କର୍ଲାମୁଣ୍ଡା,୩୧।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବ୍ଳକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ସରପଞ୍ଚ ସଂଘ ବ୍ଲକ ସଭାପତି ବରୁଣ ଛତ୍ରୀଆ, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ମାଝୀ, ସାଇଟ ସେବର୍ ଇଣ୍ଡିଆ ମୋନାଲିସା ପତି, ଜିଲା ଶିଳ୍ପ କେନ୍ଦ୍ରରୁ ଅଂଶୁମାନ ଦାଶ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ଲୋକଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ପରାମର୍ଶ ଦେଇଥିଲେ। ସଭାର ପିଇଓ ବସନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ। ଏଥିରେ ଜିଲାସ୍ତରରୁ ବିଭିନ୍ନ ବିଭାଗର ଡାକ୍ତରମାନେ ଯୋଗଦେଇ ଦିବ୍ୟାଙ୍ଗ ଚିହ୍ନଟ କରିଥଲେ। ଏଥିରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।