ସ୍ବାମୀକୁ ଝୁରି ହେଉଛନ୍ତି ୭ ମାସର ଗର୍ଭବତୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି ପରେ ଏବେ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱର ଏମ୍ସ ସହ ଅନ୍ୟ ହସ୍ପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ପ୍ରଶାସନ ଓ ହସ୍ପିଟାଲ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ହେଲେ ବହୁ ମୃତଦେହ ନଷ୍ଟ ହୋଇଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପଡିଛି। ଫଳରେ ପ୍ରଶାସନ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅନ୍ୟପଟେ ପରିବାର ଓ ସମ୍ପର୍କୀୟମାନେ ମୃତକଙ୍କ ଫଟୋ ଧରି ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ପତ୍ତା ନ ପାଇବାରୁ ନିରାଶ ହୋଇପଡିଛନ୍ତି। ବିହାରର ମହମ୍ମଦ ସୌକତ ପୁଅ ମହମ୍ମଦ ତସ୍‌ୱରଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ତାଙ୍କ ବୋହୂ ତଥା ତସ୍‌ଓ୍ବରଙ୍କ ସ୍ତ୍ରୀଙ୍କୁ ଖବର ଦେଇଥିଲେ। ଏହାପରେ ସ୍ବାମୀଙ୍କ ସମ୍ପର୍କରେ ଟିଭିରୁ ଜାଣିବା ପରେ ୭ ମାସର ଗର୍ଭବତୀ ଥିବା ସ୍ତ୍ରୀ ବୁକୁ ଫଟାଇ କାନ୍ଦୁଛନ୍ତି। ଏପଟେ ବାପା ମହମ୍ମଦ ପୁଅକୁ ଖୋଜିବାକୁ ବାଲେଶ୍ୱରରେ ଆସି ପହଞ୍ଚିଥିଲେ। ସେଠାରେ କୌଣସି ପତ୍ତା ନ ପାଇବାରୁ କେତେଜଣ ରେଳ କର୍ମଚାରୀ ଭୁବନେଶ୍ୱର ଏମ୍ସ କିମ୍ବା କଟକ ଯିବାକୁ କହିଥିଲେ। ହେଲେ ଏମ୍ସରେ ଦୀର୍ଘ ସମୟର ଧାଁ ଦୌଡ କରିଥିଲେ ମଧ୍ୟ ପୁଅର ମୃତଦେହ କିମ୍ବା ତାଙ୍କ ସମ୍ପର୍କରେ କିଛି ସୂଚନା ପାଇ ନ ଥିଲେ। ତାଙ୍କୁ ଦେଖି କେତେଜଣ ପୋଲିସ କର୍ମଚାରୀ କଟକ ଯିବାକୁ କହିବାରୁ ସେ ରାଗିଯାଇଥିଲେ। ଗୋଟିଏ ପଟେ ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ଠିକ ସହଯୋଗ କରାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ପୁଅର ମୃତଦେହକୁ ଫିଙ୍ଗି ଦିଆଯାଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେହିପରି ବିହାରର ଲକ୍ଷ୍ମୀଶ୍ୱର ଠାକୁର ମଧ୍ୟ ଜଣଙ୍କ ମୃତଦେହ ଚିହ୍ନଟ କରିଥିବା ବେଳେ ଅନ୍ୟ ୫ ଜଣଙ୍କୁ ଏଯାବତ୍‌ ଚିହ୍ନଟ କରି ପାରିନାହାନ୍ତି। ଫଳରେ ୫ ଜଣଙ୍କ ଫଟୋକୁ ଧରି ହସ୍ପିଟାଲ ସାରା ଘୁରି ବୁଲୁଥିବା ସେ କହିଛନ୍ତି। ଏହିଭଳି କିଏ ସ୍ବାମୀଙ୍କ ଫଟୋ ଧରି ତ ପୁଣି କିଏ ସ୍ତ୍ରୀ, ଭାଇଙ୍କ ଫଟୋ ଧରି ପଚାରି ବୁଝୁଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ନିଖୋଜ ବ୍ୟକ୍ତିଙ୍କ ଖୋଜିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri