ଅନିଶ୍ଚିତତାରେ ‘ବଳଦଯାତ୍ରା’

ଭୁବନ, ୫।୧୦(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଯାତ୍ରା ଆରମ୍ଭ କରିଥିବା ଥୋରିଆ ସମ୍ପ୍ରଦାୟର କର୍ମକର୍ତ୍ତା। ଶହଶହ ବର୍ଷର ପରମ୍ପରାକୁ ବିନା ଆଲୋଚନାରେ ବନ୍ଦ କରାଯିବା ବଦଳରେ କଟକଣା ମଧ୍ୟରେ ଯାତ୍ରା ଆୟୋଜନ ଲାଗି ଅନୁମତି ଦେବାକୁ ସେମାନେ ନିବେଦନ କରିଛନ୍ତି। ଖୁବ୍‌ଶୀଘ୍ର ଏଥିଲାଗି ମିଳିତ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ନିକଟରେ ଏହି ପ୍ରସ୍ତାବ ରଖାଯିବ ବୋଳି କମିଟି ପକ୍ଷରୁ କୁହାଯାଇଛି।
ଶହୀଦ ବୀର ବାଜି ରାଉତ, କଂସାବାସନ କାରିଗରି ପରେ ବଳଦଯାତ୍ରାକୁ ନେଇ ଭୁବନର ରହିଛି ସ୍ବତନ୍ତ୍ର ପରିଚୟ। ଦେଶ ସ୍ବାଧୀନତା ପୂର୍ବରୁ ଗମନାଗମନର ସେତେଟା ସୁବିଧା ନ ଥିବାରୁ ଅଞ୍ଚଳର ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ବଳଦ ଏବଂ ବଳଦଗାଡ଼ି ଉପରେ ନିର୍ଭର କରୁଥିଲେ। ଦୀର୍ଘଦିନର ଏକତ୍ର ସହାବସ୍ଥାନ ପରେ ବଳଦ ଏବଂ ମଣିଷ ମଧ୍ୟରେ ଗଢ଼ି ଉଠିଥିଲା ନିଆରା ସମ୍ପର୍କ। ପେଟକୁ ଦାନା ଯୋଗାଉଥିବା ବଳଦଙ୍କୁ ସମ୍ମାନ ଜଣାଇବାକୁ ଥୋରିଆ ସମ୍ପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିଲା ବଳଦଯାତ୍ରା। ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବଣିଆ ଏବଂ କଂସାରି ଗୋଷ୍ଠୀ। ପରିବର୍ତ୍ତିତ ସମୟରେ ଯାତ୍ରାର କଳେବର ବଢ଼ିଛି। ଏବେ ୫୦ରୁ ଊର୍ଦ୍ଧ୍ୱ ବଳଦ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି। ଏହାକୁ ବାଦ୍‌ ଦେଲେ ଅଞ୍ଚଳର ୧୨ ପୂଜା କମିଟି ପକ୍ଷରୁ ଦୁର୍ଗା ଏବଂ ହରପାର୍ବତୀଙ୍କ ପୂଜା କରାଯାଉଛି। ଯାତ୍ରାରେ ଯୋଡ଼ି ହୋଇଛି ରାବଣ ପୋଡ଼ି। ଏହାକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଆସୁଛନ୍ତି। ହେଲେ ଚିଳତ ବର୍ଷ କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଛି। ପାରମ୍ପରିକ ନୀତି ଅନୁଯାୟୀ ମହାଳୟାଠାରୁ ଥୋରିଆ ସମ୍ପ୍ରଦାୟ ପକ୍ଷରୁ ବଳଦକୁ ନେଇ ଅଭ୍ୟାସ ଯାତ୍ରା ଆରମ୍ଭ କରିଛନ୍ତି। ହେଲେ ଆଲୋଚନା ବୈଠକ ହୋଇ ନ ଥିବାରୁ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାଙ୍କ ଅଡୁଆ ବଢ଼ିଛି। ତୁରନ୍ତ ବୈଠକ କରି ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ନେବାକୁ କମିଟିର କର୍ମକର୍ତ୍ତାମାନେ ଦାବି କରିଛନ୍ତି।

ଖୁବ୍‌ଶୀଘ୍ର ମିଳିତ ବୈଠକ
କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ବଳଦଯାତ୍ରା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। କଟକଣା ମଧ୍ୟରେ କମିଟି ପୂଜା କରିପାରିବେ। ମୂର୍ତ୍ତିକୁ ୪ ଫୁଟ ଉଚ୍ଚତା ମଧ୍ୟରେ ସୀମିତ ରଖାଯାଇଛି। ପୂଜାସ୍ଥଳରେ ୭ଜଣ ଉପସ୍ଥିତ ରହିପାରିବେ। ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂଜା କରାଯିବ। ଏ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ମିଳିତ ବୈଠକ କରାଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ

ସରକାରୀ ନିୟମକୁ ସମ୍ମାନ ଦିଆଯିବ
ସରକାରଙ୍କ ନୀତିନିୟମ ଏବଂ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଚଳିତବର୍ଷ ବିଶ୍ୱ ପ୍ରସିଦ୍ଧ ବଳଦଯାତ୍ରା ଅନୁଷ୍ଠିତ ହେବ। କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦେବା ପ୍ରଥମ ପ୍ରାଥମିକତା ହେବ। ବିଚାରବିମର୍ଶ ପରେ ଯାତ୍ରା କିପରି ଶୃଙ୍ଖଳିତ ଭାବେ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯିବ।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି

ଯାତ୍ରା ପାଇଁ ପ୍ରଶାସନ ସୁବିଧା କରୁ
ବଳଦଯାତ୍ରା ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ଏକ ପ୍ରମୁଖ ପର୍ବ। ଶହ ଶହ ବର୍ଷ ଧରି ଏହା ପାଳିତ ହୋଇଆସୁଛି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଅନୁଚିତ। କଟକଣା ମଧ୍ୟରେ ଯାତ୍ରା କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେ ନେଇ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ଉଚିତ।
-ଦିଲୀପ କୁମାର ଦାସ, ଶାନ୍ତି କମିଟିର ବରିଷ୍ଠ କର୍ମକର୍ତ୍ତା

କଟକଣା ରହୁ, ପରମ୍ପରା ବି ବଞ୍ଚୁ
ଥୋରିଆ ସମାଜ ପକ୍ଷରୁ ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ଆରମ୍ଭ ହୋଇଥିଲା। ଆରାଧ୍ୟ ଦେବୀ ମା’ ବଣଜାରିଙ୍କ ହୁକୁମରେ ଏହି ପର୍ବ ପାଳିତ ହୋଇଆସୁଛି। କେବଳ ଥୋରିଆ ସମାଜର ବଳଦକୁ ଗ୍ରାମ ପରିକ୍ରମା କରିବା ପାଇଁ ଅନୁମତି ଦେବାକୁ ପ୍ରଶାସନକୁ ନିବେଦନ କରାଯିବ। ଫଳରେ କଟକଣା ରହିବ ଆଉ ପରମ୍ପରା ବି ବଞ୍ଚତ୍ବ।
-ବିଶ୍ୱନାଥ ସାହୁ, ଥୋରିଆ ସମାଜ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri