ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ର ଟ୍ରେଲର ଲଞ୍ଚ ହେବା ପରେ ଏବେ ଦର୍ଶକଙ୍କର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଫିଲ୍ମର ଟ୍ରେଲର କାଫି ମଜାଦାର ଓ ଏଣ୍ଟରଟେନମେଣ୍ଟ ହୋଇଥିବାରୁ ଫିଲ୍ମଟି ମଧ୍ୟ ସେତିକି ଏଣ୍ଟରଟେନିଂ ହାଇଥିବ ବୋଲି ଆଶ କରାଯାଉଛି । ଏଥର ଭୁଳ ଭୁଲେୟା ୨ରେ ସସପେନ୍ସ, ହରର, ରୋମାନ୍ସ ଓ କମେଡିର ତଡକା ଦେଖିବାକୁ ମିଳିବ । ’ଭୁଲ ଭୁଲେୟା ୨’ ୨୦ ମେ ୨୦୨୨ରେ ରିଲିଜ୍ ହେବ । ଏଥିରେ କାର୍ତ୍ତିକ ଆର୍ଯ୍ୟନ, ତବୁ ଓ କିଆରାଙ୍କ ବ୍ୟତୀତ ରାଜପାଲ ଯାଦବ, ସଞ୍ଜୟ ମିଶ୍ର ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
୨୦୦୭ରେ ଆସିଥିବା ‘ଭୁଲ ଭୁଲେୟା’ର ଏହା ହେଉଛି ସିକ୍ୱିଲ । ଫିଲ୍ମର ପ୍ରଥମ ଭାଗରେ ଶାଇନି ଆହୁଜା, ବିଦ୍ୟା ବଲାନ, ଅମିଶ।। ପଟେଲ ଅକ୍ଷୟ କୁମାର ଲିଡ ରୋଲରେ ନଜର ଆସିଥିଲେ । ସେ ସମୟରେ ଫିଲ୍ମକୁ ଭଲ ରେସପନ୍ସ ମିଳିଥିବା ବେଳେ କଳାକାରମାନଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ ବି କରିଥିଲେ । ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଏଥର ଭୁଲ ଭୁଲେୟା ୨ କୁ ଅନିସ ବଜମି ନିର୍ଦ୍ଦେଶନା ଦେଇଥିବା ବେଳେ ଭୁଷଣ କୁମାର ପ୍ରଯୋଜନା କରିଛନ୍ତି । ଏଥିରେ ପ୍ରଥମଥର ପାଇଁ କିଆରା ଓ କାର୍ତ୍ତିକଙ୍କ ଯୋଡିକୁ ଦେଖିବାକୁ ମିଳିବ । ତେବେ ଅପେକ୍ଷା ରହିଲା ଏହା ଦର୍ଶକଙ୍କୁ ବାନ୍ଧି ରଖିବାରେ କେତେ ସଫଳ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହୃତ୍‌ପିଣ୍ଡ ଓ ରକ୍ତଚାପ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

‘ମୋତେ ସ୍ତ୍ରୀର ମାନ୍ୟତା ଦିଅ, ନଚେତ୍ ମୁଁ ଆତ୍ମହତ୍ୟା କରିବି’, ଭାଜପା ନେତାଙ୍କ ନାଁରେ ପ୍ରେମିକାଙ୍କ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ମୋରାଦାବାଦରୁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଭାବରେ ଚର୍ଚ୍ଚା ହେଉଛି । କୁଣ୍ଡାରକି ଥାନା ଅଞ୍ଚଳ ଅନ୍ତର୍ଗତ…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଗ୍ରହାଣୁରୁ ଖଣିଜ ଉତ୍ତୋଳନ

ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri