ବାଲିଗରିରେ ଭାଗବତଙ୍କ ଜନ୍ମଉତ୍ସବ

ଚଣ୍ଡିଖୋଲ,୧୨ା୯(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ବାଲିଗରି ଗ୍ରାମସ୍ଥିତ କୋଠଘର (ଗଣେଶ ଘରେ) ଶନିବାର ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏଥିରେ ଭାଗବତ ଗାଦିଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ପ୍ରଥମଥର ପାଇଁ ଗ୍ରାମରେ ଏଭଳି ଆୟୋଜନ ହୋଇଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ହୋଇ ଥିଲେ। ସବୁଠୁ ବଡ଼ କଥା ହେଲା ଗ୍ରାମର ଯୁବପିଢ଼ି ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାକୁ ପ୍ରଥମଥର ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଭାଗବତ ଜନ୍ମରୁ ଗ୍ରାମରେ ଭାଗବତଟୁଙ୍ଗି କରାଯାଇ ନିୟମିତ ଭାବେ ଏହାକୁ ପଢ଼ାଯାଇ ଗୁରୁଜନଙ୍କୁ ଶୁଣାଇବାକୁ ନିଷ୍ପତ୍ତି ନିଆଯାଇଛିି। ଏହାକୁ ଆରମ୍ଭ କରିବାରେ ଗ୍ରାମର ଯୁବକ ରାଜେନ୍ଦ୍ର କୁମାର ସାମଲ(ମଣ୍ଟୁ) ମୁଖ୍ୟ ଭୂମିକା ତୁଲାଇଥିବା ବେଳେ ଦିବ୍ୟରଞ୍ଜନ ଭଦ୍ର ଓ ତେଜଶ୍ରୀ ଭଦ୍ର ତାଙ୍କୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବିକ୍ରମ ବିଶ୍ୱାଳ, ଗ୍ରାମ ମୁଖ୍ୟ କୁଞ୍ଜବିହାରୀ ବିଶ୍ୱାଳ, ଭାଗ୍ୟଧର ବିଶ୍ୱାଳ,  ବିଦ୍ୟାଧର ଦାସ, ତରୁରବାଳା ଶତପଥୀ ଓ ସୁବ୍ରତ ଜେନା ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ଏଥିରେ ବହୁସଂଖ୍ୟାରେ ଗ୍ରାମର ବୁଦ୍ଧିଜୀବୀ ଉପସ୍ଥିତଥିଲେ। ଗ୍ରାମର ଅନ୍ୟମାନେ ଏଥିରେ ସହଯୋଗ କଲେ ଆଗକୁ ଏହା ବଢ଼ିପାରିବ, ଏସବୁ ପ୍ରଭୁଙ୍କ ଇଚ୍ଛା ମୁଁ କେବଳ ଏକ ମାଧ୍ୟମ ବୋଲି ଆବାହକ ରାଜେନ୍ଦ୍ର କହିଛନ୍ତି।