ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତନିବାସ

ପୁରୀ ଅଫିସ,୬।୧: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଥିବା ଭକ୍ତନିବାସକୁ ପ୍ରଶାସନ ଏବେ ଘରୋଇକରଣ କରିବାକୁ ଯୋଜନା ଚଳାଇଛି। ସୁଲଭ ମୂଲ୍ୟରେ ରହଣି ପାଇଁ ଥିବା ବଗଲା ଧର୍ମଶାଳାକୁ ବିକ୍ରି କରିଦିଆଯିବା ପରେ ଏହି ବିକଳ୍ପ ଶେଷ ହୋଇଥିଲା। ଏବେ ପୁଣି ଭକ୍ତନିବାସର ଘରୋଇକରଣ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭକ୍ତନିବାସ ଘରୋଇକରଣ ଏବଂ ପିପିପି (ପବ୍ଲିକ୍‌-ପ୍ରାଇଭେଟ୍‌ ପାର୍ଟନରଶିପ୍‌) ମୋଡ୍‌ରେ ଚଳାଇବା ଲାଗି ଆଲୋଚନା ହୋଇଥିଲା। ଏନେଇ ନଭେମ୍ବର ୧୭ରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ମନ୍ଦିର ପ୍ରଶାସନ ଅଧୀନରେ ଥିବା ୩ଟି ଭକ୍ତନିବାସ ମଧ୍ୟରୁ ଗୋଟିଏର ପରିଚାଳନା ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ନିଜ ପାଖରେ ରଖିଥିବା ବେଳେ ଅନ୍ୟ ଦୁଇଟିକୁ ଦୀର୍ଘମିଆଦୀ ଲିଜ୍‌ରେ ଦେବା ପାଇଁ ସ୍ଥିର କରିଛି। ଭକ୍ତନିବାସକୁ ଘରୋଇ ସଂସ୍ଥାକୁ ଦୀର୍ଘ ମିଆଦୀ ଲିଜ୍‌ ଆକାରରେ ପ୍ରଦାନ କରିବା ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ପାଇଁ ଲାଭଦାୟକ ହୋଇପାରେ ମାତ୍ର ଏହା ଯାତ୍ରୀ ଓ ପର୍ଯ୍ୟଟକଙ୍କ ସ୍ବାର୍ଥବିରୋଧୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। କଂଗ୍ରେସ ନେତା ସ୍ବାଧୀନ ପଣ୍ଡା କହିଛନ୍ତି, ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି ୧୦ହଜାର ଗରିବ ଭକ୍ତଙ୍କ ରହଣି ବ୍ୟବସ୍ଥା କରିବା କଥା କହିଥିଲେ, ଯାହାକୁ ଏପର୍ଯ୍ୟନ୍ତ ପୂରଣ କରିପାରିଲେ ନାହିଁ। ଅନ୍ୟପକ୍ଷରେ ଭକ୍ତନିବାସକୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ଏହାଦ୍ୱାରା ଯାତ୍ରୀ ଶୋଷଣର ଶିକାର ହେବେ ଏବଂ ଶ୍ରୀମନ୍ଦିର ପ୍ରଶାସନ ବଦନାମ ହେବ ବୋଲି ପଣ୍ଡା କହିଛନ୍ତି। ସେହିପରି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଘରୋଇ କମ୍ପାନୀ ହାତକୁ ଦୀର୍ଘମିଆଦ ଲିଜ୍‌ ଆକାରରେ ଭକ୍ତନିବାସକୁ ଟେକିଦେବାର ଅର୍ଥ ସରକାରଙ୍କ ପାଇଁ ଏହା ଏକ ଲାଭଦାୟକ ସଂସ୍ଥା ହୋଇନାହିଁ। ଯଦି ଏହି କଥା ସତ୍ୟ ତେବେ ଗୋଟିଏ ପରେ ଗୋଟିଏ ଭକ୍ତନିବାସ ନିର୍ମାଣ କରାଯାଇ ସରକାରୀ ଅର୍ଥକୁ ନଷ୍ଟ କରାଯାଉଛି କାହିଁକି। ଲୋକଙ୍କ ଲାଗି ସ୍ବଳ୍ପ ମୂଲ୍ୟରେ ରହିବା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟବସ୍ଥା କରିବା ପରିବର୍ତ୍ତେ ସରକାର ଭକ୍ତନିବାସର ବ୍ୟବସାୟୀକରଣ କରିବାକୁ ଚାହୁଁଛନ୍ତି ବୋଲି ବରାଳ କହିଛନ୍ତି। ବିଗତ ଦିନରେ ଭକ୍ତନିବାସର କର୍ମଚାରୀମାନେ ଅନେକଥର ଶ୍ରୀମନ୍ଦିର ପ୍ରଶାସନ ଦରମା ଆବଣ୍ଟନରେ ପାତରଅନ୍ତର କରୁଥିବା ଅଭିଯୋଗ ଆଣିଥିଲେ। ତେଣୁ ଏଭଳି ଅସନ୍ତୋଷ ମଧ୍ୟରେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ଭକ୍ତନିବାସକୁ ପିପିପି ମୋଡ୍‌ରେ ଚଳାଇବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ପ୍ରସ୍ତାବ କେବଳ ଆଲୋଚନା ପର୍ଯ୍ୟାୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri