କରୋନା ଭାଇରସ: ୩ଟି ଭ୍ୟାକ୍ସିନକୁ ମିଶାଇ ପ୍ରଥମଥର କରାଯିବ ଅଧ୍ୟୟନ, ଭାରତ ବାୟୋଟେକ ମାଗିଲା ଅନୁମତି

ନୂଆଦିଲ୍ଲୀ,୮ ।୨: ଦେଶରେ ପ୍ରଥମଥର ଲାଗି କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଥିବା ୩ଟି ଭ୍ୟାକ୍ସିନକୁ ମିଶାଇ ଚିକିତ୍ସା ଅଧ୍ୟୟନ ଆରମ୍ଭ କରାଯିବ । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କମ୍ପାନୀ ଏହି ଅଧ୍ୟୟନ ପାଇଁ ଅନୁମତି ମାଗିଛି ।
ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ କୋଭାକ୍ସିନ, କୋଭିସିଲ୍ଡ ଓ ନାଜାଲ ଭ୍ୟାକ୍ସିନକୁ ଏକାଥରେ ପରୀକ୍ଷା କରିବ । ହେବାକୁ ଯାଉଥିବା ଏହି ଅଧ୍ୟୟନରେ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ କୋଭାକ୍ସିନ ଓ ପରେ କୋଭିସିଲ୍ଡର ଗୋଟିଏ ଡୋଜ ଦିଆଯିବ । କୋଭାକ୍ସିନକୁ ନାଜାଲ ଟେକନିକ ଜରିଆରେ ଦିଆଯିବ ଯେଉଁଥିରେ ଛୁଞ୍ଚିର ଆବଶ୍ୟକତା ପଡିବ ନାହିଁ । ଆଇସିଏମ୍‌ଆର୍ ସହ ମିଶି ଭାରତ ବାୟୋଟେକ କମ୍ପାନୀ ନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରିଛି । ଆହୁରି ମଧ୍ୟ ସୂଚନା ମିଳିଛି କି ଡିସିଜିଆଇର ବିଶେଷଜ୍ଞ କାର୍ଯ୍ୟ ସମିତି(ଏସଇସି)ପକ୍ଷରୁ ଏହି ଅଧ୍ୟୟନକୁ ଆଗାମୀ ଦିନରେ ଅନୁମତି ପ୍ରଦାନ କରାଯିବ ।

Share