ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ପୁରୋହିତ ଉପେନ୍ଦ୍ର କୁମାର ମିଶ୍ର, ଜୟକୃଷ୍ଟ ମିଶ୍ର ଯାତ୍ରା କେବେ ହେବ ତାହାର ସୂଚୀ ପ୍ରଦାନ କରିଥିଲେ। ଏପ୍ରିଲ ୨୬ ରେ ଦେବୀଙ୍କ ଆଗମନ ସହ ଯାତ୍ରା ଆରମ୍ଭ ହେବ। ଏହା ପୁର୍ବରୁ ମାର୍ଚ୍ଚ ୧୧ ରେ ଶୁଭଖୁଣ୍ଟି ସ୍ଥାପନ ହେବ। ମେ ୨୦ରେଯାତ୍ରା ଉଦଯାପିତ ହେବ ।

ବୈଠକରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷ ଯାତ୍ରାର ୫୦ ପ୍ରତିଶତ ଖର୍ଚ୍ଚ ଯାତ୍ରା କମିଟି ବହନ କରିବ ବୋଲି କହିଥିଲେ। ଏଥିସହ ରାଜ୍ୟ ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। କମିଟି ବର୍ତ୍ତମାନ ବଦଳିବା ଯୋଜନା ନାହିଁ। ନୂତନ କର୍ମକର୍ତ୍ତା କିଛି ଯୋଡାଜିବ ଯାତ୍ରାକୁ ଅଧିକ ସଫଳ କରିବା ପାଇଁ। ସମସ୍ତଙ୍କ ଲକ୍ଷ୍ୟ ଯାତ୍ରା ଭଲ ଏବଂ ବଡ଼ ଧରଣର ହେବ। ସମସ୍ତଙ୍କ ସହଯୋଗ ମିଳିଲେ ଯାତ୍ରା ନିଶ୍ଚିତ ସଫଳ ହେବ। ଚଳିତ ବର୍ଷର ଯାତ୍ରା ରାଜ୍ୟରେ ନୂଆଁ ଇତିହାସ ରଚିବ ବୋଲି ବିଧାୟକ କହିଥିଲେ।

ବିଧାୟକ ଆହୁରି ମଧ୍ୟ କହିଥିଲେ ଯେ ଭଞ୍ଜନଗର ଯାତ୍ରା ୨୦୦ ବର୍ଷର ପୁରୁଣା ଇତିହାସ। ପ୍ରତ୍ୟେକ ୱାର୍ଡ଼ରେ ଆଗାମୀ ଯାତ୍ରାରେ କଳାକୁଞ୍ଜ ହେବ । ଲୋକଙ୍କ ମତାମତକୁ ନେଇ ଯାତ୍ରା ହେବ। ଯାତ୍ରା ସରିବାର ଏକ ମାସ ମଧ୍ୟରେ ଆୟ ବ୍ୟୟର ହିସାବ ହେବ। ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ ବିଧାୟକ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ତଥା ଉପ ଜିଲାପାଳ ଉମା ଶଙ୍କର ବେହେରା ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେ ନେଇ କହିଥିଲେ। ଏଏସପି ରଞ୍ଜନ କୁମାର ଦେ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡିଓ ଭାରତୀ ଦେବୀ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା, ଆଇନଜୀବୀ ଵିଷ୍ଠୁ ପ୍ରସାଦ ପ୍ରଧାନ, ଉପ ସଭାପତି ବିନୟ କୁମାର ରଥ, ଶାନ୍ତନୁ କୁମାର ଦାସ, ମୂରଲୀ ଧର ପଣ୍ଡା, ସଂଗଠନ ସଂପାଦକ ସୁଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ସହରର ଅଧିକାଂଶ ବିଭାଗର ଅଧିକାରୀ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଭଞ୍ଜନଗର ଠାକୁରାଣୀ ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। ୨୦୨୩ ମସିହା ମେ’ରେ ଗତ ଯାତ୍ରା ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏପ୍ରିଲ ୨୬ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୨୦ ତାରିଖରେ ଯାତ୍ରା ସରିବ। ମେ ୧୯ ତାରିଖରେ ସିଂହ ବାହିନୀ ଯାତ୍ରା ହେବ । ୨୫ ଦିନ ଧରି ଯାତ୍ରା ଚାଲିବ। ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ଲୋକ ଦେବୀଙ୍କୁ ପୂଜାର୍ଚ୍ଚନା କରିବେ। ଏହାପରେ ଦେବୀ ଭଞ୍ଜନଗର ବାଗଦେବି ମନ୍ଦିର ଠାରେ କିଛି ସମୟ ବିଶ୍ରାମ ନେବାପରେ ବିଳମ୍ବିତ ସଂନ୍ଧ୍ୟାରେ ଦେବୀ ମୁଖ୍ୟ ସଡକରେ ହୋଇଥିବା ଅସ୍ଥାୟୀ ମଣ୍ଡପକୁ ଅଣାଯିବ। ଏହି ସମୟରେ ପାରମ୍ପରିକ ନୃତ୍ୟ, ଆତସବାଜି ରେ ସହର ପ୍ରକମ୍ପିତ ହୋଇପଡିବ। ବ୍ୟାଘ୍ରଦେବୀ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାପରେ ଭଞ୍ଜନଗର ଦେବୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅଣାଯିବ। ଏହି ପ୍ରକ୍ରିୟା ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲିବ। ୩ ବର୍ଷ ପରେ ପୁଣି ଯାତ୍ରା ହେଉଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠୁ ଉତ୍ସାହ ପରିଲକ୍ଷିତ ହେଲାଣି । ସଭା ଶେଷରେ ଯାତ୍ରା କମିଟି କର୍ମକର୍ତ୍ତା ବିଶ୍ଵନାଥ ପ୍ରଧାନ ଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri