହ୍ମଗିରି, ୮ା୧୨(ଡି.ଏନ୍‌.ଏ.) ବ୍ରହ୍ମଗିରି ବ୍ଲକ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ବଖରା ଭସ୍ମୀଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,...

କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେଇ ରାଜନୀତି

ଭୁବନେଶ୍ୱର, ୨୮।୫(ବ୍ୟୁରୋ): କରୋନା ସଙ୍କଟ ବଢି ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳଗୁଡିକ ପକ୍ଷରୁ ପରସ୍ପର  ବିରୋଧରେ କାଦୁଅଫିଙ୍ଗା ଜାରି ରଖିଛନ୍ତି। ରାଜ୍ୟରେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ବ୍ୟାପକ...

ମେ ଶେଷ ସୁଦ୍ଧା ଅଧିକ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ...

ଲୋକ ସଭା ବାଚସ୍ପତି ନିର୍ବାଚନ: ଚର୍ଚ୍ଚାରେ ଜୁଏଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭାଜପା ପରିଚାଳିତ ଏନ୍‌ଡିଏ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ଆସନ୍ତା ୧୭ ତାରିଖରେ ନୂଆ ଲୋକ ସଭାର ପ୍ରଥମ ଅଧିବେଶନ...

୨୯ ଯାଏ ଲକ୍‌ଡାଉନ୍‌: ସରକାରୀ କର୍ମଚାରୀଙ୍କ ପାଇଁ ପୁନଃ ଗାଇଡ୍‌ଲାଇନ୍‌; ଜାଣନ୍ତୁ କିଏ ଆସିବେ, କିଏ ଆସିବେନି ଅଫିସ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ...

ନିଯୁକ୍ତି ନ ଦେଲେ ମାସିକ ୬ ହଜାର ଦିଅ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା ତରଫରୁ ବିଭିନ୍ନ ଦାବି ନେଇ ସୋମବାର ରାଜ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସତ୍ୟାଗ୍ରହ ଅନୁଷ୍ଠିତ...

ରାଜ୍ୟରେ ଟିହ୍ନଟ ହେଲା ବ୍ଲାକ ଫଙ୍ଗସ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ନିକଟରେ ବ୍ଲାକ ଫଙ୍ଗସ୍‌ ଲକ୍ଷଣ ଚିହ୍ନଟ ହୋଇଛି। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା...

ସେଲିବ୍ରିଟିଙ୍କ ହାଇଡ୍ରାମା: ୭ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ସେଲିବ୍ରିଟିଙ୍କ ହାଇଡ୍ରାମା ଘଟଣାରେ ପୋଲିସ ୭ ଜଣଙ୍କ ବୟାନ ରେକର୍ଡ କରିଛି। ଶନିବାର ସକାଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ସନ୍ଦେହ ତାଙ୍କ...

Advertisement
Archives

Model This Week