ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ବ୍ୟବସାୟୀ ସଂଘ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି। କଟକ ନଗର ବ୍ୟବସାୟୀ ସଂଘ ଏହାକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଜିଏସ୍‌ଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକସ୍ତରରେ ଅତିଷ୍ଠ ହେଲେଣି। ଏହାଛଡ଼ା ଜିଏସ୍‌ଟି ଆଇନ ଯୋଗୁ ବ୍ୟବସାୟ କରିବା ଅସମ୍ଭବ ହୋଇପଡିଛି। କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କରିବାକୁ କଟକ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ଏହି ବନ୍ଦ ଡାକରାକୁ ୪୦ ହଜାର ଟ୍ରେଡ୍‌ ଆସୋସିଏଶନ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କମିଶନର ଏବଂ ସ୍ବତନ୍ତ୍ର ସଚିବମାନଙ୍କୁ ଚିଠି କରି କିଛି ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚିଠିରେ ଗୃହ ବିଭାଗ ଉଲ୍ଲେଖ କରିଛି ଯେ, ଟ୍ରେଡ୍‌ ଆସୋସିଏଶନ ପକ୍ଷରୁ ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାଦ୍ୱାରା ଗାଡି ମୋଟର, ରେଳ ଏବଂ ଦୋକାନ ବଜାର ଆଦି ବନ୍ଦ ହୋଇପାରେ। ତେଣୁ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ୯ଟା ୩୦ ସୁଦ୍ଧା କାର୍ଯ୍ୟରେ ଯୋଗଦିଅନ୍ତୁ। ୧୦ଟା ୧୫ ସୁଦ୍ଧା ଲୋକସେବା ଭବନର ସମ୍ମୁଖ ଫାଟକ ବନ୍ଦ କରିଦିଆଯିବ। ନାଲି ବିଲ୍ଡିଂ ଏବଂ ମୁଖ୍ୟ ଲୋକସେବା ଭବନର ଫାଟକ ଖୋଲା ରହିବ। ସମସ୍ତ କର୍ମଚାରୀ ସେମାନଙ୍କ ଗେଟ୍‌ ପାସ୍‌ ଏବଂ ଆଇଡି ପ୍ରୁଫ୍‌ ଆଣିବା ଜରୁରୀ କରାଯାଇଛି। ବିନା କାର୍‌ ପାସ୍‌ରେ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ। ଯଦି କୌଣସି କର୍ମଚାରୀ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସିକ୍ୟୁରିଟି ଦାୟିତ୍ୱରେ ରହିଥିବା ଏସିପିଙ୍କୁ ଜଣାଇବେ। ବାହାର ଲୋକଙ୍କୁ ଏହିଦିନ ଲାଗି ଭିତରକୁ ମନା ରହିଛି। ବନ୍ଦ ଡାକରା ପରେ ରାଜ୍ୟ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି, ବସ୍‌ ବନ୍ଦ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ତେଲ ଦର ବଢ଼ିଲେ ଆମ ଗାଡିର ଭଡା ମଧ୍ୟ ବଢୁଛି। ଯଦି ଲୋକ ହେବେ ଚାଲିବ ନ ହେଲେ ଚାଲିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ଟ୍ରକ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ରବି ଶତପଥୀ କହିଛନ୍ତି ଯେ, ଭାରତ ବନ୍ଦକୁ ନୈତିକ ସମର୍ଥନ ଦେଉଛି। ହେଲେ ଟ୍ରକ୍‌ ବନ୍ଦ ରହିବ ନାହିଁ। ସରକାରଙ୍କ ନିକଟରେ ଆମେ ୧ ତାରିଖ ସୁଦ୍ଧା କିଛି ଦାବି ପୂରଣ ଲାଗି ପ୍ରସ୍ତାବ ରଖିଛୁ। ଯେହେତୁ ସଂଘ ତରଫରୁ ସମୟ ଦିଆଯାଇଛି, ତେଣୁ ଏହା ପୂର୍ବରୁ କିଛି କରିବା ଠିକ୍‌ ହେବ ନାହିଁ ବୋଲି ଶତପଥୀ କହିଛନ୍ତି। ସେହିପରି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲା ରହିବ। ପିଲାମାନେ ଯେପରି ଶିକ୍ଷାନୁଷ୍ଠାନ ଯିବା କଥା ଯିବେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri