ଅନିଶ୍ଚିତତାରେ ‘ବଳଦଯାତ୍ରା’

ଭୁବନ, ୫।୧୦(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଯାତ୍ରା ଆରମ୍ଭ କରିଥିବା ଥୋରିଆ ସମ୍ପ୍ରଦାୟର କର୍ମକର୍ତ୍ତା। ଶହଶହ ବର୍ଷର ପରମ୍ପରାକୁ ବିନା ଆଲୋଚନାରେ ବନ୍ଦ କରାଯିବା ବଦଳରେ କଟକଣା ମଧ୍ୟରେ ଯାତ୍ରା ଆୟୋଜନ ଲାଗି ଅନୁମତି ଦେବାକୁ ସେମାନେ ନିବେଦନ କରିଛନ୍ତି। ଖୁବ୍‌ଶୀଘ୍ର ଏଥିଲାଗି ମିଳିତ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ନିକଟରେ ଏହି ପ୍ରସ୍ତାବ ରଖାଯିବ ବୋଳି କମିଟି ପକ୍ଷରୁ କୁହାଯାଇଛି।
ଶହୀଦ ବୀର ବାଜି ରାଉତ, କଂସାବାସନ କାରିଗରି ପରେ ବଳଦଯାତ୍ରାକୁ ନେଇ ଭୁବନର ରହିଛି ସ୍ବତନ୍ତ୍ର ପରିଚୟ। ଦେଶ ସ୍ବାଧୀନତା ପୂର୍ବରୁ ଗମନାଗମନର ସେତେଟା ସୁବିଧା ନ ଥିବାରୁ ଅଞ୍ଚଳର ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ବଳଦ ଏବଂ ବଳଦଗାଡ଼ି ଉପରେ ନିର୍ଭର କରୁଥିଲେ। ଦୀର୍ଘଦିନର ଏକତ୍ର ସହାବସ୍ଥାନ ପରେ ବଳଦ ଏବଂ ମଣିଷ ମଧ୍ୟରେ ଗଢ଼ି ଉଠିଥିଲା ନିଆରା ସମ୍ପର୍କ। ପେଟକୁ ଦାନା ଯୋଗାଉଥିବା ବଳଦଙ୍କୁ ସମ୍ମାନ ଜଣାଇବାକୁ ଥୋରିଆ ସମ୍ପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିଲା ବଳଦଯାତ୍ରା। ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବଣିଆ ଏବଂ କଂସାରି ଗୋଷ୍ଠୀ। ପରିବର୍ତ୍ତିତ ସମୟରେ ଯାତ୍ରାର କଳେବର ବଢ଼ିଛି। ଏବେ ୫୦ରୁ ଊର୍ଦ୍ଧ୍ୱ ବଳଦ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି। ଏହାକୁ ବାଦ୍‌ ଦେଲେ ଅଞ୍ଚଳର ୧୨ ପୂଜା କମିଟି ପକ୍ଷରୁ ଦୁର୍ଗା ଏବଂ ହରପାର୍ବତୀଙ୍କ ପୂଜା କରାଯାଉଛି। ଯାତ୍ରାରେ ଯୋଡ଼ି ହୋଇଛି ରାବଣ ପୋଡ଼ି। ଏହାକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଆସୁଛନ୍ତି। ହେଲେ ଚିଳତ ବର୍ଷ କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଛି। ପାରମ୍ପରିକ ନୀତି ଅନୁଯାୟୀ ମହାଳୟାଠାରୁ ଥୋରିଆ ସମ୍ପ୍ରଦାୟ ପକ୍ଷରୁ ବଳଦକୁ ନେଇ ଅଭ୍ୟାସ ଯାତ୍ରା ଆରମ୍ଭ କରିଛନ୍ତି। ହେଲେ ଆଲୋଚନା ବୈଠକ ହୋଇ ନ ଥିବାରୁ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାଙ୍କ ଅଡୁଆ ବଢ଼ିଛି। ତୁରନ୍ତ ବୈଠକ କରି ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ନେବାକୁ କମିଟିର କର୍ମକର୍ତ୍ତାମାନେ ଦାବି କରିଛନ୍ତି।

ଖୁବ୍‌ଶୀଘ୍ର ମିଳିତ ବୈଠକ
କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ବଳଦଯାତ୍ରା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। କଟକଣା ମଧ୍ୟରେ କମିଟି ପୂଜା କରିପାରିବେ। ମୂର୍ତ୍ତିକୁ ୪ ଫୁଟ ଉଚ୍ଚତା ମଧ୍ୟରେ ସୀମିତ ରଖାଯାଇଛି। ପୂଜାସ୍ଥଳରେ ୭ଜଣ ଉପସ୍ଥିତ ରହିପାରିବେ। ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂଜା କରାଯିବ। ଏ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ମିଳିତ ବୈଠକ କରାଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ

ସରକାରୀ ନିୟମକୁ ସମ୍ମାନ ଦିଆଯିବ
ସରକାରଙ୍କ ନୀତିନିୟମ ଏବଂ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଚଳିତବର୍ଷ ବିଶ୍ୱ ପ୍ରସିଦ୍ଧ ବଳଦଯାତ୍ରା ଅନୁଷ୍ଠିତ ହେବ। କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦେବା ପ୍ରଥମ ପ୍ରାଥମିକତା ହେବ। ବିଚାରବିମର୍ଶ ପରେ ଯାତ୍ରା କିପରି ଶୃଙ୍ଖଳିତ ଭାବେ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯିବ।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି

ଯାତ୍ରା ପାଇଁ ପ୍ରଶାସନ ସୁବିଧା କରୁ
ବଳଦଯାତ୍ରା ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ଏକ ପ୍ରମୁଖ ପର୍ବ। ଶହ ଶହ ବର୍ଷ ଧରି ଏହା ପାଳିତ ହୋଇଆସୁଛି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଅନୁଚିତ। କଟକଣା ମଧ୍ୟରେ ଯାତ୍ରା କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେ ନେଇ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ଉଚିତ।
-ଦିଲୀପ କୁମାର ଦାସ, ଶାନ୍ତି କମିଟିର ବରିଷ୍ଠ କର୍ମକର୍ତ୍ତା

କଟକଣା ରହୁ, ପରମ୍ପରା ବି ବଞ୍ଚୁ
ଥୋରିଆ ସମାଜ ପକ୍ଷରୁ ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ଆରମ୍ଭ ହୋଇଥିଲା। ଆରାଧ୍ୟ ଦେବୀ ମା’ ବଣଜାରିଙ୍କ ହୁକୁମରେ ଏହି ପର୍ବ ପାଳିତ ହୋଇଆସୁଛି। କେବଳ ଥୋରିଆ ସମାଜର ବଳଦକୁ ଗ୍ରାମ ପରିକ୍ରମା କରିବା ପାଇଁ ଅନୁମତି ଦେବାକୁ ପ୍ରଶାସନକୁ ନିବେଦନ କରାଯିବ। ଫଳରେ କଟକଣା ରହିବ ଆଉ ପରମ୍ପରା ବି ବଞ୍ଚତ୍ବ।
-ବିଶ୍ୱନାଥ ସାହୁ, ଥୋରିଆ ସମାଜ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri