ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ,ଚିକିତ୍ସା ନାମରେ ଶୋଷଣ ଅଭିଯୋଗ

ବଲାଙ୍ଗୀର,୨୮ା୯(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ସେବା ଏବେ ପ୍ରହସନରେ ପରିଣତ ହୋଇଛି। ବିଶେଷକରି ହସ୍ପିଟାଲର ଡାଇଲିସିସ୍‌ ୱାର୍ଡରେ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଛି ଓ ଚିକିତ୍ସା ନାମରେ ମାନସିକ ଏବଂ ଆର୍ଥିକ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଚିକିତ୍ସା ସେବାଜନିତ ଅସୁବିଧା ଓ ହସ୍ପିଟାଲ ଷ୍ଟାଫ୍‌ଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ସମାଧାନ ବ୍ୟବସ୍ଥା କରା ନ ଯାଇ ରୋଗୀଙ୍କ ଚିକିତ୍ସା ବନ୍ଦ କରିଦିଆଯିବ ବୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏଭଳି ଗୁରୁତର ଅଭିଯୋଗ ହେବା ପରେ ବୁଧବାର ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଡାଇଲିସିସ୍‌ ୱାର୍ଡର କେତେଜଣ ରୋଗୀଙ୍କ ଉପସ୍ଥିତିରେ ଜିଲାପାଳ ଚଞ୍ଚଳ ରାଣାଙ୍କ ସହ ଜିଲାପାଳଙ୍କ ଅଫିସରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ହସ୍ପିଟାଲ ଅଧୀକ୍ଷକ ଡା ମାନସୀ ପଣ୍ଡା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ହସ୍ପିଟାଲ ଡାଇଲିସିସ୍‌ ୱାର୍ଡରେ କିଡନୀ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉନଥିବା, ଠିକ୍‌ ଭାବେ ଡାଇଲିସିସ୍‌ କରାଯାଉ, ରୋଗୀଙ୍କୁ ରକ୍ତ ଚଢ଼ାଇବା ବେଳେ ହଇରାଣ କରାଯାଉଥିବା ଏବଂ କିଛି କହିଲେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ନେଇ ରୋଗୀମାନେ କିଛିଦିନ ପୂର୍ବରୁ ସିଂଦେଓଙ୍କଠାରେ ଅଭିଯୋଗ କରିଥିଲେ। ରୋଗୀମାନେ ସିଧାସଳଖ ହସ୍ପିଟାଲ ଅଧୀକ୍ଷକ ଡା ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ରୋଗୀମାନେ କୌଣସି ପ୍ରକାର ଅସୁବିଧାକୁ ନେଇ ଅଭିଯୋଗ କଲେ ସେ ରୋଗୀମାନଙ୍କୁ ଚିକିତ୍ସା ବନ୍ଦ କରିଦେବେ ବୋଲି ଧମକ ଦେଉଥିବା ଅଭିଯୋଗ କରିଥିଲେ। ହସ୍ପିଟାଲରେ ଡାଇଲିସିସ୍‌ ପରିଚାଳନା ଦାୟିତ୍ୱ ଦେଇଥିବା ରାହି କେୟାର ସଂସ୍ଥା ପକ୍ଷରୁ ଯେଭଳି ଅବହେଳା ଏବଂ ନିମ୍ନମାନର ଚିକିତ୍ସା ସେବା ଯୋଗାଯାଉଛି ସେଥିରେ ରୋଗୀଙ୍କ ଜୀବନ ଚାଲିଯିବା ବିପଦ ଦେଖାଯାଇଛି ବୋଲି କହିଥିଲେ। ଡାଇଲିସିସ୍‌ ମେଶିନ୍‌ର ଉପଯୁକ୍ତ ସର୍ଭିସିଂ କରାଯାଉ ନ ଥିବା, ନିର୍ଦ୍ଧାରିତ ବ୍ୟବଧାନରେ ଏଥିରେ ଉପକରଣ ପରିବର୍ତ୍ତନ କରାଯାଉନାହିଁ। ଏହାଫଳରେ ରୋଗୀମାନେ ଆରୋଗ୍ୟ ହେବା ପରିବର୍ତ୍ତେ ଅଧିକ ସଂକ୍ରମିତ ଏବଂ କଷ୍ଟ ପାଉଥିବା କହିଥିଲେ। ରାହି କେୟାର ସଂସ୍ଥାର କର୍ମଚାରୀ ଏବଂ ଅଧିକାରୀଙ୍କ ଦୁର୍ବ୍ୟବହାର ସମ୍ପର୍କରେ କହିଥିଲେ। ସମସ୍ତ ଅଭିଯୋଗ ଶୁଣିବା ପରେ ଏମ୍‌ପି ସିଂଦେଓ ଜିଲାପାଳ ରାଣାଙ୍କ ଉପସ୍ଥିତିରେ ଅଧୀକ୍ଷକଙ୍କୁ ରୋଗୀ ଓ ପରିଜନ କାହିଁକି ଗୁରୁତର ଅଭିଯୋଗ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜିଲାପାଳଙ୍କୁ ସମାଧାନ ପନ୍ଥା କ’ଣ ବୋଲି ପଚାରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକଙ୍କ ଉତ୍ତମ ଚିକିତ୍ସା ସେବା ଏବଂ ହସ୍ପିଟାଲ ପରିଚାଳନା ପାଇଁ ଅନୁଦାନ, ଉନ୍ନତ ବୈଷୟିକ ଉପକରଣ ଯୋଗାଇ ଦେଉଥିଲେ ମଧ୍ୟ କାହିଁକି ଲୋକଙ୍କୁ ଚିକିତ୍ସାସେବା ଯୋଗାଇବା ପରିବର୍ତ୍ତେ ହଇରାଣ କରାଯାଉଛି ବୋଲି କହିଥିଲେ। ଜିଲାପାଳ ରାଣା ହସ୍ପିଟାଲ ଅଧୀକ୍ଷକ ଡା ପଣ୍ଡାଙ୍କ ସମେତ ଡାଇଲିସିସ ୱାର୍ଡର କର୍ମଚାରୀଙ୍କୁ ରୋଗୀଙ୍କ ପ୍ରତି ସଦୟ ହେବା, ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ଉପରେ ଦୀର୍ଘ ସମୟ ଧରି କହିଥିଲେ। ଜିଲାପାଳ ରାଣାଙ୍କୁ ପଚରାଯିବାରୁ ରୋଗୀଙ୍କ ଅଭିଯୋଗକୁ ଶୁଣିବା ପରେ ଆଗାମୀ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସ୍ଥାୟୀ ସମାଧାନ ବାଟ ବାରା କରାଯିବ। ଏଦିଗରେ ସରକାରଙ୍କୁ ମଧ୍ୟ ଜଣାଇବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri