Posted inରାଜ୍ୟ

ପିପିପିକୁ ଯିବ ଭୁବନେଶ୍ୱର ବିମାନବନ୍ଦର

ନୂଆଦିଲ୍ଲୀ,୨୬।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ସୋମବାର ଘୋଷଣା କରିଥିଲେ। ଏଥିରେ ଭୁବନେଶ୍ୱର ବିମାନବନ୍ଦରର ୯୦୦ କୋଟି ଟଙ୍କାର ସମ୍ପତ୍ତି ମୁଦ୍ରୀକରଣ (ମନିଟାଇଜ୍‌) କରାଯିବା ପ୍ରସ୍ତାବ ରହିଛି। ଏହାଦ୍ୱାରା ଏହି ବିମାନବନ୍ଦର ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ପରିଚାଳନା ହେବା ରାସ୍ତା ଖୋଲିଛି।
୨୦୨୫ ସୁଦ୍ଧା କେନ୍ଦ୍ର ସରକାର ବ୍ରାଉନଫିଲ୍ଡ (କାର୍ଯ୍ୟକାରୀ) ପ୍ରକଳ୍ପଗୁଡିକରେ ରହିଥିବା ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତିକୁ ମୁଦ୍ରୀକରଣ କରିବାକୁ ଯୋଜନା ରଖିଛନ୍ତି। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଆଇଆଇ) ଦ୍ୱାରା ପରିଚାଳିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଚଳିତ ଆର୍ଥତ୍କ ବର୍ଷରେ ଏହି ଯୋଜନା ପରିସରରେ ସାମିଲ କରାଯାଇଛି। ବ୍ରାଉନଫିଲ୍ଡ ପିପିପି ମୋଡ୍‌ରେ ଏହି ବିମାନବନ୍ଦରର ପରିଚାଳନା ନେଇ ପଥ ପରିଷ୍କାର ହେଉଥିବା କୁହାଯାଉଛି। ଏହାଦ୍ୱାରା ଭୁବନେଶ୍ୱର ବିମାନବନ୍ଦରର ୯୦୦ କୋଟି ଟଙ୍କାର ସମ୍ପତ୍ତିକୁ ମୁଦ୍ରୀକରଣ (ମନିଟାଇଜ) କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ଟାୟାର ୨ ଏବଂ ୩ ସହରରେ ରହିଥିବା ୬ ବିମାନବନ୍ଦରକୁ ଚଳିତ ଆର୍ଥତ୍କ ବର୍ଷରେ ପିପିପିରେ ପରିଚାଳନା ଲାଗି ପ୍ରଦାନ କରାଯିବ। ଅନ୍ୟ ବିମାନବନ୍ଦରଗୁଡିକ ମଧ୍ୟରେ ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଏବଂ ରାୟପୁର ବିମାନବନ୍ଦର ରହିଛି। ୨୦୨୫ ସୁଦ୍ଧା ୨୫ ବିମାନବନ୍ଦରକୁ ଏହି ଯୋଜନାରେ ସାମିଲ କରାଯିବା ନେଇ ପ୍ରସ୍ତାବ ରହିଛି। ଗତ ଆର୍ଥତ୍କ ବର୍ଷରେ ୬ ବିମାନ ବନ୍ଦରର ପରିଚାଳନାକୁ ସରକାର ଘରୋଇ କ୍ଷେତ୍ରକୁ ପ୍ରଦାନ କରିବା ଲାଗି ଲିଜ୍‌ ପ୍ରଦାନ କରିଥିଲେ। ଏହା ମଧ୍ୟରେ ଅହମଦାବାଦ, ଲକ୍ଷୌ, ମାଙ୍ଗାଲୋର, ଗୁଆହାଟୀ, ଜୟପୁର, ଥିରୁଭାନନ୍ତପୁରମ ଭଳି ବିମାନବନ୍ଦର ରହିଥିଲା।
ସେହିଭଳି ଦେଶର ୯ ପ୍ରମୁଖ ବନ୍ଦରରେ ୩୧ ପ୍ରକଳ୍ପକୁ ଉକ୍ତ ଯୋଜନାରେ ସାମିଲ କରାଯାଇଛି। ଏହା ମଧ୍ୟରେ ପାରାଦୀପର ୪ ପ୍ରକଳ୍ପ ଚଳିତ ଆର୍ଥତ୍କ ବର୍ଷରେ ମନିଟାଇଜେଶନ କରାଯିବ। ୨୦୨୪-୨୫ରେ ଆଉ ୨ ପ୍ରକଳ୍ପ ଏହି ଯୋଜନାରେ ସାମିଲ ରହିବ। ୨ ଜାତୀୟ ଷ୍ଟାଡିୟମ ଏବଂ ଆଞ୍ଚଳିକ ସ୍ପୋର୍ଟ ସେଣ୍ଟର ମଧ୍ୟ ଏଥିରେ ମୁଦ୍ରୀକରଣ କରାଯିବ। ହସ୍ପିଟାଲିଟି ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ହୋଟେଲ କଳିଙ୍ଗ ଅଶୋକକୁ ଓ ଆଣ୍ଡ ଏମ୍‌ କଣ୍ଟ୍ରାକ୍ଟ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି। ସେହିଭଳି ପୁରୀର ହୋଟେଲ ନୀଳାଚଳରୁ ପୁଞ୍ଜି ପ୍ରତ୍ୟାହର ନେଇ ଲକ୍ଷ୍ୟ ରଖାଯାଇଛି। ରାଜପଥ ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ପୁଇଁତଳା-ସୁନାଖଳା ଷ୍ଟ୍ରେଚ(୫୭ କି.ମି.), ସୁନାଖଳା -ଭୁବନେଶ୍ୱର(୭୬ କି.ମି.), ଭୁବନେଶ୍ୱର-ପୁରୀ(୬୦ କି.ମି.), ଚଣ୍ଡିଖୋଲ-ଭଦ୍ରକ (୭୫ କି.ମି.), ଭଦ୍ରକ-ବାଲେଶ୍ୱର(୬୩ କି.ମି.), ଚଣ୍ଡିଖୋଲ-ପାରାଦୀପ (୭୭ କି.ମି.)ର ପ୍ରକଳ୍ପ ମନିଟାଇଜେଶନ ଯୋଜନାରେ ସାମିଲ ରହିଥିବା ଜଣାପଡ଼ିଛି।
ଆର୍ଥତ୍କ ବର୍ଷ ୨୦୨୨-୨୩ରେ ୧.୬୨ ଲକ୍ଷ କୋଟି, ୨୦୨୩-୨୪ରେ ୧.୭୯ ଲକ୍ଷ କୋଟି, ୨୦୨୪-୨୫ରେ ୧.୬୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ମନିଟାଇଜ ହେବ। ପ୍ରମୁଖ କ୍ଷେତ୍ରଗୁଡିକ ମଧ୍ୟରେ ୨୬,୭୦୦ କି.ମି.ର ରାଜପଥ ପ୍ରକଳ୍ପ ରହିଛି। ଏହା ମଧ୍ୟରେ ପୂର୍ବାଞ୍ଚଳର ୨୨ ଷ୍ଟ୍ରେଚରେ ୧୪୭୮ କି.ମି. ରାଜପଥ ଥିବା ବେଳେ ଦେଶର ଉତ୍ତରଭାଗରେ ୨୯ ଷ୍ଟ୍ରେଚର ୧୩୬୧ କି.ମି., ପଶ୍ଚିମଭାଗରେ ୨୫ ଷ୍ଟ୍ରେଚର ୨୦୩୧ କି.ମି., ଦକ୍ଷିଣ ଭାଗର ୨୮ ଷ୍ଟ୍ରେଚରେ ୧୯୩୧ କି.ମି. ରାଜପଥ ରହିଛି। ଆଗାମୀ ୪ ବର୍ଷରେ ରେଲଓ୍ବେର ୪୦୦ ଷ୍ଟେଶନ, ୯୦ ପାସେଞ୍ଜର ଟ୍ରେନ, ୧୪ ଶହ କି.ମି. ଟ୍ରାକ୍‌ର ରୁଟ୍‌ (କୋଙ୍କଣ ରେଲଓ୍ବେ- ୭୪୧ କି.ମି., ହିଲ୍‌ ରେଲଓ୍ବେର ୨୪୪ କି.ମି. ଲେଖାଏ ୪ ରୁଟ୍‌), ୨୫୬ ଗୁଡସ ସେଡ୍‌, ୬୭୩ କି.ମି.ର ଡିଏଫ୍‌ସି ଟ୍ରାକ୍‌ ଏବଂ ଅନ୍ୟ ଭିତ୍ତିଭୂମି, ୧୫ ରେଳ ଷ୍ଟାଡିୟମ ଏବଂ ରେଳ କଲୋନି ସାମିଲ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ଆଗାମୀ ୪ ବର୍ଷରେ ରାଜପଥ କ୍ଷେତ୍ରର ୧.୬୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମନିଟାଇଜେଶନ କରାଯିବ। ସେହିଭଳି ରେଲଓ୍ବେର ୧.୫୨ ଲକ୍ଷ କୋଟି, ପାଓ୍ବାର ଟ୍ରାନ୍ସମିଶନ କ୍ଷେତ୍ରରେ ୪୫,୨୦୦ କୋଟି, ଶକ୍ତି ଉତ୍ପାଦନ କ୍ଷେତ୍ରର ୩୯,୮୩୨ କୋଟି, ପ୍ରାକୃତିକ ବାଷ୍ପ ପାଇପଲାଇନ ୨୪,୪୬୨ କୋଟି, ପ୍ରଡକ୍ଟ ପାଇପଲାଇନ ଏବଂ ଅନ୍ୟ କ୍ଷେତ୍ରରେ ୨୨,୫୦୪ କୋଟି, ଟେଲିକମ୍‌ କ୍ଷେତ୍ରରେ ୩୫,୧୦୦ କୋଟି, ଓ୍ବେର ହାଉସିଂ କ୍ଷେତ୍ରରେ ୨୮,୯୦୦ କୋଟି ଟଙ୍କାର ସମ୍ପତ୍ତିକୁ ଯୋଜନା ମଧ୍ୟରେ ସାମିଲ କରାଯାଇଛି। ସେହିଭଳି ଖଣି କ୍ଷେତ୍ରରେ ୨୮,୭୪୭ କୋଟି, ବିମାନ ଚଳାଚଳ କ୍ଷେତ୍ରରେ ୨୦,୭୮୨ କୋଟି, ବନ୍ଦର କ୍ଷେତ୍ରରେ ୧୨,୮୨୮ କୋଟି, ଷ୍ଟାଡିୟମ କ୍ଷେତ୍ରରେ ୧୧,୪୫୦ କୋଟି ଏବଂ ଅର୍ବାନ ରିୟଲ ଇଷ୍ଟେଟ କ୍ଷେତ୍ରରେ ୧୫ ହଜାର କୋଟି ଟଙ୍କା ର ସମ୍ପତ୍ତି ମନିଟାଇଜେଶନ କରାଯିବାର ଲକ୍ଷ୍ୟ ରହିଛି। ମନିଟାଇଜେଶନ ହେବାକୁ ଥିବା ପ୍ରମୁଖ ୫ କ୍ଷେତ୍ର ମଧ୍ୟରେ ରାଜପଥ ପ୍ରକଳ୍ପର ଅଂଶ ୨୭% ଥିବା ବେଳେ ରେଲଓ୍ବେ ୨୫%, ପାଓ୍ବାର ୧୫%, ତୈଳ ଏବଂ ବାଷ୍ପ ପାଇପଲାଇନ ୮% ଏବଂ ଟେଲିକମ କ୍ଷେତ୍ରର ୬% ରହିଛି।
କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ଏଭଳି ପଦକ୍ଷେପ ଦ୍ୱାରା ସରକାର ଚଳିତ ଆର୍ଥତ୍କ ବର୍ଷରେ ପ୍ରାୟ ୮୮ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ ମଧ୍ୟରେ ରାଜପଥ, ବନ୍ଦର, ବିମାନ ବନ୍ଦର, ଟେଲିକମ, ରେଳପଥ, ଓ୍ବେୟାରହାଉସିଂ, ଏନର୍ଜି ପାଇପଲାଇନ, ପାଓ୍ବାର ଜେନେରେଶନ, ହସ୍ପିଟାଲିଟି ଏବଂ ଷ୍ଟାଡିୟମ ସହ ଖଣି ଏବଂ ହାଉସିଂ ରିଡେଭଲପମେଣ୍ଟ ଭଳି ଭିତ୍ତିଭୂମି କ୍ଷେତ୍ରର ପ୍ରକଳ୍ପଗୁଡିକୁ ସାମିଲ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri