Posted inଫୁରସତ

ଭଟ୍ଟିମୁଣ୍ଡାର ଘଣ୍ଟୁଆ ସେବକ

ହିନ୍ଦୁଧର୍ମର ବିଭିନ୍ନ ପୂଜା ରୀତିନୀତି ଉପଚାର ବେଳେ ଧୂପଦୀପ ଓ ନୈବେଦ୍ୟ ଭଳି ଘଣ୍ଟ ବାଦନ ଏକ ବିଧିବିଧାନ। ବିଶ୍ୱାସ ରହିଛି -ଘଣ୍ଟଧ୍ୱନି ଦୈତ୍ୟ ପ୍ରକୋପ ଓ ଦୁଷ୍ଟଶକ୍ତିକୁ ନଷ୍ଟ କରିଥାଏ। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି କାର୍ଯ୍ୟ ତୁଲାଇବା ପାଇଁ ଆବଶ୍ୟକ ସେବାୟତ ଓ ଭକ୍ତମାନଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ମହାପ୍ରଭୁଙ୍କ କାର୍ଯ୍ୟକୁ ନିଷ୍ଠା ଓ ଭକ୍ତି ପରମ୍ପରାର ସହିତ ଶୃଙ୍ଖଳିତ ଭାବେ ସମ୍ପନ୍ନ କରାଯାଇଥାଏ । ମାତ୍ର ଶ୍ରୀକ୍ଷେତ୍ରର ବିଭିନ୍ନ ସେବା ମଧ୍ୟରେ ଘଣ୍ଟୁଆ ସେବା ଏକ ଅନନ୍ୟ ପରମ୍ପରା। ଘଣ୍ଟୁଆ ସେବାୟତ ଦୁଇ ଶ୍ରେଣୀର-ଭିତର ଘଣ୍ଟୁଆ ସେବାୟତ ଓ ବାହାର ଘଣ୍ଟୁଆ ସେବାୟତ ।

ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଓ ମାଦଳାପାଞ୍ଜିରେ ଏହି ସେବା ଓ ସେବାୟତଙ୍କ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି। ବିଶେଷକରି ବାହାର ଘଣ୍ଟୁଆ ସେବାୟତଙ୍କ ମଧ୍ୟରେ ଭଟ୍ଟିମୁଣ୍ଡାର କଂସାରି କୁଳ ସମ୍ପୃକ୍ତ। ତେବେ କଟକଠାରୁ ପ୍ରାୟ ୨୦ କିମି ଦୂର ବିରୂପା ନଦୀକୂଳରେ ଅବସ୍ଥିତ ଭଟ୍ଟିମୁଣ୍ଡା ଗାଁ । କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ଅଧୀନ ଭଟ୍ଟିମୁଣ୍ଡା ଗ୍ରାମପଞ୍ଚାୟତ। ଭଟ୍ଟିମୁଣ୍ଡା କଂସାରି ଘଣ୍ଟସେବା ନିଯୋଗ କାର୍ଯ୍ୟକାରୀ ସଭାପତି ତାପସ ସାହୁ କୁହନ୍ତି- ‘ମହାପ୍ରଭୁଙ୍କ ବାହାର ଘଣ୍ଟୁଆ ସେବକ ଭାବେ ଆମ ପୂର୍ବପୁରୁଷମାନେ ରଜାରାଜୁଡ଼ା କାଳରୁ ଘଣ୍ଟସେବା କରିଆସୁଛନ୍ତି। ଭଟ୍ଟିମୁଣ୍ଡା ଗ୍ରାମପଞ୍ଚାୟତର ପ୍ରାୟ ୧୩ଟି ସାହି ଯାହାକି ୧୭ଟି ଓ୍ବାର୍ଡ଼ । ଏଠାର ଅଧିକାଂଶ ବାସିନ୍ଦା କଂସାପିତ୍ତଳ କାରିଗର। ପୂର୍ବେ ଭଟ୍ଟିମୁଣ୍ଡା ଗାଁରୁ ଡଙ୍ଗାରେ ନଦୀ ପାରହୋଇ କଟକ ଆସି ପରେ ପୁରୀକୁ ବହୁସଂଖ୍ୟକ ଘଣ୍ଟୁଆସେବକ ଆସୁଥିଲେ। ଏଥିପାଇଁ ଆମେ ନିଜକୁ ଧନ୍ୟ ମନେ କରିଥାଉ।’

ପ୍ରତିବର୍ଷ ମହାପ୍ରଭୁଙ୍କ ସେବାରେ ସ୍ନାନପୂର୍ଣ୍ଣିମାଠାରୁ ରଥଯାତ୍ରା,ବାହୁଡ଼ା ଓ ନୀଳାଦ୍ରିବିଜେ ଯାଏ ବାହାର ଘଣ୍ଟୁଆ ସେବକମାନେ ନିୟୋଜିତ ଥାଆନ୍ତି। ନନ୍ଦିଘୋଷ ରଥ ପାଇଁ ୧୬ଜଣ, ତାଳଧ୍ୱଜ ରଥରେ ୧୪ଜଣ ଓ ଦେବଦଳନ ରଥରେ ୧୨ଜଣ ବାହାର ଘଣ୍ଟୁଆ ସେବକ ନିୟୋଜିତ । ଏମିତିରେ ୪୨ଜଣଙ୍କ ନାଁ ରହିଥିଲାବେଳେ ଏମାନଙ୍କ ମଧ୍ୟରେ ଜଣେ ଶାଢ଼ିବନ୍ଧା ସେବକ ରହିଥାନ୍ତି। ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସକଙ୍କଠାରୁ ଅନୁମତି ପାଇଁ ସରକାରଙ୍କ କରୋନା କଟକଣା ନିୟମକୁ ଦୃଷ୍ଟିରେ ରଖି ପ୍ରାୟ ୨୫ଜଣ ବାହାର ଘଣ୍ଟୁଆ ସେବାୟତ ଯୋଗ ଦେଇଛନ୍ତି। ଆଉ କେତେ ଜଣ ରଥ ଟାଣିବା ପାଇଁ ରହିଥାନ୍ତି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପୁରୀରେ ଏହି ସେବାୟତଙ୍କ ରହଣି ପାଇଁ ନୀଳାଦ୍ରି ଭକ୍ତନିବାସ ଓ ଶ୍ରୀଗୁଣ୍ଡିଚା ଭକ୍ତନିବାସ ଆଦିରେ ସୁବ୍ୟବସ୍ଥା କରାଯାଇଛି। ସେବକମାନଙ୍କ ଘଣ୍ଟସେବା ନିମନ୍ତେ ମହାପ୍ରଭୁଙ୍କ ମହାପ୍ରସାଦ ଚଢ଼େଇନଦା ଭୋଗ ପ୍ରଦାନ କରାଯାଇଥାଏ। ମହାପ୍ରଭୁଙ୍କ ପହଣ୍ଡି ବିଜେରେ ବିଜୟ କାହାଳୀ ବାଜିଲା ପରେ ସ୍ବତନ୍ତ୍ର ତାଳରେ ଘଣ୍ଟୁଆ ସେବକମାନେ ଘଣ୍ଟ ବଜାଇଥାନ୍ତି। ଏହି ପରମ୍ପରାକୁ ନେଇ ଭଟ୍ଟିମୁଣ୍ଡା ଗାଁରେ ପ୍ରତି ୧/୨ମାସ ମଧ୍ୟରେ ଗାଁର ପୁରୁଖା ଘଣ୍ଟୁଆ ସେବକଙ୍କ ଦ୍ୱାରା ଆଗାମୀ ପିଢ଼ିଙ୍କୁ ଘଣ୍ଟବଜାଇବାର କୌଶଳ ଓ ତାଳ ଆଦି ପ୍ରଶିକ୍ଷଣ ଦିଆଯାଇଥାଏ। ମାତ୍ର କିଛିବର୍ଷ ହେବ ୧୮ରୁ ୬୦ବର୍ଷର ବୟସ୍କଙ୍କ ମଧ୍ୟରେ କଂସାରି କୁଳର ଘଣ୍ଟୁଆଙ୍କୁ ଏହି ତାଲିମ ଦିଆଯାଇଆସୁଛି। ଏହି ସେବକ ମାନଙ୍କ ଚଳଣିରେ ବହୁ ଅଭାବ ଅସୁବିଧା ରହିଛି । ସୁବ୍ୟବସ୍ଥା ପାଇଁ ସରକାରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଅନ୍ୟପକ୍ଷେ ଏହି ଗାଁର କଂସାରି ଘଣ୍ଟସେବା ନିଯୋଗ ସମ୍ପାଦକ ଶରତ ଚନ୍ଦ୍ର ସାହୁ କୁହନ୍ତି, ‘ଗଜପତି ମୁକୁନ୍ଦଦେବଙ୍କ ରାଜାରାଜୁଡ଼ା ସମୟରୁ ମହାପ୍ରଭୁଙ୍କ ବାହାର ଘଣ୍ଟୁଆସେବା ଚାଲିଛି। ବହୁ ବର୍ଷ ତଳେ ଭଟ୍ଟିମୁଣ୍ଡା ଗାଁର ନାରାୟଣ ସାହୁ ନାମକ ଜଣେ କଂସାରି ପୁରୀରେ ଏକ ଦୋକାନ ଦେଇ ବିଭିନ୍ନ କଂସାବାସନ ସାମଗ୍ରୀ ବିକ୍ରି କରିବା ସହିତ ମରାମତି ବି କରୁଥିଲେ। ସେତେବେଳେ ଗଜପତିଙ୍କ ଜଣେ ଗୁମାସ୍ତା ମଦନା ଖଣ୍ଡି ଏହି ଦୋକାନକୁ ଯାଇ ନାରାୟଣଙ୍କୁ ରଜାଙ୍କ ଘରର କେତେକ ପୁରୁଣା କଂସାପିତ୍ତଳ ସାମଗ୍ରୀ ମରାମତି ପାଇଁ ଦେଇଥିଲେ । ସମୟକ୍ରମେ ନାରାୟଣ ତାହାକୁ ନୂତନଭାବେ ମରାମତି କରିଦେଇଥିଲେ। ପରେ ଏହି କାରିଗର ପାରିଶ୍ରମିକ ଭାବେ କ’ଣ ଚାହୁଛନ୍ତି ବୋଲି ଗଜପତି ପଚାରିଥିବାରୁ କଂସାରି ଗଜପତିଙ୍କୁ ବିନୀତ ହୋଇ ଜଣାଇଥିଲେ ଯେ, ମଣିମା ମୋର କିଛି ପାରିଶ୍ରମିକ ଆବଶ୍ୟକ ନାହିଁ । ଯଦି ମହାପ୍ରଭୁଙ୍କ ସେବାରେ ଘଣ୍ଟ ବଜାଇବାର ସୁଯୋଗ ମିଳିବ ତେବେ ଖୁସିହେବି ।

ସେବେଠାରୁ ଗଜପତିଙ୍କ ଅନୁମତି ମିଳିଛି।’ ଅନ୍ୟପକ୍ଷରେ ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଏହି ବାହାର ଘଣ୍ଟ ସେବା ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ ସ୍ନାନପୂଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା-ନୀଳାଦ୍ରି ବିଜେ ଯାଏ ୬ଟି ବିଜେ ସେବାରେ ବାହାର ଘଣ୍ଟୁଆ ସେବାୟତଙ୍କ ଦ୍ୱାରା ଘଣ୍ଟସେବା କରାଯାଇଥାଏ। ୧୨ଘର ଓଗେର ଉଲ୍ଲେଖ ରହିଛି। ପ୍ରତିବର୍ଷ ଭଟ୍ଟିମୁଣ୍ଡା ଗାଁରୁ ଘଣ୍ଟୁଆ ସେବକମାନେ ମହାପ୍ରଭୁଙ୍କ ସେବାଲାଗି ନୂତନ ତିଆରି ଘଣ୍ଟ ନେଇ ବଜାଇଥାନ୍ତି। ସ୍ନାନପୂର୍ଣ୍ଣିମା ପୂର୍ବରୁ ନୀଳାଦ୍ରିବିଜେ ସରିଲାଯାଏ ଏହି ସେବକ ଓ ପରିବାରର କେହି ଆମିଷ ଭକ୍ଷଣ କରନ୍ତିନାହିଁ। ନିଶ ଦାଢ଼ି କାଟନ୍ତି ନାହିଁ। ସମୟକ୍ରମେ ତିନିରଥର ଚକାସଂଖ୍ୟା ଅନୁସାରେ ବାହାର ଘଣ୍ଟୁଆ ସେବକ ନିୟୋଜିତ ହୋଇ ମହାପ୍ରଭୁଙ୍କ ରଥରେ ବାମପାର୍ଶ୍ୱରେ ଘଣ୍ଟ ବଜାଇଥାନ୍ତି। ଘଣ୍ଟର ତାଳ ଭାବେ ଯଥା ଆଡ଼ଝୁମ୍ପା, ଚୌପଦୀ, ଝୁମ୍ପା, ଦାଦର ଆଦି ପ୍ରାୟ ୮/୧୦ପ୍ରକାରର ତାଳରେ ଘଣ୍ଟ ବଜାଇଥାନ୍ତି। ଭଟ୍ଟିମୁଣ୍ଡାର ୧୩ଟି ସାହିରେ ବହୁ ସଂଖ୍ୟକ କଂସାରି ଘଣ୍ଟୁଆ ସେବକ ରହିଥିବାବେଳେ ଏହି ନିଯୋଗର ୨୬ଜଣ ସଦସ୍ୟଙ୍କ ଆଲୋଚନା ଓ ପ୍ରଶାସନିକଙ୍କ ନିୟମ ଅନୁସାରେ ପ୍ରତି ସାହିରୁ ୨ଜଣ ଲେଖାଏଁ ମହାପ୍ରଭୁଙ୍କ ବାହାର ଘଣ୍ଟ ସେବାରେ ଯୋଗଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥାଏ। ରଥଯାତ୍ରାରେ ଶ୍ରୀଜୀଉଙ୍କ ପହଣ୍ଡିବିଜେ ବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଟାହିଆ ହଲାଇ ନେବାର ଶୋଭା ସହିତ ଶତାଧିକ ଘଣ୍ଟୁଆଙ୍କ ମିଳିତ ଘଣ୍ଟଧ୍ୱନିର ତାଳ ଓ ଲୟ ଭକ୍ତମାନଙ୍କ ମନଙ୍କୁ ଉଲ୍ଲସିତ କରିଥାଏ। ଶ୍ରଜୀଉମାନଙ୍କ ସେବା ନିମନ୍ତେ ଭଟ୍ଟିମୁଣ୍ଡାର ଘଣ୍ଟୁଆ ସେବକମାନେ ନିଜକୁ ଧନ୍ୟ ମନେକରିଥାନ୍ତି।

ଉପସ୍ଥାପନା-ବନବିହାରୀ ବେହେରା,
ଫଟୋ-ରତିକାନ୍ତ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

୩୫ ବର୍ଷ ପରେ ଦେଶରେ ନୂଆ ସାପ ପ୍ରଜାତି ଚିହ୍ନଟ : ସାମ୍ନାକୁ ଆସିଲା ରହସ୍ୟମୟ ଦୋମୁହାଁ ସାପ

ଥର୍‌ ମରୁଭୂମି ବିକାନେରର ଜୋଡ଼ବୀଡ଼ କଞ୍ଜରଭେସନ ରିଜର୍ଭରେ ମିଳିଥିବା ଏକ ବିରଳ ସାପର ଚିହ୍ନଟ ‘ସିସ୍ତାନ ସ୍ୟାଣ୍ଡ ବୋଆ’ (Eryx sistanensis) ଭାବରେ କରାଯାଇଛି। ବୈଜ୍ଞାନିକମାନଙ୍କ ଅନୁଯାୟୀ,…

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri