ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ ଉଦ୍ୟାନ ଭିତରକନିକା ଉପରେ ରହିଛି। ବନ୍ୟ ପ୍ରାଣୀ ବାର୍‌ହା, ହରିଣ, ଦେଶୀ ଓ ବିଦେଶାଗତ ପକ୍ଷୀ, ସାମୁଦ୍ରିକ ପ୍ରାଣୀ ଅଲିଭ୍‌ ରିଡ୍‌ଲେ ଆଦି ଏହି ପିକ୍‌ନିକ୍‌ ଋତୁରେ ସୁରକ୍ଷିତ ନୁହନ୍ତି। ଏଥିସହ ଏବେ ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ପ୍ରଚୁର ମାଛ ଦେଖାଦେଉଥିବାରୁ ବେଆଇନ ବ୍ୟବସାୟୀଙ୍କ ଆଖି ପଡିଛି। କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ ପ୍ରାୟ ୧୩୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ମାଛ ଧରିବା ଅଭିଯୋଗରେ ଗିରଫ ହୋଇ ସାରିଲେଣି। ଆସନ୍ତା ପର୍ଯ୍ୟଟନ ସମୟ ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଭିତରକନିକାରେ ପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ମିଳିଛି।
ରାଜନଗରର ବସନ୍ତ କୁମାର ହାତୀ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସମସ୍ତ ଅଞ୍ଚଳରେ ଭୋଜିଭାତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶିକାରୀମାନେ ଶିକାର ଖୋଜିବାରେ ଲାଗି ପଡିଛନ୍ତି। ଭିତରକନିକାରେ ଏବେ ଦେଶୀ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଛି। ସାଧାରଣରେ ଏହି ଶୀତଋତୁରେ ବିଦେଶୀ ପକ୍ଷୀଙ୍କ ସମାହାର ଏଠାରେ ଦେଖିବାକୁ ମିଳେ। ଭିତରକନିକା ଆଭ୍ୟନ୍ତର ଓ ବାହ୍ୟ ଅଞ୍ଚଳରେ ପକ୍ଷୀଙ୍କ ଶିକାର ଚାଲିଛି। ଏହାର ମାଂସ ନିକଟସ୍ଥ ବ୍ଲକ୍‌ ଅଞ୍ଚଳ ସମେତ ପାରାଦୀପ, ଧାମରା, ଯାଜପୁର ଆଦି ଅଞ୍ଚଳକୁ ଯାଉଛି। ଏହା ପ୍ରତିବର୍ଷର ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାର୍‌ହା, ହରିଣଠାରୁ ଆରମ୍ଭକରି ପ୍ରାଣୀ,ପକ୍ଷୀଙ୍କୁ ମାଂସ ପାଇଁ ଶିକାର ହେଉଛି। ଏଥିସହ ସାମୁଦ୍ରିକ ଜୀବଙ୍କୁ ଶିକାର କରାଯାଇ ଏହି ସମୟରେ ଶିକାରୀ ଭଲ ରୋଜଗାର କରୁଛନ୍ତି। ଦୋଳଗୋବିନ୍ଦ ଜେନା କହିଛନ୍ତି, ଯନ୍ତା ସହ କୁକୁରକୁ କେତେଜଣ ଶିକାରୀ ଶିକାର ସମୟରେ ବ୍ୟବହାର କରୁଛନ୍ତି। ସେହିପରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଶିକାର ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଏ ନେଇ ଅଦ୍ୟାବଧି କୌଣସି ମାମଲାରେ ଏହାକୁ ଦର୍ଶାଯାଇ ନାହିଁ। ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ମାଂସ ପାଇଁ ଶିକାର ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସିଏଫ୍‌ ମାନସ କୁମାର ଦାଶଙ୍କୁ ପଚାରିବାରେ ଚଳିତବର୍ଷ ବନ ବିଭାଗ ଶିକାରୀ ଓ ଶିକାର ସମ୍ପର୍କରେ ସତର୍କ ଅଛି। ବିଭିନ୍ନ ରେଞ୍ଜ ଅଫିସରଙ୍କୁ ଏ ସମ୍ପର୍କରେ ଆଲର୍ଟ କରାଯାଇଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri