Posted inଜାତୀୟ

ଭାରତ ଯୋଡ଼ୋ ଯାତ୍ରା ଜନତାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରାଇବ

ନୂଆଦିଲ୍ଲୀ,୧୪।୧୧ (ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଲୋକଙ୍କ ପ୍ରସଙ୍ଗ ଉଠାଇବାରେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ସୁନିଶ୍ଚିତ କରାଇବାକୁ ଯାଉଛି। ଯାତ୍ରା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଦନାମ ହେବେ ବୋଲି ଯେଉଁ ମିଛ ପ୍ରଚାର ଚାଲିଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଦେଶ ଆଗରେ ତାଙ୍କ ବାସ୍ତବତା ପଦାକୁ ଆସିଥିବା କଂଗ୍ରେସ କହିଛି। ଭାରତ ଯୋଡ଼ୋ ଯାତ୍ରାକୁ ଆଶାତୀତ ସଫଳତା ମିଳିଥିବା ଏଆଇସିସି ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀକୁ କଂଗ୍ରେସ ନେତା କହ୍ନେୟା କୁମାର କହିଛନ୍ତି।

ରାହୁଲଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଯେତେବେଳେ ଆରମ୍ଭ ହେଲା ଏହାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯାତ୍ରାରେ ଲୋକେ ସାମିଲ ହେବେ କି ନାହିଁ, ଏବଂ ଏହା ଦିନକୁ ୨୫ କିଲୋମିଟର ଅତିକ୍ରମ କରିପାରିବ କି ନାହିଁ ତାହାକୁ ନେଇ ଅନେକ ସନ୍ଦିହାନ ଥିଲେ। ଏବେ ଭାରତ ଯୋଡ଼ୋ ଯାତ୍ରା ୬୦ରୁ ଅଧିକ ଦିନ ଅତିକ୍ରମ କରିଥିବା ବେଳେ ପ୍ରତିଦିନ ଏଥିରେ ହଜାର ହଜାର ଲୋକ ସାମିଲ ହେଉଛନ୍ତି।

ମୂଲ୍ୟବୃଦ୍ଧି ଏବଂ ବେରୋଜଗାରି ଜନସାଧାରଣଙ୍କର ଦୁଇଟି ମୁଖ୍ୟ ପ୍ରସଙ୍ଗ ଯାହା ଯାତ୍ରା ସମୟରେ ଲୋକଙ୍କଠାରୁ ଜାଣିବାକୁ ମିଳିଛି। ସଂଘବାଦ ସୁରକ୍ଷା ପ୍ରସଙ୍ଗ ଦକ୍ଷିଣୀ ରାଜ୍ୟଗୁଡ଼ିକରେ ମୁଣ୍ଡ ଟେକିଛି। କେନ୍ଦ୍ର ସରକାର ନ୍ୟାୟ ଦେବାରେ ବିଫଳ ହୋଇଥିବା କୁମାର କହିଛନ୍ତି। ମହାରାଷ୍ଟ୍ରରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ପାଇଁ ବନ୍ଦ ଥିଲାବେଳେ ସୋମବାର ଏହା ହିଙ୍ଗୋଲି ଜିଲାରୁ ଓ୍ବାଶିମ ଅଭିମୁଖେ ବାହାରିବ। ଭାରତ ବିଭାଜିତ ହେବ ନାହିଁ କିମ୍ବା ଘୃଣାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ, ପଦଯାତ୍ରାରୁ ଏହି ବାର୍ତ୍ତା ମିଳିଥିବା କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri