ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ ଉଦ୍ୟାନ ଭିତରକନିକା ଉପରେ ରହିଛି। ବନ୍ୟ ପ୍ରାଣୀ ବାର୍‌ହା, ହରିଣ, ଦେଶୀ ଓ ବିଦେଶାଗତ ପକ୍ଷୀ, ସାମୁଦ୍ରିକ ପ୍ରାଣୀ ଅଲିଭ୍‌ ରିଡ୍‌ଲେ ଆଦି ଏହି ପିକ୍‌ନିକ୍‌ ଋତୁରେ ସୁରକ୍ଷିତ ନୁହନ୍ତି। ଏଥିସହ ଏବେ ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ପ୍ରଚୁର ମାଛ ଦେଖାଦେଉଥିବାରୁ ବେଆଇନ ବ୍ୟବସାୟୀଙ୍କ ଆଖି ପଡିଛି। କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ ପ୍ରାୟ ୧୩୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ମାଛ ଧରିବା ଅଭିଯୋଗରେ ଗିରଫ ହୋଇ ସାରିଲେଣି। ଆସନ୍ତା ପର୍ଯ୍ୟଟନ ସମୟ ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଭିତରକନିକାରେ ପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ମିଳିଛି।
ରାଜନଗରର ବସନ୍ତ କୁମାର ହାତୀ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସମସ୍ତ ଅଞ୍ଚଳରେ ଭୋଜିଭାତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶିକାରୀମାନେ ଶିକାର ଖୋଜିବାରେ ଲାଗି ପଡିଛନ୍ତି। ଭିତରକନିକାରେ ଏବେ ଦେଶୀ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଛି। ସାଧାରଣରେ ଏହି ଶୀତଋତୁରେ ବିଦେଶୀ ପକ୍ଷୀଙ୍କ ସମାହାର ଏଠାରେ ଦେଖିବାକୁ ମିଳେ। ଭିତରକନିକା ଆଭ୍ୟନ୍ତର ଓ ବାହ୍ୟ ଅଞ୍ଚଳରେ ପକ୍ଷୀଙ୍କ ଶିକାର ଚାଲିଛି। ଏହାର ମାଂସ ନିକଟସ୍ଥ ବ୍ଲକ୍‌ ଅଞ୍ଚଳ ସମେତ ପାରାଦୀପ, ଧାମରା, ଯାଜପୁର ଆଦି ଅଞ୍ଚଳକୁ ଯାଉଛି। ଏହା ପ୍ରତିବର୍ଷର ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାର୍‌ହା, ହରିଣଠାରୁ ଆରମ୍ଭକରି ପ୍ରାଣୀ,ପକ୍ଷୀଙ୍କୁ ମାଂସ ପାଇଁ ଶିକାର ହେଉଛି। ଏଥିସହ ସାମୁଦ୍ରିକ ଜୀବଙ୍କୁ ଶିକାର କରାଯାଇ ଏହି ସମୟରେ ଶିକାରୀ ଭଲ ରୋଜଗାର କରୁଛନ୍ତି। ଦୋଳଗୋବିନ୍ଦ ଜେନା କହିଛନ୍ତି, ଯନ୍ତା ସହ କୁକୁରକୁ କେତେଜଣ ଶିକାରୀ ଶିକାର ସମୟରେ ବ୍ୟବହାର କରୁଛନ୍ତି। ସେହିପରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଶିକାର ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଏ ନେଇ ଅଦ୍ୟାବଧି କୌଣସି ମାମଲାରେ ଏହାକୁ ଦର୍ଶାଯାଇ ନାହିଁ। ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ମାଂସ ପାଇଁ ଶିକାର ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସିଏଫ୍‌ ମାନସ କୁମାର ଦାଶଙ୍କୁ ପଚାରିବାରେ ଚଳିତବର୍ଷ ବନ ବିଭାଗ ଶିକାରୀ ଓ ଶିକାର ସମ୍ପର୍କରେ ସତର୍କ ଅଛି। ବିଭିନ୍ନ ରେଞ୍ଜ ଅଫିସରଙ୍କୁ ଏ ସମ୍ପର୍କରେ ଆଲର୍ଟ କରାଯାଇଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri