ଭାରତମାଳା ପ୍ରକଳ୍ପ ଟନେଲ କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା: ମାଟି ଅତଡ଼ା ତଳେ ଚାପିହୋଇ ଜଣେ ମୃତ, ଜଣେ ଗୁରୁତର

ପଟ୍ଟାଙ୍ଗି,୨୪ା୫(ଶରତ ଧଳ): ଛତିଶଗଡ଼ରୁ ଆନ୍ଧ୍ରର ବିଶାଖାପାଟଣାକୁ ସଂଯୋଗ କରୁଥିବା ଭାରତମାଳା ପ୍ରକଳ୍ପର କାର୍ଯ୍ୟ ହେଉଥିବା ରାସ୍ତାର ଟନେଲଠାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକ ଆହତ ହୋଇ ବିଶାଖାପାଟଣାର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ନିକଟସ୍ଥ କୁର୍ଲି ଗ୍ରାମରେ ଏକ ଟନେଲ କାର୍ଯ୍ୟ ଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ମାଟି ଅତଡ଼ା ସହ ପଥର ଖସି ପଡ଼ିଥିଲା। ଫଳରେ ମାଟି ଅତଡ଼ା ତଳେ ୨ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଶ୍ରମିକମାନେ ୨ ଶ୍ରମିକଙ୍କୁ ଉଦ୍ଧାରକରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରମିକ ମୁକେଶ ମୁର୍ମୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଝାଡ଼ଖଣ୍ଡ ଅଞ୍ଚଳରେ। ଅନ୍ୟ ଜଣେ ଶ୍ରମିକ ରାୟଗଡ଼ା ଜିଲା ଟିକିରି ଅଞ୍ଚଳର ଲକ୍ଷ୍ମୀଧର ମାଝିଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏନେଇ ସୁଙ୍କି ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ କମ୍ପାନୀ କର୍ତ୍ତୃପକ୍ଷ ଏନେଇ ମୁହଁ ଖୋଲୁ ନ ଥିବାରୁ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ ମଙ୍ଗଳବାର ଗସ୍ତକରି ଉକ୍ତ ଟନେଲ କାର୍ଯ୍ୟ ତଦାରଖ କରି ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

ତାରସିଂ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, ନୟାଗଡ଼ ବନଖଣ୍ଡରେ ଚିକିତ୍ସାଧୀନ ଥିଲା

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଅପରାହ୍ନରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ହାତୀର ବୟସ ପ୍ରାୟ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri