ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ  (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ। ଜଗନ୍ନାଥଙ୍କ ଆଶୀର୍ବାଦ ମୋ’ ସର୍ବଦା ଉପରେ ରହୁ। ଅନ୍ୟ କୌଣସି କାରଣ ନୁହେଁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି। କୌଣସି ଚାପ ନ ଥିଲା। ଲୋକଙ୍କ ସେବା କରିବାର ସୁଯୋଗ ପାଇଛି ବୋଲି କହିଛନ୍ତି ଡିସିପି। ପ୍ରାୟ ୧୩ ବର୍ଷର ସେବା ପରେ ଚାକିରି ଛାଡ଼ିଛନ୍ତି।

ସୂଚନା ଥାଉକି, ତାଙ୍କର ଚାକିରି ଛାଡ଼ିବା ଏଭଳି ସମୟରେ ଆସିଛି, ଯେତେବେଳେ କମିଶନରେଟ୍ ପୋଲିସ ସମ୍ପ୍ରତି ବାଲିଅନ୍ତାରେ ରେଳବାଇ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ ହିଂସା ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣାକୁ ନେଇ ସମାଲୋଚନାର ସମ୍ମୁଖୀନ ହୋଇଛି। ଉକ୍ତ ଘଟଣାରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ସମୟରେ ଡିସିପିଙ୍କ ରିଜାଇନକୁ ନେଇ ବିଭିନ୍ନ ମହଲରେ ନାନା ଆଲୋଚନା ହେଉଛି।

Dharitri – Odisha’s No.1 Odia Daily

Share