ଜାନୁୟାରୀ ୨ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ରାଜନଗର,୨୦ା୧୨(ଡି.ଏନ.ଏ.): କୁମ୍ଭୀର ଗଣନା ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ଲାଗି ୧୦ ଦିନ ବନ୍ଦ ରହିବ। ୨୦୨୨ ଜାନୁୟାରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ଜାନୁୟାରୀ ୧୨ରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଏହା ବାହାରେ ଥିବା ନଦୀ ନାଳରେ ବି କୁମ୍ଭୀରଗଣନା କରାଯିବ। ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀରେ ହୋଇଥିବା ଗଣନା ଅନୁଯାୟୀ ଭିତରକନିକାରେ ୧୭୬୮ ବଉଳା କୁମ୍ଭୀର ଥିଲେ।