ବିଜେଡି ଉପରେ ବର୍ଷିଲେ ବିଧାୟକ: କହିଲେ ବିଜେଡି ଶିକ୍ଷକଙ୍କୁ ତଳିତଳାନ୍ତ କରି ରଖିଥିଲା

ଭଞ୍ଜନଗର,୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଟାଉନ ହଲଠାରେ ଗୁରୁପୁଜନ ଉତ୍ସବ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସରକାର ଶିକ୍ଷକଙ୍କୁ ତଳିତଳାନ୍ତ କରି ରଖିଥିଲେ ବୋଲି ଅଭିଯୋଗ କରିଥିଲେ। ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ଭାଗ ଭାଗ କରି ରଖିଥିଲେ। ସେମାନଙ୍କ ଉନ୍ନତି କଥା ଚିନ୍ତା କରୁ ନ ଥିଲେ। କିନ୍ତୁ ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ପରେ ଶିକ୍ଷକମାନଙ୍କ ମଧ୍ୟରେ ଏକତା କିଭଳି ରହିବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ସେମାନଙ୍କ ଉନ୍ନତି କିଭଳି ହୋଇପାରିବ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକାଧିକ ଥର ଆଲୋଚନା କରଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ମୋ ନିର୍ବାବାଚନମଣ୍ଡଳୀରେ ଶିକ୍ଷକମାନେ ରାଜନୀତିର ଆକ୍ରୋଶର ଶିକାର କେବେ ହେବେ ନାହିଁ। ମୋ ନିର୍ବାଚନ ମଣ୍ଡଳୀର ଯେଉଁ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ ସେଠୀ ଉଚ୍ଚ ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା କରାଯାଇଛି। ଯେଉଁଠି ଯୁକ୍ତ ୨ କଳା ଅଛି ସେଠୀ ଯୁକ୍ତ ୨ ବିଜ୍ଞାନ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଗୁରୁ ମାନଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇଥାଏ। ଏହାଦ୍ବାରା ଅଞ୍ଚଳ, ଜିଲା ରାଜ୍ୟ ଓ ଦେଶର ବିକାଶ ହୋଇଥାଏ। ତେଣୁ ଗୁରୁମାନଙ୍କ ଉନ୍ନତି ପାଇଁ ମୁଁ ସର୍ବଦା ଚେଷ୍ଟିତ। ଲୋକଙ୍କ ସେବା କରିବା ପାଇଁ ମୁଁ ୪ ଥର ଚାକିରି ସୁଯୋଗ ପାଇ ଚାକିରି ଛାଡ଼ିଥିଲି । ଆଜି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ପାଇଛି। କିଏ ଅବହେଳିତ ଅନୁଭବ କରନ୍ତୁ ନାହିଁ। ଯେଉଁ ମାନେ ଅବହେଳିତ ଅନୁଭବ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଅଛି । ଆଗାମୀ ଦିନରେ ଗୁରୁ ମାନଙ୍କ ପରାମର୍ଶକୁ ଗ୍ରହଣ କରି ନିର୍ବାଚନ ମଣ୍ଡଳୀର ଆହୁରି ବିକାଶ କରାଯିବ ବୋଲି ବିଧାୟକ ନାୟକ କହିଥିଲେ। ସଭାରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଧାୟକ ନାୟକ ଅବସରପ୍ରାପ୍ତ ୩୦ରୁ ଉର୍ଦ୍ଧ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ମହାନ୍ତି , ଜଗନ୍ନାଥପ୍ରସାଦ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ କଲ୍ୟାଣୀ ପାଢ଼ୀ, ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ, କବି ପ୍ରଶାନ୍ତ ମହାନ୍ତି, ବ୍ଲକ ଅଧକ୍ଷ ନରିସଭା ନାୟକ, ଏମ୍‌ ପି ପ୍ରତିନିଧି ସନ୍ତୋଷ କୁମାର ତିଆଡି, ଶିକ୍ଷକ ନେତା ସରୋଜ କୁମାର ଶତପଥି, ଜଗଦିଶ ନାୟକ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ନାରାୟଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।
ପ୍ରଦୀପ ସାସମଲ ସଭାକୁ ସଂଯୋଜନା କରିଥିଲେ। ସରୋଜ କୁମାର ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସୁଧିର ବେହେରା, ଶିଶିର କାନ୍ତ ପତି, ସିମାଚଳ ପାତ୍ର , ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଜିତେନ୍ଦ୍ର ବେହେରା, ମନୋଜ କୁମାର ବେହେରା, ସୁବାଷ ପ୍ରଧାନ, ଦେବୀ ପ୍ରସାଦ ଦାସ, ସୁରେନ୍ଦ୍ର ଗୌଡ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri