ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାର୍ଗେ ଦଳକୁ ଆଗକୁ ନେଉଛନ୍ତି। କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ବୋଲି ଭକ୍ତ କହିଛନ୍ତି।

ସୋନିଆଙ୍କୁ ଚିଠି ଲେଖି ମୋକିମ ରାହୁଲ ଓ ଖାର୍ଗେଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ।

ମୋକିମ୍ କହିଥିଲେ, ସେ କାହା ବିରୋଧରେ କିଛି କହିବେ ନାହିଁ। ମାତ୍ର ସେ ‘ମୁଣ୍ଡରେ କଫନ୍‌ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛନ୍ତି’ ଏବଂ ‘ଯାହା କରୁଛି ସବୁ ଭୁଲ ଓ ଠିକ୍‌ ମୋର’।

ମୋକିମ୍‌ ବାରମ୍ବାର ନିର୍ବାଚନ ହାରୁଥିବା ବରିଷ୍ଠ ନେତାମାନଙ୍କୁ ପଦପଦବୀ ନ ନେଇ ‘ମାର୍ଗଦର୍ଶକ’ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯୁବକଙ୍କୁ ନେତୃତ୍ୱ ଦେବା ପାଇଁ ବାଟ ଛାଡ଼ନ୍ତୁ। କଂଗ୍ରେସକୁ ପୁନର୍ଜୀବନ ଦରକାର ଥିବାରୁ ‘ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି’ ସହ ଯୁବ ନେତୃତ୍ୱ ଆବଶ୍ୟକ।

ତିନି ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ ରେ ନେତୃତ୍ୱ ମିଳିଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍‌ରେ ହାରିଥିବା ଓ ତାଙ୍କ ସଂସଦୀୟ କ୍ଷେତ୍ରର କର୍ମୀ ତାଙ୍କୁ ବିଶ୍ୱାସ ନ କରୁଥିବା ଯୋଗୁ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ‘ଅସମ୍ଭବ ବ୍ୟାପାର’। ସେହିପରି ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ ପାଇଲା ଏବଂ ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ।

ସେ ଆହୁରି କହିଥିଲେ ଯେ, ବିଧାୟକ ଥିବାବେଳେ ୩ ବର୍ଷ ଅପେକ୍ଷା କରି ମଧ୍ୟ ସେ ରାହୁଲଙ୍କୁ ଦେଖା କରିପାରିନଥିଲେ। ରାହୁଲ ‘କୋଟେରୀ ଗ୍ରୁପ୍‌’ରୁ ନ ବାହାରିଲେ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ‘ଭାରତ ଯୋଡ଼ ଯାତ୍ରା’ ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହି ମଧ୍ୟ ତୃଣମୂଳ କର୍ମୀଙ୍କୁ ଭେଟି ନ ଥିବାରୁ ମୋକିମ୍‌ ନିରାଶା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଗିରଫ

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲାପାଳଙ୍କ…

ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବେ ରୋହିତ ଶର୍ମା; ଜାଣନ୍ତୁ ସେ କେତୋଟି ମ୍ୟାଚ ଖେଳିବେ

ନୂଆଦିଲ୍ଲୀ,୧।୧୧: ରୋହିତ ଶର୍ମା ମୁମ୍ବାଇ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) କୁ ଜଣାଇଛନ୍ତି ଯେ, ଡିସେମ୍ବରରେ ହେବାକୁ ଥିବା ‘ବିଜୟ…

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର,  ପଡ଼ୋଶୀ ଅଟ ଥିବା ସୂଚନା

କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ…

ଆମେରିକା ନିକଟରେ ୭ଟି ସର୍ତ୍ତ ରଖିଲା ଇରାନ: ‘ଏଗୁଡ଼ିକ ପୂରଣ ହେଲେ, ଖୋଲିବ ରାସ୍ତା’

ତେହରାନ,୧।୧୧: ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର ମଧ୍ୟ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

‘ପ୍ରତିବାଦ କରନ୍ତୁ, କିଛି କିଣାକିଣି ମଧ୍ୟ କରନ୍ତୁ, ରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସମାବେଶ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ସମସ୍ତ…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?