ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଭୋଳି ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା କରିଛନ୍ତି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଭୋଳି ସାହୁଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଖୁସିବ୍ୟକ୍ତ କରିଛନ୍ତି। ଏହାଦ୍ବାରା ମହିଳା ସଂଗଠନ ଜିଲାରେ ସୁଦୃଢ ହେବ ବୋଲି ତାଙ୍କ ସମର୍ଥକ ଆଶା ରଖିଛନ୍ତି। ଭୋଳିଙ୍କ ଘର ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଲେରି। ଭୋଳି ବହୁ ବର୍ଷ ହେବ ଭାଜପା ସଙ୍ଗଠନ ସହ ଜଡିତ ଥିଲେ। ପୂର୍ବରୁ ଦୁଇ ଥର ଗାଲେରୀ ପଞ୍ଚାୟତର ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। ଏହାପରେ ଭଞ୍ଜନଗର ବ୍ଲକ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିର୍ବାଚିତ ହୋଇ କାର୍ଯ୍ୟକରୁଛନ୍ତି। ଏଥିସହ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ଅଛନ୍ତି। ସେ ଜଣେ ଦକ୍ଷ ସଂଗଠିକା ଭାବେ ଅଞ୍ଚଳରେ ପରିଚିତ। ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଭାବେ ବର୍ତ୍ତମାନ ଭୋଳିଙ୍କୁ ନିଯୁକ୍ତି ମିଳିବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Odisha’s No.1 Odia Daily

Share