ଜରାଜୀର୍ଣ୍ଣ ଅବସ୍ଥାରେ ଭାଗବତ ଟୁଙ୍ଗି

ବେଗୁନିଆ,୨୯ା୯(ହର ପ୍ରସନ୍ନ ପଣ୍ଡା): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଶ୍ରୀମଦ୍‌ ଭାଗବତ ଦେବଙ୍କ ଜନ୍ମ। ହିନ୍ଦୁଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍‌ ଭାଗବତ। ତାଳପତ୍ର ପୋଥିରେ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥାବଳୀକୁ ପୂଜାର୍ଚ୍ଚନା ଓ ପାଠ କରାଯାଉଥିଲା। ସଞ୍ଜ ନଇଁଲେ ଗାଁ ଗହଳିରେ ରହିଥିବା ଭାଗବତ ଟୁଙ୍ଗିରେ ଭାଗବତର ପ୍ରଥମ ଛନ୍ଦ ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ’ ପଦ ଗୁଞ୍ଜରିତ ହେଉଥିଲା। ଶ୍ରଦ୍ଧାଳୁମାନେ ଏକାଠି ହେବା ସହ ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ବାନ୍ଧି ରଖୁଥିଲେ। ଏଥିସହ ଭାଗବତ ପଦ ଶୁଣି ଶ୍ରଦ୍ଧାଳୁମାନେ କ୍ଳାନ୍ତି ଦୂର କରୁଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ରହିଥିବା କେତେକ ଭାଗବତ ଟୁଙ୍ଗି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏଠାରେ ସରକାରଙ୍କ ପୁନରୁଦ୍ଧାର ଯୋଜନା ଯେପରି ବାଟବଣା ହୋଇଯାଇଛି।
ପ୍ରକାଶ ଯେ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିବା ପାଇଁ ସହାୟତା ରାଶି ୫୦ ହଜାର ଟଙ୍କାକୁ ବଢ଼ାଯାଇଥିଲା। ପ୍ରତି ଭାଗବତ ଟୁଙ୍ଗିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ଓଡ଼ିଆ ଭାଗବତ ବହି ଯୋଗାଇ ଦିଆଯିବ। ଅନ୍ୟାନ୍ୟ ଆନୁଷଙ୍ଗିକ ସହ ମାଇକ୍‌ ସେଟ କିଣାଯିବ ବୋଲି ନିର୍ଦ୍ଦେଶାବଳୀ ଲାଗୁ କରାଯାଇଥିଲା। ଏହାର ଦାୟିତ୍ୱ ଜିଲା ସଂସ୍କୃତି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା ୧୬୨ଟି ଟୁଙ୍ଗି ମଧ୍ୟରୁ ୧୭ଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ଶ୍ରଦ୍ଧାଳୁମାନେ ଆବେଦନ କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ପରେ ପ୍ରଥମ ପର୍ଯ୍ୟାୟରେ ୬ଟି, ଦ୍ବିତୀୟ ପର୍ଯ୍ୟାୟରେ ୭ଟି ଏବଂ ୩ୟ ପର୍ଯ୍ୟାୟରେ ଆଉ ୧୨ଟି ଟୁଙ୍ଗି ଚୟନ କରାଯାଇଥିଲା। ଟୁଙ୍ଗିର ସଭାପତି, ସମ୍ପାଦକ ଚୟନ କରାଯାଇ ବିଡିଓଙ୍କ ସହିତ ମିଳିତ ବ୍ୟାଙ୍କ ପାସବୁକ ଖୋଲିବାରେ ପ୍ରଶାସନ ପକ୍ଷରୁ ବହୁ ବିଳମ୍ବ କରାଯାଇଥିଲା। ପରେ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୬ରେ ୬ଟି, ୨୦୧୭ରେ ୭ଟି ଏବଂ ୨୦୧୮ରେ ୧୨ଟି ଟୁଙ୍ଗିକୁ ସହାୟତା ପ୍ରଦାନ କରାଯାଇଥିଲା ବୋଲି ବ୍ଲକ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହା ପରେ ସରକାରଙ୍କ ଏହି ଯୋଜନା ୫ବର୍ଷ ହେଲା କାର୍ଯ୍ୟକାରୀ ନ ହୋଇ ଫାଇଲରେ ଡୋରି ବନ୍ଧା ହୋଇଛି। ଏ ସମ୍ପର୍କରେ ଶ୍ରଦ୍ଧାଳୁ ବନ ବିହାରୀ ପଣ୍ଡା କୁହନ୍ତି, ସରକାରଙ୍କ ଟୁଙ୍ଗି ପୁନରୁଦ୍ଧାର ଯୋଜନା ମହତ୍‌ ଆଭିମୁଖ୍ୟ ଥିଲା। ତେବେ ପ୍ରଶାସନର ଅବହେଳା ଯୋଗୁ ଏହି ଯୋଜନା ବାଟବଣା ହୋଇଯାଇଛି। ସେହିପରି ଦୀନବନ୍ଧୁ ବିଶ୍ବାଳ କହିଛନ୍ତି, ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଇ ପୁଣି ଏହି ପୁନରୁଦ୍ଧାର ଯୋଜନାକୁ ଗୁରୁତ୍ୱ ଦିଆଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri